STORYMIRROR

Abinash Das

Drama

2  

Abinash Das

Drama

ଅପ୍ରେମୀ ମଣିଷ

ଅପ୍ରେମୀ ମଣିଷ

2 mins
15K


ଆଖି ଖୋଲିବା ବେଳେ ରୂପା ଦେଖିଲା ଏକ ଅଜଣା ଦୁନିଆଁ । ଶୁଣିବାକୁ ମିଳିଲା କିଛି ଅଜ୍ଞାତ କଥା । ପ୍ରେମ କିଣା ବିକାହୁଏ ଏଠାରେ । ବେଶ୍ କିଛି ଘଞ୍ଚ ନଥିଲେବି କିଛି କିଛି ଗଛ ରହିଛି ରାସ୍ତାର ଦୁଇ ପାଖକୁ ।

ହରିପୁର ଯିବା ବାଟରେ ଅଜଣା ବାଟଇ ସାଜି କାର୍ ରେ ଚାଲିଛି ରୂପା... ସେଇ କେତୋଟି ଗଛକୁ ଦେଖି ଜଙ୍ଗଲର ଭ୍ରମ ସୃଷ୍ଟି ହେବାପରେ ।

- ଟିକେ ଗାଡି ଅଟକାଇଲ...

ଦେଖିଲ ଏଇ ଆଗରେ କଣ କିଛି ଘର ଦିଶୁଛି, ଚାଲ ପଚାରିନେବା ହରିପୁର କେତେ ଦୂର ; ନହେଲେ ଏ ଜଙ୍ଗଲି ରାସ୍ତାରେ ଏମିତି ଘୁରୁଥିବା ।

- ଓକେ ମ୍ୟାମ୍

ଡ୍ରାଇଭର୍ ଓହ୍ଲାଇ ଘରର ଦରୱାନ୍ କୁ ପଚାରିବାକୁ ଗଲା ।

- ହରିପୁର ଏଇଠୁ କେତେ ବାଟ !

- ଆପଣ ଆଜ୍ଞା ହରିପୁରରେ...

ସେ ଜାଗାର ପ୍ରାକୃତିକ ସୌନ୍ଦର୍ଯ୍ୟ ରୂପାକୁ ବେଶ୍ ଆକର୍ଷିତ କରୁସାରିଥିଲା । ରୂପା ଗାଡିରୁ ଓହ୍ଲାଇ ସେ ଦରୱାନ୍ ପାଖକୁ ଯାଇ ପଚାରିବାକୁ ଭାବିଲା ସେ ଘର ବିଷୟରେ । କିଏ ସେ ଘରର ମାଲିକ ! ହଁ ... ଏୟାବି ଭାବୁଥିଲା ସେ ହରିପୁର ଆଶ୍ରମରେ ରହୁଥିବା ଶ୍ୱଶୁରର ମାସିକିଆ ଫି ଦେଲେ କେମିତି କାମ ସରିଯିବ ଆଉ ସେ ଘରର ପରିବେଶ ତ'ପରେ ସେ ପ୍ରାକୃତିକ ପରି ଦିଶୁଥିବା ମଣିଷ ତିଆରି ଜଙ୍ଗଲରେ କିଛି ସମୟ ବୁଲିବ।

ଦରୱାନ ଠୁ ଜାଣିଲା ଯେ ଏଇଟା ସେ ବଗିଚା ଯେଉଁ ଆଶ୍ରମକୁ ଯାଉଥିଲା ସେ ଆଶ୍ରମ ଅନ୍ତେବାସୀ ତିଆରି କରିଛନ୍ତି ଏହାକୁ ।

- ତୁମ ପକେଟ୍ ରେ ସେ ଚିଠି !

- ହଁ ମ୍ୟାଡାମ୍... ଡାକ ପିଅନ ... ପକେଟରେ ସେ ଚିଠି ରହିବା ସ୍ୱାଭାବିକ !

ଓ ! ତେବେ ସେ ଲୋକ ଦରୱାନ ନୁହଁ। ସେ ହେଉଛି ଡାକ ପିଅନ ଆଉ ସେ ଘର ଡାକ ଘର ।

ରୂପା ନିଜେ ଲେଖିଥିଲା ସେ ଚିଠି ତା' ମାମାଙ୍କ ପାଖକୁ ... ଭାଉଜ ପାଖରୁ ପାଇଥିଲା ସେ ତା' ମାମାଙ୍କ ନୂତନ ଠିକଣା ।

ସେ ଜାଣିଥିଲା ହରିପୁରର ସେ ଆଶ୍ରମର ନାମ ଥିଲା ପ୍ରେମ ଘର ! ଯେଉଁଠି ସେ ଚିଠି ଲେଖିଥିଲା ମାମାଙ୍କ ପାଖକୁ ।

ନିଜ ଶଶୁରଙ୍କ ଫି ଦେବାକୁ ଯାଉଥିବା ସେ ଆଶ୍ରମର ନାଁ ମଧ୍ୟ ଥିଲା ପ୍ରେମ ଘର !!! ଏମିତି ନିଜ କଥା ଭାବି ଭାବି ବସ୍ତବକୁ ଫେରିବା ବେଳେ ସେ ଡାକ ପିଅନର କଥାର ଶେଷ ପଦ ବାଜିଲା କାନରେ ...

" ଏ ପ୍ରାକୃତିକ ପ୍ରାୟ ଦିଶୁଥିବା ବଗିଚା ଆଉ ଜଙ୍ଗଲଟି ସେଇ ଅପ୍ରେମୀ ମଣିଷଙ୍କ ଦ୍ୱାରା ତିଆରି !!! "

ଶ୍ରୀ ଅବିନାଶ ଦାସ

କେନ୍ଦୁଝର


రచనకు రేటింగ్ ఇవ్వండి
లాగిన్

Similar oriya story from Drama