Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR SAMIR RANJAN BEHERA

Horror Tragedy Action

4.6  

DR SAMIR RANJAN BEHERA

Horror Tragedy Action

ଅତୃପ୍ତ ପ୍ରେମଶିଲା

ଅତୃପ୍ତ ପ୍ରେମଶିଲା

12 mins
447




ସବୁଦିନ ପରି ସେଦିନ ଡ଼ିଉଟି ରୁ ଫେରି ବା ବେଳେ କାହିଁକି ହଟାତ ଗାଡିର ଷ୍ଟାର୍ଟ ବନ୍ଦ ହେଇଗଲା l ତାପରେ ଦେଖିଲି ଯେ ଗାଡି ଆଗରେ ଗୋଟେ କୁକୁର ବିକଳ ସ୍ବର ଛାଡୁଥିଲା l ସତେ ସେ ସ୍ୱର ଭରି ରହିଥିଲା କିଛି ଅହେତୁକ ଆକୁଳତା ଅତ୍ୟାଚାରିତ ଶୋଷିତ ହେଇଥିବା ଏକ ପ୍ରାଣ ଆକୁଳ ବିନତି କରୁଛି କିଛି ସହାନୁଭୂତି ର ଆଲୋକ ପାଇଁ l ମୁଁ ବିଶେଷ କିଛି ନଜର ନଦେଇ ଗାଡି ଷ୍ଟାର୍ଟ କରି ପଳେଇ ଆସିଲି l

ମୁଁ ରୁନୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମେଡିକାଲ ଅଫିସର ଭାବେ କାଯ୍ୟ ରତ l ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମୋତେ ଡେପୁଟେସନ ରେ ଦୁଇଦିନ କାମ କରିବାକୁ ପଡେ l ପ୍ରଥମେ ପ୍ରଥମେ ଶନିବାର ରବିବାର କରୁଥିଲି ଏବେ କିନ୍ତୁ ମଙ୍ଗଳବାର, ବୁଧବାର କରିବାକୁ ପଡୁଛି l ୠନଗାଁ ରେ ରହିବାର ସୁବିଧା ନ ଥିବାରୁ ମୋତେ ବଡ଼ଗାଁ ରେ ରହି ଯିବା ଆସିବା କରିବାକୁ ପଡେ l

କିଛି ଦିନ ବିତିଗଲା..........

ଫେରିବା ବେଳେ ପୁଣି ସେଇ ଜାଗା ରେ ଗାଡି ବନ୍ଦ ହେଇଗଲା ଆଉ କିଛି ସମୟ ପରେ ଅବିକଳ ସେଇ କୁକୁର ଟି ପୁଣି ଦୃଶ୍ୟ ମାନ ହେଇ ବିକଳ ସ୍ବର ରେ କାନ୍ଦିବାକୁ ଲାଗିଲା l

ଜଙ୍ଗଲିଆ ରାସ୍ତା ରେଙ୍ଗାଲମାଲ ଆଉ ସହଜବାହାଲ ମଝା ମଝି ଜାଗା ଟା, ଭାବିଲି ଗାଡ଼ିରୁ ଓଲ୍ହେଇ କଣ ହେଇଛି ଦେଖିବି     ହେଲେ ବହୁତ ଡର ଲାଗିଲା l ମେ ମାସ ଗ୍ରୀଷ୍ମ ଦିନ ଟା ଥିଲା ନା ପୁଣି ଦିନ ପାଖାପାଖି ଦେଢ଼ଟା, ନିଛାଟିଆ ଲାଗୁଥାଏ, ତେଣୁ ଆଉ ଓଲ୍ହେଇବା ଟା ଉଚିତ ମନେ ନ କରି ଗାଡି ଷ୍ଟାର୍ଟ କରି ପଳେଇଆସିଲି l

ମୋତେ ଟିକେ ସନ୍ଦେହ ଲାଗିଲା l ଗତ ଥର ତ ମନେ ପଡୁନି କି ବାର ଥିଲା ଆଜି କିନ୍ତୁ ଶନିବାର l ଦେଖିବା ନେକ୍ସଟ କେବେ ଏହିଘଟଣା ଘଟୁଛି l କିଛି ଦିନ ଗଲା ପୁଣି ଶନିବାର ଆସିଲା ଠିକ ସେଇ ଜାଗା ରେ ସେହିଭଳି ହିଁ ହେଲା l

ମୁଁ ସିଅର ହେଇଗଲି କିଛି ତ ଗୋଟେ ରହସ୍ୟ ଅଛି l ମୁଁ ତ ଭୁତ ଭୌତିକ ରେ ବିଶ୍ୱାସ କରେ ନାହିଁ l ମୋର ଜଣେ ଅତି କ୍ଲୋଜ ଷ୍ଟାଫ ଥିଲେ, ସେ ଟିକେ ମନ୍ତ୍ର ତନ୍ତ୍ର ବିଷୟରେ ଜାଣିଥାନ୍ତି l

" ଦାସ ବାବୁ, ଚାରିଟା ଶନିବାର ହେଇଗଲାଣି ଏହିଭଳି ମୁଁ ଦେଖୁଛି

କଣ ହେଇପାରେ ବୋଲି ଆପଣ ଭାବୁଛନ୍ତି l"

" ଦେଖନ୍ତୁ ସାର, ମୋତେ ଯାହା ଲାଗୁଛି ଏଇଟା କେହି ଆତ୍ମା ର କାମ ହେଇପାରେ ଏ, କିଛି କହିବାକୁ ଚାହିଁ ପାରେ ବା କିଛି ଦେଖେଇବାକୁ l'"

" ହେଲେ ମୋତେ କାହିଁକି ଦେଖାଦେଉଛି l"

" ଦେଖନ୍ତୁ ସାର ଆପଣ ଚୂପେ ଚୂପେ କିଛି କରୁଥିବେ ସେଇଲାଗି ଭୁତ ଡରଉନି ତ? " ମଜାଳିଆ ଭଙ୍ଗ ରେ ଦାସ ବାବୁ କହିଲେ l

ଆତ୍ମା, ଭୁତ ଶୁଣି କାହିଁକି ବହୁତ ଡର ଲାଗିଲା l

ଏକା ଏକା କାହିଁକି ଯିବାକୁ ଟିକେ ସଂକୋଚ ଲାଗିଲା l

କାଲି କେମିତି ଯିବି ଭାବୁଛି.. ଏ ଦାଶ ବାବୁ ତ ଏମିତି ଡରେଇ ଦେଲେନି l ହଟାତ ମୋବାଇଲ ଟା ବାଜି ଉଠିଲା ଲ ଦାଶ ବାବୁ ଙ୍କ ଫୋନ l ମଲା ମଣିଷ ପୁଣି କଣ କହିକି ଡ଼ରେଇବେ l

" ସାର କାଲି ମୋର ଟିକେ immunisation ସୁପରଭିଜନ ଅଛି ରେଂଗାଲମାଲ ରେ ଆପଣ ଙ୍କ ସହ ଯିବି l"

ଯାହା ହେଉ ମୁଁ ଖୁସି ହେଇଗଲି l ମୋ ସାଙ୍ଗରେ ଯିବାପାଇଁ ଦାଶ ବାବୁ ରାଜି ହେଇଗଲେ l

ତାପରଦିନ ସକାଳୁ ଡେଟ May 22 2014 ଆମେ ଦାଶ ବାବୁ ମୁଁ ବାହାରିଲୁ l

ରେଂଗାଲମାଲ ଗଲା ବେଳେ ବାଟରେ ସେ ଜାଗା ଟା ଦାଶ ବାବୁ ଙ୍କୁ ଦେଖେଇଲି..... ଦାଶ ବାବୁ ମୋତେ ହଟାତ କଣ ଗୋଟେ କହୁଥିଲେ, ହଟାତ ଗୋଟେ ହମ୍ପସ ଆସିଲା ଅନ୍ୟମନସ୍କ ହେଇଗଲେ l

" ଦାଶ ବାବୁ କଣ ଗୋଟେ କହୁଥିଲେ l

"ସାର ଭୁଲିଗଲି l"

ଦାଶ ବାବୁ ଙ୍କୁ ରେଂଗାଲମାଲ ସବସେଣ୍ଟର ଛାଡି ଦେଇ ମୁଁ ମୋ ହସ୍ପିଟାଲ ଚାଲିଗଲି l ହସ୍ପିଟାଲ ରେ ମନ ଲାଗୁନଥିଲା,

ସେଇ ଷ୍ଟାର୍ଟ ବନ୍ଦ କୁକୁର ପାଖରେ ମନଟା ରହି ଯାଇଥାଏ l

ଗୋଟାଏ ବାଜିଲା, ପେସେଣ୍ଟ ଦେଖା ସରିଲା l ମୁଁ ଦାଶ ବାବୁ ଙ୍କୁ ରେଂଗାଲମାଲ ରୁ ନେଇ ଚାଲିଲି l ଗାଡି ଚାଲିଥାଏ ହଟାତ ସେଇ ଜାଗା ରେ ଗାଡି ବନ୍ଦ ହେଇଗଲା, ଠିକ ପୂର୍ବ ପରି କୁକୁର ଟା ଆସି ବିକଳ ସ୍ବର ରେ କାନ୍ଦିବାକୁ ଲାଗିଲା l

ମୋତେ ଆଶ୍ଚର୍ଯ୍ୟ ଲାଗିଲା, ଆଜି ତ ଶନିବାର ନୁହଁ l ଆଜି ପୁଣି କାହିଁକି ଏମିତି ହେଲା l କଣ ଦର୍ଶେଇ ବାକୁ ଚାହୁଁଛି ଏ ପରିସ୍ଥିତି l

"ଦାଶ ବାବୁ ଦେଖିଲେ ନା, କିଛି ଦିନ ପୂର୍ବରୁ ଯେଉଁ କଥା କହୁଥିଲି...... କିଛିଦିନ ହେଲା ବହୁତ ମନସ୍ତାପ ରେ ରହୁଛି ନା ଭୋକ ଲାଗୁଛି ନା ନିଦ ହେଉଛି l"

"ହଁ ସାର ମୁଁ ବି ସେହିଆ ଦେଖୁଛି.... ସାର ଦେଖନ୍ତୁ ସେ କୁକୁର ଟା ଜଙ୍ଗଲ ଆଡକୁ ଚାଲିଯାଉଛି.. ଚାଲନ୍ତୁ ଫୋଲୋ କରିବା l"

"ନା ନା ଦାଶ ବାବୁ ବହୁତ ଡର ଲାଗୁଛି, ଚାଲନ୍ତୁ ପଳେଇବା l"

ଡ଼ରନ୍ତୁ ନାହିଁ ସାର ମୁଁ ଅଛି, ସାଥିରେ ଗଲେ ଡର ଲାଗିବନି, ତାପରେ କିଛି କ୍ଲୁ ତ ମିଳିଯିବ l"

ଆମେ ସାହସ କରି କୁକୁର ଟାକୁ ଫୋଲୋ କଲୁ, କିଛି ବାଟ ପରେ ହଟାତ କୁକୁର ଟି ଉଭାନ ହେଇଗଲା l ମୋ ଛାତି ଥରିଗଲା, ଦାଶ ବାବୁ ବି ଟିକେ ଡରିଯାଇଥିଲେ l

" ସାର ସାର ଦେଖନ୍ତୁ ସେ କୁକୁର ଯେଉଁଠି ଉଭାନ ହେଲା  ସେଠି ଗୋଟେ T ଚିହ୍ନ ଟେ ମରା ହେଇଛି, ଚାଲନ୍ତୁ ଚାଲନ୍ତୁ ପାଖକୁ ଯାଇ ଦେଖିବା l"

ପାଖକୁ ଯାଇ ଦେଖିଲୁ ଗୋଟେ କବର , କିଛି ଘାସ ବି ଉଠିଗଲାଣି l

ବହୁତ ସନ୍ତସନ୍ତିଆ ଲାଗୁଛି ଯାଗାଟା l କିଛି ବୁଦା ମାଡ଼ିଗଲା ନି l ଏତିକି ଆମେ ସିଅର ହେଇଗଲୁ ଯେ ଏଠି କାହାକୁ କବର ଦିଆ ଯାଇଛି ଏବଂ ଏ ସ୍ଥାନ କୁ ବହୁତ ଦିନ ହେଲା କେହି ଆସିନାହାନ୍ତି l ହଟାତ ଜୋର ରେ ବର୍ଷା ହେବାରେ ଲାଗିଲା, ଆମେ ଆଉ ସେଠି ନ ରହି ଫେରିଗଲୁ ଗାଡି ପାଖକୁ l ବଡ଼ଗାଁ ରେ ପହଂଚିଗଲୁ l

ମୋତେ କିନ୍ତୁ ସେଦିନ ଆଉ ନିଦ ହେଲାନି l ସେଇ କବର ସ୍ଥାନ, କୁକୁର, ଶନିବାର ର ଗାଡି ବନ୍ଦ ହେଇଜିବା ପୁଣି ଆଜି ମେ ବାଇଶି ଗୁରୁବାର ରେ ଗାଡି ବନ୍ଦ ହେବା l ଓଃ ମୋ ହୃଦୟ ତନ୍ତ୍ରୀ ଥରିଯାଉଛି, ଅଣନିଶ୍ୱାସୀ ଲାଗୁଛି l କିଏ ସେ ମୃତ ଆତ୍ମା ମୋତେ କାହିଁକି ବାର ବାର ଦେଖାଦେଉଛି l କଣ ଜଣେଇବାକୁ ଚାହୁଁଛି l ମୋର ମୁଣ୍ଡ କଣ ହେଇଯାଉଥାଏ l

T ଚିହ୍ନ ମାନେ ସେ ମୃତ ଟା ନିଶ୍ଚୟ କ୍ରିଷ୍ଟିଆନ, ପୁଣି ଶନିବାର ମାନେ କଣ???? May 22..............

ସାଙ୍ଗେ ସାଙ୍ଗେ ଯାଇ ମୁଁ ସବୁ କରିଥିବା ପୋଷ୍ଟମର୍ଟନର ଫାଇଲ ଖୋଲିଲି, କେତେ ହିନ୍ଦୁ କ୍ରିଷ୍ଟିୟାନ... କିଛି ଜାଣି ପାରିଲିନି.... ରାତି ପ୍ରାୟ ତିନିଟା ମୋତେ ବହୁତ ଜୋର ଜର ଆସିଲା.. ମୋତେ ବହୁତ କଷ୍ଟ ଲାଗିଲା... ସଂଗେ ସଂଗେ ଯାଇ ମେଡ଼ିସିନ ଖାଇଲି କିଛି ସମୟ ପରେ ଟିକେ ଆଖି ଲାଗିଲାଇଥାଏ, ହଟାତ ଗୋଟେ ସ୍ବପ୍ନ ଦେଖିଲି.... କୋଳାହଳ ବିକଟାଳ ସ୍ବର... ମୋ ନିଦ ହଟାତ ଭାଙ୍ଗିଗଲା.. ଜର ଛାଡି ଯାଇଥାଏ, ଦେହରୁ ଗମ ଗମ ଝାଳ ବାହାରି ଯାଉଥାଏ... ସମୟ ପାଖାପାଖି ଚାରିଟା, କ୍ଵାଟର ର ଝରକା ଟା ଖୋଲି ଦେଲି, ହଟାତ ଦୁଲ୍କେ ପବନ ରେ କାନ୍ଥ ରେ ଟଙ୍ଗା ହେଇଥିବା କ୍ୟାଲେଣ୍ଡର ଟା ଧଡ଼ ହେଇ ଖସିପଡିଲା l ମୋର ଆଉ ସେଟା ଉଠେଇବାକୁ ଶକ୍ତି ନ ଥାଏ l

ବହୁତ ଦୁର୍ବଳ ଲାଗୁଥିଲା l ଖଟ ଉପରେ ଟିକେ ବସିପଡିଥାଏ ମୁଁ l ଅନ୍ୟମନସ୍କ ଭାବେ ସେଇ କ୍ୟାଲେଣ୍ଡର କୁ ଚାହିଁ ଥାଏ l ଶନିବାର ଆଉ କାଲିର 22 ତାରିଖ ର ଘଟଣା କଥା ଭାବୁଥାଏ l

ହଟାତ କ୍ୟାଲେଣ୍ଡର ଟା ଉଠେଇ ଆଣିଲି... ଫେବୃଆରୀ ମାସର ଥିଲା ସେ କ୍ୟାଲେଣ୍ଡର, ମୋ ନଜର 22 ତାରିଖ ଉପରେ ପଡିଲା

yes yes........ ଫେବୃଆରୀ 22 ତାରିଖ ଶନିବାର l

ମୁଁ ସଂଗେ ସଂଗେ ଆଉ ଥରେ ମୋ ପୋଷ୍ଟମୋଟର୍ଣ ଫାଇଲ କୁ ଖୋଲିଲି.... ଯାହା ଦେଖିଲି ମୋ ଦେହ ଶିହରି ଗଲା...

ଫେବୃଆରୀ 22 ତାରିଖ ଶନିବାର ରେ ହିଁ ମୁଁ ମୋ ଇନଚାର୍ଜ ବାରିକ ସାର ଙ୍କ ସହ ଗୋଟେ କେସ ଟା ର ପୋଷ୍ଟମଟମ କରିଛି l ଅତି ଭାବାବେଗ ହେଇ ରିପୋର୍ଟ ଟା ପଢିବାକୁ ଲାଗିଲି

" ପ୍ରେମଶିଲା ଟେଟେ ପିତା ଫର୍ନାଡିସ ଟେଟେ ବୟସ 18

ଅଡ୍ରେସ- ଲାକ୍ରାଘର, ଥାନା- ବଡ଼ଗାଁ, ସୁନ୍ଦରଗଡ଼

Cause of death --Hypoxia following Stragulation with sign of forceful intercourse.

ଯାହାର ଅର୍ଥ ରେଫ ଆଣ୍ଡ ମର୍ଡର l

ରହସ୍ୟ ର ଉନ୍ମୋଚନ ପାଇଁ ମୋ ଛାତି ବ୍ୟାକୁଳ ହେଇ ଉଠିଲା ମୋତେ ଲାଗୁଥିଲା ଏଇଟା ସେଇ ଅତୃପ୍ତ ଆତ୍ମା l ତଥାପି ପ୍ରୋଫ ପାଇଁ ମୁଁ ଅତିଷ୍ଠ ହେଇ ଉଠିଲି ଆଉ ସୋଇପାରିଲିଣି l ସକାଳୁ ଛ ଟା ବାଜିଲାଣି l ମୁଁ ତର ତର ହେଇ ଗାଡି ଧରି ବାହାରିଲି ସେଇ ଅଡ୍ରେସ କୁ l

ଲାକ୍ରାଘରା ପାହାଡ଼ କୁଳ ରେ ଛୋଟ ଗାଁ, ପ୍ରାୟ କ୍ରିଷ୍ଟିୟାନ ଆଦିବାସୀ ଏଠି ରହନ୍ତି, ମୋ ରୁନୁଗାଁ ହସ୍ପିଟାଲ ଠୁଁ ପାଞ୍ଚ କିଲୋମିଟର ଦୂର l ଗାଡି ଅଙ୍ଗନବାଡି ପାଖରେ ଗାଡି ଟି ରଖିଦେଇ ସେଠି ଜଣକୁ ପଚାରିଲି ପ୍ରେମଶିଲା ର ଘର କେଉଁଠି l ଲୋକଟି ହାତ ଠାରି ମୋତେ କହିଦେଲା l ପାଖକୁ ଗଲି

ଦେଖିଲି ନୁଆଁଣିଆ ଚାଳ ଘରଟେ, କେମିତି ପଚାଳିଆ ବାସନ ଘରଭିତରୁ ଆସୁଥାଏ l ଗୋଟେ ଲୋକ ଟା ବସି ରହି କଣ ଖାଉଥାଏ l

" ଆରେ ମଉସା ପ୍ରେମଶିଲା କୁ ଜାନଛ କେଁ??

ଏଇଟା ତାର ଘର ତ?? "..

ଘର ଭିତରୁ ମଧ୍ୟବୟସ୍କ ଲୋକ ଟେ ବାହାରି ଆସିଲା, ନୁଖୁରା ବାଳ, ଟିକେ ଟିକେ ଦାଢ଼ି ପାଚି ଯାଇଥାଏ l ପତଳା ଶରୀର, ବହୁତ ଅସନା ଲାଗୁଥାଏ , ଭକ ଭକ ହାଣ୍ଡିଆ ବାସ୍ନା ମୁହଁ ରୁ ବାହାରିଆସୁଥାଏ l

"" ଆଜ୍ଞା ନମସ୍କାର.. ହଁ ଆଜ୍ଞା ସେଇଟା ମୋର ନନି ଛୁଆ ଟା l

ରାସ୍ତା ଆକ୍ସିଡେଣ୍ଟ ରେ ଗାଡି ଚପେଇ ଦେଲା ଯେ ମରିଗଲା l"

"ରାସ୍ତା ଆକ୍ସିଡେଣ୍ଟ ନା ଆଉ କିଛି, ମୋତେ ସତ କହ ତ ବୋବା କେନ୍ତା ପ୍ରେମଶିଲା ମରଲା l"

"ହଁ ଆଜ୍ଞା ଗାଡି ଏକ୍ସିଡେଣ୍ଟ ହିଁ ମରଲା, ସତ କହୁଛି ଆଜ୍ଞା. ମୁଇଁ ନିଜେ ମୋର ନନି କେଁ ରେଂଗାଲମାଲ ଜଙ୍ଗଲ ଥି କବର କରିଛି l"

ମୁଁ ହଟାତ ଚମକି ପଡିଲି, ମୋତେ ଆଉ ବୁଝିବାକୁ ବାକି ନଥିଲା ଯେ ସେ ଅତୃପ୍ତ ଆତ୍ମା ଟି ପ୍ରେମଶିଲା ର ବୋଲି l

ତାପରେ ତା ବାପା ଙ୍କ କଥା ଆହୁରି ସନ୍ଦେହ ଘେର କୁ ନେଇ ଆସିଲା l ସଂଗେ ସଂଗେ ଆଉ ଅପେକ୍ଷା ନ କରି ମୁଁ ବଡ଼ଗାଁ ହସ୍ପିଟାଲ ଗଲି l

" ପଟେଲ ବାବୁ ଟିକେ ପୋଷ୍ଟମୋଟର୍ଣ ଫାଇଲ ଟେ ଦେଲେ ମୁଁ ହସ୍ପିଟାଲ କପି ଟିକେ ଦେଖିବି l"

ଫାଇଲ ଖୋଜିଚାଲିଲି ହେଲେ, ପ୍ରେମଶିଲା ର ପୋଷ୍ଟମୋଟର୍ଣ କପି ନଥିଲା ସେଥିରେ l ମୋତେ ଆହୁରି ରହସ୍ୟ ମୟ ଲାଗିଲା l

" ପଟେଲ ବାବୁ ପ୍ରେମଶିଲା ଟେଟେ ର ରିପୋର୍ଟ ନାହିଁ l କୁଆଡେ ଗଲା?? "

"ନାଇଁ ସାର ମୁଇଁ ଜାଣିନି l"

"ବାରିକ ସାର ଆସିଲେଣି??"

" ନାଇଁ, ସାର ଦୁଇଦିନ ହେଲା ଛୁଟି ରେ ଅଛନ୍ତି l"

ମୁଁ ବାରିକ ସାର ଙ୍କୁ ଫୋନ କାଲି

" ସାର ନମସ୍କାର, ସାର ଆପଣ ଆଉ ମୁଁ ତିନି ମାସ ତଳେ ଯେଉଁ ପ୍ରେମଶିଲା ଟେଟେ ର Rape and murder case ta ପୋଷ୍ଟମୋଟର୍ଣ କରିଥିଲେ, ତାର ହସ୍ପିଟାଲ କପି ଫାଇଲ ରେ ନାହିଁ

ଆପଣ ଜାଣିଛନ୍ତି କି? ନହେଲେ ପ୍ଲିଜ ସାର ଆପଣ ଙ୍କ କପି ଟିକେ whatsapp କରି ପଠେଇଦେବେ କି? "

"ହେଲୋ ହେଲୋ ହେଲୋ, ଡାକ୍ତର ବେହେରା କିଛି ଶୁଭୁନି ମୁଁ ପରେ କଲ କରୁଛି l"

ବାରିକ ସାର କାଟିଦେଲେ, ସେ ଆଭୋଏଡ଼ କଲେଣି ତ l

ଦିନକୁ ଦିନକୁ କାହାଣୀ ଆହୁରି ରହସ୍ୟମୟ ହେଇଯାଉଛି l

ଉପରଓଳି ପୁଣି ଫୋନ କଲି ବାରିକ ସାର ଫୋନ ଉଠେଇଲେନି

ତିନି ଥର କାଲିଣି.... ତଥାପି ନୋ ରେସ୍ପନସ l

ମୋତେ ବାରିକ ସାର ଙ୍କ ଉପରେ ସନ୍ଦେହ ଘନୀଭୁତ ହେଲା l

ନା ମୋତେ ବଡ଼ଗାଁ IIC କୁ ଫୋନ କରିବାକୁ ପଡିବ l

" ହଁ ମାଡାମ ଟିକେ କାମ ଥିଲା, କାଇଁଣ୍ଡଲି ଆପଣ 22 ଫେବୃଆରୀ ର ପ୍ରେମଶିଲା ଟେଟେ ର ଫାଇଲ ଟିକେ ବାହାର କରି ରଖନ୍ତୁ l ମୁଁ ଯାଉଛି, ଗୋଟେ ଅର୍ଜଣ୍ଟ ଅଛି l"

ପୋଲିସ ଷ୍ଟେସନ ରେ ପହଂଚିଲି l ପ୍ରେମଶିଲା ପୋଷ୍ଟମଟମ କପି ଦେଖି ସରିବା ପରେ ମୁଁ ଆଶ୍ଚର୍ଯ୍ୟ ହେଇଗଲି l ମୋ ଆଖିକୁ ବିଶ୍ୱାସ କରି ପାରିଲିନି l ରିପୋର୍ଟ ରେ ଲେଖା ଥିଲା Cause of death due to Heamorrhagic shock following Road traffic accident.

ସେଥିରେ ବାରିକ ସାର ଙ୍କର ସାଇନ ଥିଲା, ଆଉ ମୋ ସାଇନ ଜାଗାରେ ମୋର ଅବିକଳ ଭଳି ଆଉ କେହି ସାଇନ କରିଛି l

Oh my God... ଏତେ ବଡ ପ୍ରତାରଣା l Rape murder କୁ accident....

ପୁଣି ମୋ ସାଇନ ର ଫର୍ଜରି l ରାଗ କ୍ରୋଧ ରେ ଦେହ ଟା ଜଳିଯାଉଥିଲା l ବାରିକ ସାର ଭାଇ ଏତେ କଳଙ୍କିତ ଘୃଣ୍ୟ କାମକୁ ପ୍ରଶୟ ଦେଇଛନ୍ତି l ଘୃଣା ରେ ମୋ ଆତ୍ମା କାନ୍ଦିଉଠୁଥିଲା l

ପ୍ରେମଶିଲା ତୁ ବ୍ୟସ୍ତ ହେନା ଯଦି ଭଗବାନ ବୋଲି କିଛି ସତ୍ତା ଥାଏ ତେବେ ନ ମୁଁ ତୋତେ କଥା ଦେଉଛି ତୋତେ ନିଶ୍ଚୟ ନ୍ୟାୟ ମିଳିବ ଏଇଟା ମୋ ପ୍ରତିଜ୍ଞା l

"ମାଡାମ ଏ କେସ ର ସ୍ଟାଟସ କହିପାରିବେ କି? "

ଏଇଟା କ୍ଲୋଜ ହେଇସାରିଲାଣି ସାର, ତାପରେ ଏଇଟା ସିଂହ ବାବୁ ଟାଇମ ର କେସ ଟା ମୋତେ ବିଶେଷ ଜଣା ନାହିଁ l"

"ମାଡାମ ଏ କେସ ଟା ରି ଓପେନ କରନ୍ତୁ ପ୍ଲିଜ଼ l

ନହେଲେ ଦୁନିଆ ରୁ ଧର୍ମ ନ୍ୟାୟ ଉପରୁ ବିଶ୍ୱାସ ତୁଟି ଯିବ ସମସ୍ତ ଙ୍କ ର l"

"ହେଲେ ସାର ଏଇଟା କଲେକ୍ଟର କି ସେସନ କୋଟ ଜଜ ଅର୍ଡ଼ର ନହେଲେ ସମ୍ଭବ ନୁହେଁ l "

ମୁଁ ମାଡାମ ଙ୍କୁ ପ୍ରେମଶିଲା ର ରିଅଲ ମରିବା ର କାରଣ ପ୍ରମାଣ ସହ ଦେଖେଇଲି, ଆଉ ପୋଲିସ ଫାଇଲ ରିପୋର୍ଟ ର ଫର୍ଜରି କଥା ସବୁ ଅନିତା ମାଡାମ ଙ୍କୁ କହିଲି l ଆଉ ସେ ଫର୍ଜରି କପି ର ଫୋଟୋ ଗୋଟେ ଉଠେଇ ଆଣିଲି l

"ଅନିତା ମାଡାମ ଜଣେ ନାରୀ ହେଇଥିବାରୁ ବୋଧେ ସେ ବି ବହୁତ ଇଂଟରେଷ୍ଟ ନେଲେ l"

"ସାର ଆପଣ ଗୋଟେ କେସ ଫାଇଲ କରନ୍ତୁ, ମୁଁ ନିଜେ କାଲି କଲେକ୍ଟର ପାଖରୁ ଅର୍ଡ଼ର ଆଣିବି l ଏ କେସ ର ସତ୍ୟ ସାମ୍ନା କୁ ଆଣିବା ପାଇଁ ଆପଣ ଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବି l'"

ଅନିତା ମାଡାମ ଙ୍କ କଥା ଶୁଣି ମୋ ପିଣ୍ଡ ରେ ପ୍ରାଣ ପଶିଲା, ଆଶା ର ଆଲୋକ ଦେଖା ଦେଲା ଅତୃପ୍ତ ପ୍ରେମଶିଲା କୁ ନ୍ୟାୟ ଦେବା ପାଇଁ l

କେସ ରି ଓପେନ ହେଲା l

ତା ପରଦିନ ମୁଁ ହସ୍ପିଟାଲ ଯାଇ ବାରିକ ସାର ଙ୍କୁ ଭେଟିଲି l

" କଣ ଡାକ୍ତର ବେହେରା ସେଦିନ ଅଭଦ୍ର ଭଳି ବାର ବାର କଲ କରୁଥିଲେ l ଆପଣ କଣ ଜାଣିନଥିଲେ ମୁଁ ବ୍ୟସ୍ତ ଥିଲି, ତାପରେ ପୁଣି ଛୁଟି ରେ ଥିଲି l"

"ପ୍ରେମଶିଲା ର ପୋଷ୍ଟମଟମ ରିପୋର୍ଟ ହସ୍ପିଟାଲ ଫାଇଲ ରେ କାହିଁକି ନାହିଁ l"

"ମୁଁ ତୁମ ଇନଚାର୍ଜ, ମୁଁ ତୁମକୁ କୈଫତ ଦେବା ପାଇଁ ବାଧ୍ୟ ନୁହେଁ.. ତାପରେ ପ୍ରେମଶିଲା ର ରିପୋର୍ଟ କୁଆଡେ ଗଲା କୁଆଡେ ହଜିଲା ମୁଁ କେମିତି ଜାଣିଲି l"

"କେତେ ଟଙ୍କା ଖାଇଛନ୍ତି ବାରିକ ସାର l"

ମୋବାଇଲ ଉଠେଇଥିବା ଫର୍ଜରି କପି ଟା ଦେଖେଇ ଦେଲି l

ଏଥିରେ ଆପଣ ଙ୍କ ସିଂଗନେଚର ଟା ତ ଠିକ, ମୋ ସିଂଗନେଚର କିଏ ମରିଛି l ତାପରେ ଆପଣ ଭଲ ଭାବେ ଜାଣିଛନ୍ତି ପ୍ରେମଶିଲା ର ରେପ ଆଣ୍ଡ ମଡର ହେଇଥିଲା ତାକୁ କାହିଁକି ଆକ୍ସିଡେଣ୍ଟ ର ରୂପ ଦେଲେ l"

ସେତେବେଳକୁ ବାରିକ ସାର ଙ୍କ ର କଳା ଝାଳ ବାହାରିଗଲାଣି l ପାଟି ଖନି ମାରି ଯାଉଥାଏ l

" ମୁଁ ଉଁ ଉଁ କିଛି ଜାଣେନି.... ପ୍ରେମଶିଲା ର ତ ଆକ୍ସିଡେଣ୍ଟ ହେଇଥିଲା... ଆପଣ କଣ ମୋ ଠୁଁ ବେଶୀ ଜାଣିଛନ୍ତି ପୋଷ୍ଟମଟମ ରିପୋର୍ଟ ବିଷୟରେ l"

ଥନେଇ ଥନେଇ କହିଲେ ବାରିକ ସାର l

" ସାର ଆପଣଙ୍କ ର ଗୋଟେ ଝିଅ ଅଛି, ଆପଣ କିଛି ଲଞ୍ଚ ପାଇଁ ଗୋଟେ ଅପରିପକ୍ଵ ଝିଅ ର ଆତ୍ମା ଅତୃପ୍ତ କରିଦେଲେ, ଛି ଛି

ସାର ସତ କହିବେ ନା ମୁଁ ଏ ରିପୋର୍ଟ ସବୁ ଭାଇରଲ କରିବି ଆଉ OTV ରେ ଜଣେଇ ଦେବି l"

ସଂଗେ ସଂଗେ ବାରିକ ସାର ହାତ ଯୋଡି ପକେଇଲେ

" sorry ଡ଼କ୍ଟର ବେହେରା , ମୁଁ ଆପଣ ଙ୍କର ବାପା ସମାନ ହେବି

ପ୍ଲିଜ଼ ମୋତେ ବଞ୍ଚେଇ ଦିଅନ୍ତୁ, ଟଙ୍କା ଲୋଭ ସହିପାରିଲିଣି ବୋଲି ଲାଞ୍ଚ ନେଇ ରିପୋର୍ଟ ଚେଞ୍ଜ କରିଦେଇଥିଲି l ପ୍ଲିଜ଼ କାହାକୁ କହିବେନି ନହେଲେ ମୋ ମାନ ସମ୍ମାନ ଇଜ୍ଜତ ସବୁ ମାଟିରେ ମିଶି ଯିବ l"

"ଠିକ ଅଛି ସାର ଆପଣ ଆଉ ଥରେ ସତ ସାକ୍ଷୀ ଦେବେ l"

କେସ ଭୟଙ୍କର ରୂପ ନେଲା, କଲେକ୍ଟର CDMO ସବୁ ମହଲ ରୁ ପ୍ରେସର ପଡିଲା l ପୋଲିସ ଯାଇ ପ୍ରେମଶିଲା ର ବାପା ଙ୍କୁ ଅରେଷ୍ଟ କଲା l

" ଏ ଫର୍ନାଡିସ  ତୋ ଝିଅ କେମିତି ମଲା କହ "

" ଆଜ୍ଞା ଆକ୍ସିଡେଣ୍ଟ ରେ"

ପୋଲିସ କିଛି ଥାର୍ଡ଼ ଡିଗ୍ରୀ ଦେଇଦେଲା l ଏ କହ ସବୁ କଥା l

" ଆଜ୍ଞା ମୋର ନନି ପ୍ରେମଶିଲା ପାଖ ଗାଁ ର ଜଣେ ଟୋକା ରାହୁଲ ମହାକୁଳ କୁ ଭଲପାଉଥିଲା , ତାକେ ବିହା କରବ ବୋଲି ବି କହୁଥିଲା l ସେଦିନ ଫେବୃଆରୀ 21 ତାରିଖ ସକାଳୁ ସେ ଆସି ସିନେମା ଦେଖି ଯିବାର ଲାଗି ପ୍ରେମଶିଲା କୁ ନେଇଗଲା l ମୋତେ କିଛି ଦେଶୀ ବିଦେଶୀ ମଦ ଦେଇଦେଇ ଚାଲିଗଲା l ହଟାତ ମୋତେ ସନ୍ଧ୍ୟା ସାତ ବଜେ ରାହୁଲ କାନ୍ଦି କାନ୍ଦି  ଫୋନ କଲା

ମଉସା ଗୋଟେ ରାସ୍ତା ଆକ୍ସିଡେଣ୍ଟ ରେ ପ୍ରେମଶିଲା ଖରାପ ହେଇଗଲା, ସେ ବଡ଼ଗାଁ ହସ୍ପିଟାଲ ରେ ଅଛି l ମୁଁ କାନ୍ଦି କାନ୍ଦି ଆଜ୍ଞା ବଡ଼ଗାଁ ପହଂଚିଲି, ମୋର ନନି ପାଖେ ରାହୁଲ ଥିଲା l ତାପର ଦିନ ପୋଷ୍ଟମଟମ ହେଲା ପରେ ସେଇ ବାଟେ ରେଂଗାଲମାଲ ଜଙ୍ଗଲ ରେ କବର ଦେଇ ଦେଇ ପଲେଇ ଆସିଲୁ l ରାହୁଲ ଚାହୁଁ ନଥିଲା ପ୍ରେମଶିଲା ର ମା ତାର ଶବ କୁ ଦେଖୁ l

ତାପରେ ଆଉ କାଣ ହେଲା ମୁଇଁ ଜାଣିନି l ରାହୁଲ ମଝିରେ ମଝିରେ ମୋର ଘରେ ଆସେ ଆଉ କିଛି ମଦ ଦେଇ ଦେଇ ଚଳିଯାଏ l"

ସଂଗେ ସଂଗେ ପୋଲିସ ରାହୁଲ ମହାକୁଳ ଘର କୁ ଚଢ଼ାଉ କଲା l

oh my God, ରାହୁଲ ଘରେ ନଥିଲା l

ଘର ଲୋକ ବି ସଠିକ କିଛି କହିପାରିଲେଣି l କୁଆଡେ ଗଲା, ରାହୁଲ କଣ ଜାଣି ପାରିଲା ପୋଲିସ ର ଆଗମନ l ସଂଗେ ସଂଗେ ରାଜଗାଙ୍ଗପୁର, ବାମରା, ରାଉରକେଲା railway ଷ୍ଟେସନ, ବସଷ୍ଟାଣ୍ଡ କୁ ଫୋନ କରାଗଲା , ପୋଲିସ ବି ଖୋଜା ଖୋଜି କରି ହାଲିଆ ହେଇଗଲା l ମୋ ମନ ବି ବିଷର୍ଣ୍ଣ ହେଇଗଲା l ତଥାପି ବିଶ୍ୱାସ ହରେଇ ନଥିଲି l ରାହୁଲ ର ଗାଡି ନମ୍ବର ଥିଲା

OD 14 F-3784 l ମୁଁ ସଂଗେ ସଂଗେ ରାଉରକେଲା ରେ ଥିବା ମୋ ସାଙ୍ଗ ମାନସ କୁ ସବୁ ଜଣେଇଲି ଆଉ ତାକୁ ହେଲ୍ପ ମାଗିଲି l

ଘଣ୍ଟେ ପରେ ମାନସ ଫୋନ କରି କହିଲା

" ଆରେ ସାଙ୍ଗ ସେଇ ସେମ ଗାଡି ନମ୍ବର ଷ୍ଟେସନ ପାଖ ରେ ଗୋଟେ ଗୁମୁଟି ପାଖରେ ଥୁଆ ହେଇଛି l"

ମୁଁ ସଂଗେ ସଂଗେ IIC କୁ ଇନ୍ଫୋର୍ମ କରିଦେଲି l ରାଉରକେଲା ର ସବୁ ପୋଲିସ ଖୋଜି ଚାଲିଲେ, ବାଇକ ଟାକୁ ବି ସିଲ କରିଦେଲେ l ପୋଲିସ ସନ୍ଧ୍ୟା ଛ ରୁ ରାତି ଦଶ ଟା ଭିତରେ ଯେତିକି ସବୁ ଟ୍ରେନ ର GRP କୁ ଜଣେଇଦେଲା ରାହୁଲ ର ଫୋଟୋ ସହିତ l

ହଟାତ ଜଣେ ପୋଲିସ ଦୁଇ ନମ୍ବର ପ୍ଲାଟଫର୍ମ ରୁ ଗୋଟେ ସିମ କାର୍ଡ ପାଇଲା, ସଂଗେ ସଂଗେ ସେ ସିମ ର ନମ୍ବର ଚେକ କରାଗଲା

ଓଃ ୟେଶ ଏଇଟା ତ ରାହୁଲ ର ନମ୍ବର l ପାଖରେ ଗୋଟେ ଭିକାରୀ ଟେ ବସିଥିଲା l

" ଆଜ୍ଞା ଏ ଲୋକ ଟା ଯିଏ ଏ ସିମ କାର୍ଡ ରେ ଫିଙ୍ଗି ଥିଲା ଏଇ ତପସ୍ୱୀନି ଏକ୍ସପ୍ରେସ ରେ ଚଢ଼ିଗଲା l" ଦାନ୍ତ ଦେଖେଇ ଦେଖେଇ ଭିକାରୀ ଟି କହିଲା l "

ପୋଲିସ ମୁହଁ ରେ ଜ୍ୟୋତି ଦେଖାଗଲା, ଫୋନ କଲ ପାଇ ସଂଗେ ସଂଗେ ଅନିତା ମାଡାମ ଆଉ ମୁଁ ସ୍ପୋର୍ଟ ରେ ପହଂଚିଲୁ l

ଭିକାରୀ ଟି ଯେଉଁଠି ବସିଥିଲା ତପସ୍ୱିନୀ ଏକ୍ସପ୍ରେସ ର ଜେନେରାଲ ବଗି ସେଠି ଲାଗିଥିଲା l"

ସଂଗେ ସଂଗେ ତପସ୍ୱିନୀ ଏକ୍ସପ୍ରେସ ର ପୋଲିସ କୁ ଇନ୍ଫୋର୍ମ ପଠାଗଲା l ଶହେ ଛକା ପଞ୍ଝା ର ଖେଳ ପରେ ଶେଷରେ ରାହୁଲ କୁ ଭୁବନେଶ୍ୱର ଷ୍ଟେସନ ରୁ ଅରେଷ୍ଟ କରାଗଲା l

ଦୁଇ ଦିନ ପରେ କୋର୍ଟ ରେ ବିଚାର ହେଲା l ଡା ବାରିକ ଓ ମୁଁ cause of death ପ୍ରାଞ୍ଜଳ ଭାବେ ଉପସ୍ଥାପନା କଲୁ l

ଶେଷରେ ରାହୁଲ ରଚି ଥିବା ବର୍ବରଚିତ ଅତ୍ୟାଚାର କୁ ସ୍ୱୀକାର କଲା, ଖାଲି ରାହୁଲ ନଥିଲା ତା ସହ ଚାରି ଜଣ ଥିଲେ ଓ ସମସ୍ତେ ଅମାନୁଷିକ ଭାବେ ଧର୍ଷଣ କରି ଗଲା ଚିପି ହତ୍ୟା କରିଛନ୍ତି ଓ ତାକୁ ଗାଡି ଚପେଇ ଆକ୍ସିଡେଣ୍ଟ ର ରୂପ ଦେବା ଏପରିକି ଡା ବାରିକ କୁ ଦଶ ହଜାର ଲାଞ୍ଚ ଦେଇଥିବା ବି ସ୍ୱୀକାର କଲେ ଓ ହତ୍ୟା ସହ ଜଡିତ ସମସ୍ତ ଙ୍କ ନାମ ବି କହିଦେଲା

ବାସିଲ ଟେଟେ, ଜୋହାନ ଲାକ୍ରା, ସ୍ବଦେଶୀ ଦାନୀ, ମରିମ ବୁଡ଼ l

ପୋଲିସ ଫୋର୍ସ ବିଭିହ୍ନ ଜାଗାରେ ଚଢ଼ଉ କରି ସମସ୍ତ ଙ୍କୁ ଧରିବାରେ ସଫଳ ହେଇଗଲା l ଆଉ ଭାରତୀୟ ପିଙ୍ଗଳ କୋର୍ଟ ର ସମସ୍ତ ଧାରା କୁ ଆଧାର କରି ସମସ୍ତ ଙ୍କୁ ଫାଶୀ ଦଣ୍ଡ ରେ ଦଣ୍ଡିତ କରା ଗଲା ଓ ଡାକ୍ତର ବାରିକ ନିଜର ଭୁଲ ସ୍ୱୀକାର କରିଥିବାରୁ ପଚାଶ ହଜାର ଜୋରିମାନା ସହ ମୁକ୍ତ କରାଗଲା l

ମିଡ଼ିଆ ପେପର ଟିଭି ରେ ଚାଞ୍ଚଲ୍ୟ ଖେଳିଗଲା

ବର୍ବରୋଚିତ ପ୍ରେମଶିଲା ର ଧର୍ଷଣ ଓ ହତ୍ୟାକାଣ୍ଡ ର ଅପରାଧୀ ର ଫର୍ଦାଫାସ l ଫାଶୀ ଦଣ୍ଡରେ ଦଣ୍ଡିତ ହେଲେ ସମସ୍ତ ଦୋଷୀ l ତୃପ୍ତ ହେଲା ଅତୃପ୍ତ ପ୍ରେମଶିଲା l

ସେଦିନ ଛାତ ଉପରେ ବସି ଜହ୍ନ କୁ ଚାହିଁ ଥାଏ l

ପ୍ରେମଶିଲା ର ସେ ବର୍ବରୋଚିତ କାହାଣୀ ମୋ ହୃଦୟ କୁ ବିଦାରୀତ କରିଦେଉଥାଏ l ସତେ ଯେମିତି ଲାଗୁଥିଲା ପ୍ରେମଶିଲା ହାତଯୋଡି ସନ୍ତର୍ପଣ ନୟନ ରେ ମୋତେ ଅନେଇଥାଏ l ଆଉ କିଛି ଅମାନିଆ ଅଶ୍ରୁ ବୋହି ଆସୁଥାଏ ସେହି ଅତୃପ୍ତ ଆତ୍ମା ଉଦ୍ଦେଶ୍ୟ ରେ l



Rate this content
Log in

More oriya story from DR SAMIR RANJAN BEHERA

Similar oriya story from Horror