STORYMIRROR

Asish Mohapatra

Others

2  

Asish Mohapatra

Others

ଯନ୍ତ୍ରଣା

ଯନ୍ତ୍ରଣା

1 min
5.1K


ଜାଣିଥିଲି କଣ୍ଟା ଅଛି ସତ
ବଢାଇଲି ହାତ
ସରାଗରେ ଆଉଁସିବି
ଖିଲିଖିଲି ହସୁଛି ଡାଳରେ ଗୋଲାପ

ଆଃ !!
ଅବିଶ୍ବାସନୀୟ ଅସ୍ତ୍ର ଚୋଟରେ
ଝରି ପଡେ ଟୋପା ଟୋପା ରକ୍ତ
କଣ୍ଟାଘାତେ କିଏ ବେଶୀ ସିକ୍ତ
ହାତ କି ହୃଦୟ ??

ସ୍ପର୍ଶରେ ପ୍ରତିଦାନ ପ୍ରୀତିର
ପାପୁଲିରେ ଜର୍ଜର ସ୍ବାକ୍ଷର
ହାତ ମେଲି ପରାଭବ ପାଏ
ହସିହସି ସାଉଁଟେ ଟୁକୁରା ହୃଦୟର ।।

ଆଶିଷ ମହାପାତ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍