ହୃଦୟ
ହୃଦୟ
ହୃଦ୍ ସ୍ପନ୍ଦନ ବଢିବାରେ ଲାଗିଥିଲା । ବାସ୍ ଦରକାର ଥିଲା ହୃଦୟଟିଏ...ସ୍ୱାମୀ,ବାପା,ମା,ଶାଶୁ,ଶ୍ୱଶୁର ଛିଡା ହୋଇଛନ୍ତି ମେଡିକାଲ୍ ବେଡ୍ ପାଖରେ ।
-ଚବିଶ ଘଣ୍ଟା ଭିତରେ ଦରକାର ... ନହେଲେ ଆମେ କିଛି କରିପାରିବୁନି ...
- ସାର୍ ! କିଛି କରନ୍ତୁ ...
ନର୍ସ ଆସିକହିଲା
ସାର୍ !! ସେ ପେସେଣ୍ଟ ଅଙ୍ଗଦାନ କରିଚାଲିଯାଇଛି..
×××××
ପ୍ରିୟା ... ସେ ପେସେଣ୍ଟ ହେଉଛି ଅମରେଶ ମିଶ୍ର !!! Thank God ତମେ ଠିକ୍ ସମୟରେ ତାକୁ ନେଇଗଲ ...
×××××
ଆଖିରୁ ଲୋତକ ବହିଚାଲିଥିଲା...
କାରଣ ଅମରେଶ ମିଶ୍ର ଦିନେ କହୁଥିଲା ପ୍ରିୟା ! ମୁ ତୁମକୁ ହୃଦୟ ଦେଇ ଭଲପାଉଛି...
××××
ଅଭିପ୍ସା ଫୋନ୍ ରେ କହିଲା ... ଅମରେଶ ତୋ ହାର୍ଟ ପ୍ରୋବଲେମ୍ ଜାଣିବାପରେ ....କାର୍ ରୁ...
××××
I love U ଅମରେଶ !!!
ହେଲେ ସେତେବେଳେ ଶବ ବ୍ୟବଛେଦ ସରିଯାଇଥିଲା....