Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jaya Krishna Meher

Thriller Others

2  

Jaya Krishna Meher

Thriller Others

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

4 mins
7.0K


                                                   ଗ୍ରୀଷ୍ମ ଋତୁର ସଂଧ୍ୟା ବେଳ । ସୂର୍ଯ୍ୟାସ୍ତ ହେବାର ପ୍ରାୟ ଘଣ୍ଟାଏ କାଳ ହୋଇଥାଏ। କିଟି କିଟି ଅନ୍ଧାର ହେବା ସହ ଆଖିକୁ ଝାପସା ଝାପସା ଦିଶୁଥାଏ ପିଚୁ ରାସ୍ତାର ଦୁଇ କଡରେ ଥିବା ଦୃଶ୍ଯରାଜି ସବୁ । ପ୍ରଶାନ୍ତ ଗୋଟିଏ ପଟେ ଭଙ୍ଗା ପେଡାଲ ଥିବା ବଡ ସାଇକେଲଟିରେ ଚଢି ଅଣ୍ଟାକୁ ଏପଟ ସେପଟ କରି ଗୁଣୁଗୁଣୁ ହୋଇ ଆଗକୁ ଆଗକୁ ମାଡି ଚାଲୁଥାଏ ।          

ସେଦିନ ତାର ବାପା କୌଣସି ଏକ କାର୍ଯ୍ୟରେ ଭୁବନେଶ୍ବର ଯାଊଥାନ୍ତି । ଘରେ ଖୁଚୁରା ଟଙ୍କା ନ ଥିବାରୁ ପାଞ୍ଚ ଶହ ଟଙ୍କିଆ ନୋଟଟିଏ ଦେଇ  ପାଖ ସହର ବଙ୍ଗୋମୁଣ୍ଡାକୁ ଖୁଚୁରା ଅତିଶୀଘ୍ର ଆଣିବା ପାଇଁ ପଠାଇ ଥାନ୍ତି।ତେଣୁ ତରବର ହୋଇ ଖୁଚୁରା ଟଙ୍କାକୁ ହାପ ପ୍ୟାଣ୍ଟ ମୁଣାରେ ପୁରାଇ ଚାଲିଥାଏ । ମଝିରେ ମଝିରେ ପ୍ୟାଣ୍ଟ ମୁଣାରେ ହାତ ମାରୁଥାଏ।

 ଜଣେ ଅଚିହ୍ନା ଲୋକଟିଏ ରାସ୍ତାର ଗୋଟିଏ କଡରେ ଲମ୍ବା ଲମ୍ବା ପାଦ ପକାଇ ଚାଲିଥାଏ। ବ୍ୟକ୍ତିଟି ଦେଖିବାରେ ପ୍ରାୟ ତିରିଶରୁ ଚାଳିଶ ବୟସ ମଧ୍ୟରେ ହେବ । ତାର ମୁଁହଟା କଦର୍ଯ୍ୟ ଦେଖା ଯାଉଥିଲା। ତା  ହାତରେ ଥିଲା ସିମେଣ୍ଟ ପ୍ୟାକେଟରେ ତିଆରି ମୁଣିଟିଏ । କିଛି ଜିନିଷ ଭର୍ତ୍ତିକରି କରି ହାତରେ ଧରି ଚାଲୁଥିଲା । ସେ ମଧ୍ୟ ତରବରିଆ ଭାବରେ ଯାଉଥିଲା। ମଝିରେ ମଝିରେ ପଛପଟକୁ ଓଲଟି ଦେଖୁଥିଲା । ପ୍ରାୟତଃ ସଂଧ୍ୟା ସମୟରୁ କଣ୍ଟାବାଞ୍ଜିରୁ ଖରିଆର ଯିବାପାଇଁ ବସ ଚାଲୁ ନ ଥାଏ । ତାକୁ ଲାଗୁଥିଲା ସେ ତାର ଗାଁକୁ ଯାଉଛି ଏବଂ ଲିଫ୍ଟ ର ଅପେକ୍ଷାରେ ପଛକୁ ବାରମ୍ବାର ଅନାଉଥିଲା । ସେତେ ବେଳକୁ ତାର ସାଇକେଲଟି ଲୋକଟିର ପାଖାପାଖି ହୋଇଥାଏ ।

 ବ୍ୟକ୍ତିଟି ପ୍ରଶାନ୍ତ ଯିବାର ଦେଖି ଅଟକାଇ ପଚାରିଲା " ବାବୁ ତମେ ଆଗକୁ ଯିବକି ମୋତେ ଏଇନେ ଟିକେ ଆଗରେ ଛାଡିଦେବ । "

 - ନା ' ନା ଆଗକୁ ଯାଉ ନାହି । ଏଇଟା ହିଁ ଆମ ଗାଁ ( ବାମ ପଟକୁ ଦେଖାଇ ) 

- ମୋର ମୁଣ୍ଡଟା ଠିକ ନାହିଁ ବାବୁ । ତମର ଧରମ ହେବ ଆଗକୁ ଟିକେ ଛାଡି ଦେବ ।

 ତାର ମନରେ ଟିକେ ଦୟା ଭାବ ଆସିଲା । ତଥାପି ଟିକେ ଦ୍ୱନ୍ଦରେ ମଧ୍ୟ ପଡିଗଲା କଣ କରିବି ବୋଲି। କିଛି କହିବା ପୁର୍ବରୁ ଅଚିହ୍ନା ବ୍ୟକ୍ତିଟି  ସାଇକେଲ ଆଗରେ ବସାଇ ଚଲାଇବା ଆରମ୍ଭ କରି ଦେଇଥିଲା । କିଛି ଦୂର ଅତିକ୍ରମ କରିବା ପରେ ପ୍ରଶାନ୍ତ ଅଚିହ୍ନା ବ୍ୟକ୍ତିକୁ କହିଲା  " ଡେରି ହୋଇଯିବ ମୁଁ ଏଠାରୁ ଯାଉଛି କହିଲା। "    ହେଲେ ତାର ପ୍ରତ୍ୟୁତ୍ତର କିଛି ମିଲିଲା ନାହିଁ। କିଛି ଦୂର ଅତିକ୍ରମ କଲାପରେ....

ତୁମର ନାଁ କଣ ପ୍ରଶାନ୍ତ ପଚାରିଲା

- ତେଜରାଜ ସାହୁ 

- ତୁମ ଗାଁ ? 

- ବିରିପାଲି ,ମୋ ମୁଣ୍ଡ ଠିକ ଭାବରେ କାମ କରେ ନାହିଁ ବାବୁ ।

 - କାହିଁକି ? କଣ ହେଇଛି କି ?

- ହଁ ମୋ ସହ ଆମର ପଡୋଶୀ ସହ ଝଗଡ଼ା ହେବାରୁ ମୋତେ ଗୁଣିଗାରେଡି କରି ଦେଇଛନ୍ତି। ଭଲ ହେବା ପାଇଁ ଅନେକ ଟଙ୍କା ପଇସା ଖର୍ଚ୍ଚ ହେଲାପରେ ମଧ୍ୟ ଠିକ ହେଉ ନାହିଁ। 

- ତ .. ତ.. ମ ..କୁ ଏବେ ଭୁତ ସବାର ହୋଇନି ତ ? 

- ନା ଏବେ କିଛି ହୋଇନି ଭଲ ଅଛି ।

- ତମେ ଏଠାରୁ ଯାଇ ପାରିବ ତ ?

  - ହଁ ହେଲେ ଏକାକୀ ନୁହେଁ । କେତେବେଳେ କଣ ହୋଇଯିବ ବୋଲି  ମତେ ଡର ଲାଗୁଛି ।

- ସାଙ୍ଗ ମାନଙ୍କ ଠାରୁ ଶୁଣିଥିଲି ଯେ , ହନୁମାନ ପୂଜା କଲେ  ଗୁଣିଗାରେଡିର ପ୍ରଭାବ ପଡେନି । 

 - ହଁ ଠିକ ଅଛି ସେୟାବି କରିକି ଦେଖିବି । 

- ଏଠାରୁ ତମେ ଆଉ କାହାକୁ ଲିଫ୍ଟ ନେଇ ଯାଅ । (ଟିକିଏ ଚିନ୍ତା ଗ୍ରସ୍ତ ହୋଇ କହିଲା ) 

- ଆଉ ଟିକିଏ ଦୂର ଯିବା ଏଇନେ ତ ପାଖେଇ ଆସିଲାଣି ।

- ଠିକ ଅଛି । ତମକୁ ଡର ଲାଗୁଛି କି  

- ହଁ 

- ତମେ ଗାୟତ୍ରୀ ମନ୍ତ୍ର ଜପ କରି କରି ଚାଲିଯିବ। ଆମ କ୍ଲାସର ରୋହିତ କହୁଥିଲା କୁଆଡେ ଗାୟତ୍ରୀ ମନ୍ତ୍ର ଜପ କଲେ ଭୁତ ପ୍ରେତ ପାଖକୁ ଆସନ୍ତି ନାହିଁ। 

 - ହଁ ଠିକ୍ ଅଛି। ଏଠାରୁ ଆମ ଗାଁ ଅଳ୍ପ ଦୂର । ଏଠାରୁ ଚାଲିଯିବି ।

(ତାପରେ ଦୁହେଁ ସାଇକେଲରୁ ଓଲ୍ଲାଇଲେ । )

- ଏଠାରୁ ଯାଇ ପାରିବ ?

- ହଁ, ହେଲେ ...

- ତମର କିଛି ହେବନି ,ନିଅ ଏହି ହନୁମାନ ଲକେଟଟା ( ବେକରୁ କାଢି ତାକୁ ଦେଇ ଦେଇ ) ।

- ଏଟା କଣ କରିବି ?

- ତୁମେ ଜାଣି ନ କି ? ଏହା ପିନ୍ଧିଥିଲେ ଭୁତପ୍ରେତ ସହ ଲଢିବାକୁ ସାହସ ମିଲିଥାଏ ।

- ହଁ ଠିକ ଅଛି । 

ତାପରେ ସେ ସାଇକେଲ ଟିକୁ ଧରାଇଦେଇ ବିଦାୟ ନେଇ ଚାଲିଗଲା । 

ସେ ଅଚିହ୍ନାବ୍ୟକ୍ତିଟି ଚାଲିଯିବା ପରେ ପ୍ରଶାନ୍ତର ଅକଲ ଗୁଡୁମ । ଦେଖିଲା ଚାରିଆଡକୁ କିଛି ଦେଖାଯାଉନି । ସମୟ ଦେଖିଲା ଆଠଟା ପ୍ରାୟ ହେବାକୁ ବସିଲାଣି। ତାକୁ ବି ଭୁତ ପ୍ରେତଙ୍କୁ ଡର । ନିଜର ହନୁମାନ ଲକେଟଟାକୁ ବି ଦେଇ ଦେଇଛି । ତା ଉପରେ ଘର କଥା ମଧ୍ୟ ମନେପଡିଲା ବେଲକୁ କି କର୍ତ୍ତବ୍ୟ ବି ମୁଢ ପ୍ରାୟ ହୋଇ ଯାଉଥିଲା। ତା ପରେ ସେ ଗାୟତ୍ରୀ ମନ୍ତ୍ର ଜପ କରି କରି ଆଗକୁ ଧୀରେ ଧୀରେ ଅଗ୍ରସର ହେଲା । ପ୍ରଥମ ଥର ପାଇଁ ଅନ୍ୟ କାହାକୁ ସାହାଯ୍ୟ କରିଛି ବୋଲି ମନେ ମନେ ଖୁସି ହେବା ସହ ନିଜ ପ୍ରତି ଗର୍ବ ଅନୁଭବ ମଧ୍ୟ  କରୁଥିଲା । 

 ଯେମିତି ସେମିତି କରି ଘରେ ହାଜର ହେଲା ପରେ ଦେଖିବାକୁ ପାଇଲା ଯେ , ମାଆ ରାଗରେ ପଞ୍ଚମ ହୋଇଯାଇ ଥାନ୍ତି। ତାକୁ ଖାଇବାକୁ ପଡିଲା ଗାଲି ମିଶା ମାଡ । ହେଲେ ଘରର କାହାକୁ କିଛି କହିଲା ନାହିଁ। ଭାତ ଖାଇଦେଇ ଚୁପଚାପ ସିଧା ଶୋଇପଡିଥିଲା । ସକାଳେ ସ୍କୁଲ ଯିବାବେଲେ ରାସ୍ତାରେ ଦେଖିବାକୁ ପାଇଲା ସେହି ଅଚିହ୍ନା ବ୍ୟକ୍ତିଟି ଆଜି ଚିହ୍ନା ଚିହ୍ନା ଲାଗୁଥିଲା। ତାକୁ ପୋଲିସ ହାତକଡି ପକାଇ କୁଆଡେ ନେଇ ଯାଉଥିଲା। ପାଖ ପାନ ଦୋକାନରେ ବସିଥିବା ଶ୍ୟାମ ଅଜାଙ୍କୁ ପଚାରିଲା " ଅଜା ସେ ଲୋକଟାକୁ ପୋଲିସ କାହିଁକି ବାନ୍ଧି ନେଉଛି ? 

- ଆରେ ତୁ ଏଠି କଣ କରୁଛୁ ? ସେ ଲୋକ ଗୋଟେ ଦୁର୍ଦାନ୍ତ ଚୋର , ବହୁତ ଦିନରୁ ପୋଲିସ ଖୋଜୁଥିଲା । କାଲି ମଧ୍ୟ ଦିନ ବେଳା ରାସ୍ତାରେ ଅଟକାଇ ଜଣକୁ ଛୁରାମାଡ କରି ଟଙ୍କା ଲୁଟି ନେଇଥିଲା । ଆଜି ସେ ନିଜେ ଆସି ପୋଲିସ ପାଖରେ ଆତ୍ମସମର୍ପଣ କରିଛି । 

ଅଜାଠାରୁ ଶୁଣିବା ପରେ  କାଲିର ଘଟଣା ଆଖି ସାମ୍ନାରେ  ଜଳଜଳ ହୋଇ ଦେଖାଯାଉଥିଲା। ତାର ଦେହ ଶୀତେଇ ଉଠୁଥିଲା। ତାର ପାଟି ଅଧା ଖୋଲାହୋଇ ନିର୍ବାକ ଭାବେ ଅନାଇ ରହିଥିଲା ଅଜାଙ୍କର ମୁହଁକୁ । ତା ମନରେ ଉଙ୍କି ମାରୁଥିଲା କେତେକ ପ୍ରଶ୍ନ। ମୋ ପାଞ୍ଚ ଶହ ଟଙ୍କା ଓ ସାଇକେଲ ଲୁଟି ନ ଥିଲା କାହିଁକି? ଆଜି ସକାଳେ ଆତ୍ମସମର୍ପଣ କଲା କାହିଁକି? ଏପରି କେତେ ଗୁଡିଏ ପ୍ରଶ୍ନ ..........

                       ଜୟକୃଷ୍ଣ ମେହେର       

                       ଗୋହିରାପଦର  

                        ବଲାଙ୍ଗୀର     

                       9938822205  

  


Rate this content
Log in

Similar oriya story from Thriller