STORYMIRROR

Abinash Das

Inspirational

2  

Abinash Das

Inspirational

ଗଳ୍ପ-ସମୟ

ଗଳ୍ପ-ସମୟ

1 min
14.7K


(୧)

-ହେ ସମୟ ବୟସ କୁ ମୋର ନେଲ ଚୋରେଇ.....

-ତମେ କଣ ଏଠି ବସିଛ ! 

 ବାପା ସେପଟେ ତମକୁ ଖୋଜୁଛନ୍ତି !!!

-ହାଁ !!!  

-ଏଇ ଶୁଣ .......କଣ ଭାବୁଛ ? କଣ ହେଇଛି ତୁମର ? 

-ଉଁ....................::::::::*....::::::*::::::::.......*:::::

ହଠାତ୍ ସେ ଯାଇ ଛୁଇଁ ଦେଇ କହିଲା ପୁଣି ଚାଲ ଯିବା !

ମୋର ବୋଧେ କାଇଁ କେମିତି ଯିବାକୁ ଇଛା ହେଉନଥାଏ । 

ସେ ପୋଖରୀ କୁଳ ବୋଧେ ସତେ ଯେପରି କହିଦେଉଥାଏ ......ସବୁ ମୋ ପିଲାଦିନ ର କଥା !

ଆଉ ମୁଁ ଶୁଣୁଥାଏ ସେସବୁ ।

(୨)

ବହୁଦିନ ପରେ ଗାଁ କୁ ଆସିଥାଏ । ସବୁକିଛି ବଦଳିଯାଇଥାଏ ଯେପରି ମୋତେ ଲାଗେ , ହେଲେ ସେ ପାର ମାଉସୀ ଯେପରି ବସିଥିଲା ସେଦିନ ଆଜିବି ସେପରି ବସିଛି ! 

ଛିଣ୍ତା ଧଳା କସ୍ତାଟିଏ ପିନ୍ଧିଥାଏ ସେ ! ହେଲେ ମୁଖ ରୁ ଭାସିପଡୁଥାଏ ଗୀତଗୋବିନ୍ଦ 

 ............ରତିସୁଖ ସାରେ ଗତମ ଭିଷାରେ

ମଦନ ମୋନହର ବେଶମ୍ 

ନକୁରୁ ନିତମ୍ବିନୀ ଗମନ ବିଳମ୍ବନ

ମୋନସରୋବର ହୃଦୟେଶମ୍

ମଦନ ମୋନହର ବେଶମ୍.....................

ଏମିତି କିଛି ପଦ ମନେପଡେ ଆଜିବି ....କେତେ ମଧୁର ସେ ଗୀତଗୋବିନ୍ଦ ସତରେ ...........

ଏତିକି ବେଳେ ହଟାତ୍ ବାଜିଉଠିଲା ମୋ ଫୋନ୍ ଟି......ଆଉ ସେ ବାଜୁଥିବା ଆଧୁନିକ ଗୀତ ଟି ଭାଙ୍ଗୀଦେଲା ମୋ କଳ୍ପନା ରାଜ୍ୟ ରେ ଗଢା ରାଜପ୍ରାସାଦ କୁ...........

ଏହାହିଁ ବୋଧେ ସେ ସମୟ ର ଗୀତଗୋବିନ୍ଦ ଓ ଆଧୁନିକ ଗୀତ ମଧ୍ୟରେ ପାର୍ଥକ୍ୟ !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational