STORYMIRROR

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ଆଧୁନିକତା

ଆଧୁନିକତା

1 min
2.8K


ଦିନ ଥିଲା ଗୁରୁଜନଙ୍କର ଥିଲା କେତେ ଆଦର ସମ୍ମାନ

ଲଘୁଜନେ କରୁଥିଲେ ତାଙ୍କୁ ସତ୍କାରର ନାନା ଆପ୍ୟାୟାନ ।

ପ୍ରଚକ୍ଷୁ ପରିଧାନ ଥିଲା ବିଜ୍ଞତାର ପରିଚୟ ପତ୍ର

ପକ୍ବ କେଶ ଶ୍ମଶ୍ରୁଭରା ଗଣ୍ଡ ସମ୍ମାନିତ ହୁଅନ୍ତି ସର୍ବତ୍ର ।

ଗରିଷ୍ଠେ ସମ୍ମାନ ଆଉ କନିଷ୍ଠେ ଆଦର ସମାଜର ବଳିଷ୍ଠ ବିଚାର

'ଅତିଥି ଦେବୋ ଭବ' ଏହି ମର୍ମେ କରନ୍ତି ସତ୍କାର ।

ସେପରି ବିଚାରଧାରା ବସ୍ତୁବାଦୀ ଚିନ୍ତାରେ ଅଚଳ

ନମ୍ରତା ସାଧୁତା ଆଜି ପାଏନା‌ହିଁ କାହିଁ ଥଳକୁଳ ।

ସାଷ୍ଟାଂଗ ପ୍ରଣାମ ଆଜି ରୁଚିହୀନ ପ୍ରାଚୀନ ବିଚାର

କରମର୍ଦ୍ଦନ ହାଲୋ ହାଇ ମଚମଚ ଚାଲିର ବିସ୍ତାର ।

ସ୍ୱାର୍ଥପର ତୋଷାମଦକାରୀ ପରିଜନ ଗୋଡଟଣା ନୀତି

ଜଣେରେ ଗଣା ହୋଇବା ଲାଗି ହୁଏ ଆଜି ମହାନୀତି ।

ଆନର କୃତିତ୍ୱକୁ ଚୋରୀ କରି ନିଜର କରିବା

ନିଜ ଢୋଲ ନିଜେ ପିଟି ଆତ୍ମ ପ୍ରଚାରରେ ମାତିବା ।

ପରିବାର ସ୍ନେହର ବନ୍ଧନ ମୂଲ୍ୟହୀନ ଆବେଗ ସଂପ୍ରୀତି

ଫେସନ ଷ୍ଟାଟସ୍ ଧାଡ଼ିରେ ହଜାଉଛି ତା'ର ପରିଚିତି ।

ପତିପତ୍ନୀ ସଂପର୍କ ସୀମିତ ଜନ୍ମ ଜନ୍ମାନ୍ତର ସାଥୀ ନୁହେଁ

ଐଶ୍ୱର୍ଯ୍ୟର ଝିଲିମିଲି ରୂପ ସଂପର୍କର ପରିଚୟ ଦିଏ ।

ବଂଚିବାକୁ ରୁଟି ଖଣ୍ଡେ ଲୋଡା ମରିବାକୁ ଛଅ ହାତ ମାଟି

ଯଦି ଏହା ଜୀବନର ସତ୍ୟ ତେବେ କିଆଁ ହେଉଅଛେ ଘାଣ୍ଟି !!

ପ୍ରାଚ୍ୟ ସଂସ୍କୃତି ଆମର ପ୍ରାଚୀନ ବି ଆଲୋକ ବର୍ତ୍ତିକା

ଜଗତକୁ ଦେଖାଇଛି ଜାଣି ଗାଉ କାହିଁ ପାଶ୍ଚାତ୍ୟ ଗୀତିକା !!

       -ବିଶ୍ୱେଶ୍ୱର ମାଝୀ-


विषय का मूल्यांकन करें
लॉग इन

Similar hindi poem from Inspirational