STORYMIRROR

Abinash Das

Others

2  

Abinash Das

Others

ଏମିତି ବି ହୁଏ

ଏମିତି ବି ହୁଏ

1 min
3.1K


                  (୧)

ହଁ କେବେ କେବେ ଆସ ତମେ ପାହାନ୍ତି ସ୍ୱପ୍ନରେ

ପୁଣିକେବେ ଝିପ୍ ଝିପ୍ ବର୍ଷାରେ ତ ପୁଣିକେବେ ରଙ୍ଗିନ୍ ବସନ୍ତର ଧାରାରେ....!!!

ପୁଣି କେବେ ଆସ ହଳାହଳମୟ ଗ୍ରୀଷ୍ମରେ ତ ପୁଣି କେବେ ଏକା ଥିବା ମରୁଭୁମିର ପଥିକଟିଏ ପରି........!!

ତମେ କେବେ ଆସ କେମିତି ଆସ ତାହା ତ ଜାଣିନି ହେଲେ ତମେ ଆସିଲେ ମୋ ଜୀବନ ସତେକି ଗୋଟେ ନବୀନ ସକାଳ ପରି ଲାଗେ....!!!

କାହିଁକି ଜାଣିପାରେନା ! ସ୍କୁଲ୍ ପଢା ଠାରୁ ଆଜି ପର୍ଯ୍ୟନ୍ତ କାହିଁକି ନିଜର ଲାଗ ତମେ, ତମ ଆଖିରେ ଆଖି ମିଶାଇ ପାରେନା ମୁଁ କାହିଁକି ???

ଏମିତି ଅନେକ ପ୍ରଶ୍ନ ଆସେ ମନକୁ.....ଭାବେ ତମେ କହିପାରିବ ଏସବୁ ......ହେଲେ ପୁଣିଥରେ ଭାବେ ତମେ କହିବନିତ ତମର ଚିରାଚରିତ ଢଙ୍ଗରେ "ତମ ମନକୁ ପଚାରନା ! ସେ କହିଦେବ !!"

ବାସ୍ ଏଥିପାଇଁ ଅଟକିଯାଏ..........

               (୨)

- କଣ ମ' ସେଦିନର କଥାରେ ରାଗିଛ ବୋଧେ ?

- ମୁଁ କଣ ତମ ଉପରେ ରାଗିପାରିବି ?

- ଓ ! ସେୟା ତ ନୁହଁ ଯେ ତମ ମୁଖ ଏତେ ମଳିନ କାହିଁକି ଆଜି ?

-ସବୁଦିନ ତ ସେପରି .........ଆରେ ଛାଡ ସେକଥା......ତମର କିଏ ପଢାପଢି ଭିତରେ ଠିକ୍ ହେଲେଣି ନା ନାଇଁ.....

- ଧେତ୍ ! ତମେନା....ଭାରି ଦୁଷ୍ଟ ହୋଇଗଲଣି....ମୋର କାଇଁ କିଏ ହେବେମ ......ତମର କଣ କେହି ନାହାନ୍ତି ?

- ଆରେ ଢମଣା ବୁଲିବାଲି ଅାସି ସେଇ ଅଗଣା ,କଣ ଯେ କହିବି ..ମୋ ପ୍ରଶ୍ନ ପୁଣି ମୋତେ .....

-ହା ...ହା..ହା.....କହୁନା ଏବେ....

-ଆରେ ହଁ କହୁଛି ଶୁଣ...

- କଣ କହିବ ଯେ......(ଦ୍ୱନ୍ଦ ରେ ପଡିଗଲା ସେ..ସତରେ କଣ ମୋର କେହିଜଣେ ତା ପାଖରୁ ଅଧିକା ନିଜର ଅଛନ୍ତି)

-କିଛିନୁହଁ ଯେ....ସେକଥା କହି ପାରିବିନି......

      ବାସ୍ ଏତିକି ରେ ବୁଝିଗଲା ସଵୁକିଛି


Rate this content
Log in