Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Rajashree Acharya

Thriller Others


3  

Rajashree Acharya

Thriller Others


ତପସ୍ୟା

ତପସ୍ୟା

4 mins 263 4 mins 263

ସଂଜ ନଇଁ ଆସୁଥାଏ।ରମେଶ ଆଜି ଦୀର୍ଘ ୨୦ ବର୍ଷ ପରେ ଘରକୁ ଫେରିଲା।ହେଲେ ଅନିତା ମନ ରେ ଦୁଃଖ ଓ ସୁଖର ମିଶ୍ରିତ ଅନୁଭୂତି ଥାଏ।ସୁରଟରେ ରମେଶ ଥିଲା।ସେ ଦିନ ଠୁ ୩ବର୍ଷ ପରେ ଯେମିତି ଗାଏବ ହୋଇଯାଇଥିଲା। 

ନେଇଗଲା ଅନିତା ତା ବେଡ଼ ରୁମକୁ । ରମେଶ ଯେମିତି ଆଚମ୍ବିତ ହୋଇ ଯାଇଥିଲା। ସେଠି ନା ଥାଏ ଖଟ, କି ଅଲମୀରା ବି ନଥିଲା।କେବଳ ଥାଏ ସାଇବାବା ଓ ରମେଶ ର ଫୋଟୋ ଥାଏ। ଶୁଦ୍ଧ ଶାକାହାରି ଭୋଜନ ପାଇଁ ଗୋଟିଏ ଉଠା ଚୁଲି ,ହାଣ୍ଡି,ଗିଲାସ ଓ ଥାଳି । ଶୋଇବା ପାଇଁ ବୁଣା ସପ ।

ବାସ ଏତିକି ରେ ୨୦ ବର୍ଷ ବିତିଗଲା।

ଅନିତା ମଣିଷ ନୁହେଁ ଦେବୀ ଥିଲା।ଉପରୁ ଓ ଭିତରୁ ନରମ ଓ ସାତ୍ଵିକ ଚିନ୍ତାଧାରା ର ନାରୀ ଥିଲା।ଜୀବନ ଯେମିତି ତା ପାଇଁ ତପସ୍ୟା ରୁ କିଛି କମ ନଥିଲା। କେବେ ଜପ ତପ ରୁ ବିରତ ହୋଇନି କେବଳ ଏଇ ଆଶା ରେ କି ତା ସ୍ବାମୀ ତା ପାଖକୁ ନିଶ୍ଚୟ ଫେରି ଆସିବେ। ରାତି ରେ ସ୍ୱପ୍ନ ଦେଖେ ଦିନ ରେ ଜପ ତପ କରି ସାକାର କରିବାକୁ ଆରମ୍ଭ କରିଦିଏ।

ଯେମିତି ଏକ କଳି ଯୁଗର ଶବରୀ । 

ତା କଥା ରେ କି ଚମତ୍କାର ସିଦ୍ଧି ଥାଏ କେଜାଣି କାହିଁକି ସବୁ ତା କଥା ସତ ହୋଇଯାଏ।ବାସ ନିଜ ଦୁଃଖ ଓ ଦରଦକୁ ନିଜ ଛାତିରେ ଚାପି ଥାଏ। ଘରେ ଶାଶୁ ନାହିଁ ନଣନ୍ଦ ନାହିଁ। କେବଳ ସେ ଓ ତା ଜପ।

ଆଜି ତା ତପ ସଫଳ ହୋଇଥିଲା। କହନ୍ତି ବାର ବର୍ଷ ର ତପ ଘୋର କଠିନ ତପ ହୋଇଥାଏ।ହେଲେ ଏ ତପ ତ ସତ୍ୟ ଯୁଗ ରେ ବି କେହି କରି ନଥିବେ।

ରମେଶ ଥିଲା ଏକ ଭଲ ଘର ର ପିଲା । ବିରଟ ଧନ ସମ୍ପତ୍ତି ର ମାଲିକ।ହେଲେ ଭାଗ୍ୟ ବାମ ହେଲେ ସମସ୍ତେ ତା ର ଆଦେଶ ମାନି ବାକୁ ପଡେ।ଠିକ ସେମିତି ମାଲିକ ହେଲେ କଣ ହେଲା ,ନିଜ ହାତରେ କୌଣସି ଦାୟିତ୍ୱ ନେବାକୁ ଚାହିଁ ନଥିଲା। ଜୀବନ ଏବେ ବି ଓ ଆଗକୁ ଐଶ୍ୱ ଆରାମ ରେ ଚାଲିଯିବ ବୋଲି ଭାବିଥିଲା । ବାପା ମା ଚାଲିଗଲା ପରେ ରମେଶ କୌଣସି ଉଦ୍ୟମ କରି ନଥିଲା ନିଜ ପରିବାର ବଢାଇବା ପାଇଁ। ବସି ଖାଇଲେ ନଇ ବାଲି ବି ସରିଯାଏ।ଏମିତି କରି ସବୁଦିନ ଘରେ ଝଗଡା ଲାଗେ। ଦିନେ ଘରେ ଖାଇବାକୁ ଚାଉଳ ନଥିଲା। ତେଣୁ ଅନିତା ଜବରଦସ୍ତି ତାକୁ ନେଇ ଘରୁ ବାହାର କରିଦେଲା।ଅନିତା ତୁମେ ଏ ଦୁଆର ସେଇଦିନ ମାଡିବ ଯେଉଁଦିନ ତୁମେ ନିଜେ କୁ ନିଜ ଗୋଡ଼ ରେ ସଫଳ ଭାବେ ଠିଆ କରେଇ ପାରିବ। ଚାଲିଯାଅ ଏଠୁ । ତୁମେ ଆସିବାର ଅପେକ୍ଷା ମୁଁ କରିବି।

ବାସ ସେଇଠୁ ଆରମ୍ଭ ହେଲା ଦୁଇ ଜଣଙ୍କ ସଙ୍ଘର୍ଷ। କେହି କାହାରି ଖବର ଅନ୍ତର ରଖି ନଥାନ୍ତି।ଅନିତା ଏକ ସ୍ୱୟଂ ସେବା ସଂଗଠନ ରେ ପାପଡ଼ ବିକି ପେଟ ପୋଷେ ତ ତେଣେ ବିଚରା ରମେଶ ସୁରଟ ଯାଇ କେଉଁ ଗୋଟେ ଛୋଟ ଲୁଗା ଡିଲର ପାଖେ ରହୁଥାଏ ଓ କାମ କରେ। ଭାରି ନିଜକୁ ଏକୁଟିଆ ମନେ କରେ।

ଦିନେ ରମେଶ ଓ କର୍ମଚାରୀ ମାନେ ପାର୍ଟି ରଖିଥାନ୍ତି ତାଙ୍କର ଦଶମ ଲୁଗା ବିକ୍ରି ର ସଫଳତା ପାଇଁ। ସମସ୍ତେ ମିଶି ମଦ, ମାଂସ ଓ ନାରୀ ର ନିଶା ରେ ଚୁର।ହେଲେ ଏ କଣ ରମେଶ ତ ଏକ କୋଣ ରେ ବସି ନିଜ ପର୍ସ ଅଣ୍ଡାଳୁ ଥାଏ । କେହି ଜଣେ କର୍ମଚାରୀ ପଛରୁ ଡାକି କହିଲା-ଆରେ ଭାଇ ସେଠି କଣ କୋଣ ରେ କାନ୍ଦୁଛ ମଦ ପିଅ ସବୁ ଦୁଃଖ ଭୁଲିଯିବ।

ନା କହି ଚାଲି ଗଲା ରମେଶ।ହେଲେ ମନ ଟା ଭାରି ଭାରି ଲାଗୁଥାଏ।ଅନିତା ତା ପାଇଁ ଅପେକ୍ଷା କରି ଥିବ । ମୁଁ ଯାଏ ବୋଲି ଟ୍ରେନ ଦେଖିଲା।ପୁଣି ବିବେକ ତାର ବାଧା ଦେଲା ଏବଂ କହିଲା ତୁ ପୁରୁଷ ନା କିଏ।ଯେଉଁ ସ୍ତ୍ରୀ ତୋର ଘରୁ ତୋତେ ବାହାର କରି ଦେଲା ତା ପାଇଁ ତୋର ଏତେ ଦରଦ ସତେ ,ହେଲେ ତା କଥା ରଖିପାରୁନୁ ।ତୁ ଯିବୁ ହେଲେ ତୋ ନିଜର ପ୍ରଥମ ପରିଚୟ ସୃଷ୍ଟି କରି ଯିବୁ।ନଚେତ ଏମିତି ବାହାରେ ଥିବୁ।

ବାସ ତା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଲା ଯେବେ ଏକ ବଡ଼ ଡିଲର ତାକୁ ନେଇ ରଖିଲା। ରମେଶ ର କାର୍ଯ୍ୟକଳାପକୁ ସେ ମାଲିକ ଏତେ ଭଲ ପାଇଲା ଯେ ତା ମୃତ୍ୟୁ ପରେ ସେ ହିଁ ସବୁ କାରବାରସମ୍ଭାଳିବ ବୋଲି ଲେଖିଦେଇ ଗଲା ।

ଏତିକି କରୁ କରୁ ମାଲିକାଣୀ ଚାଲିଗଲେ ବୃନ୍ଦାବନ ।ଘରେ କେବଳ ଧାଈମା ଓ ଦଶ ବର୍ଷ ର ଯାଆଁଳା ଝିଅ। ସେ ତ ପ୍ରତିଜ୍ଞା କରିଥିଲା ସବୁ ସମ୍ଭାଳିବ ବୋଲି।ତେଣୁ ରହିଲା ସେଇଠି। ନିଜ ର ଚେଷ୍ଟା ବଳରେ ସେ ଏକ ବିରାଟ ବଡ଼ ଲୁଗା ଫ୍ୟାକ୍ଟ୍ରି ଖୋଲିଲା ନିଜ କଳିଜା ସମ ଝିଅ ଦୁହିଁଙ୍କୁ ଏକ ଭଲ ଘରେ ବିବାହ କଲା।

ଏ ଜଞ୍ଜାଳ ସତ୍ତ୍ୱେ ରମେଶ ଭୁଲି ନଥିଲା ତା ପ୍ରଥମ ପ୍ରିୟା ଅନିତା ଓରଫ ତା ଅନୁ କୁ। ମନେ ପଡ଼ିଯାଏ ତା ହାତ ରନ୍ଧା କଲମ ଶାଗ ଓ ଅନ୍ୟାନ୍ୟ ରାନ୍ଧଣା। ଆଖିରେ ଝଲସି ଉଠେ ତା ର ଓଦା ଚୁଟି ର ପାଣି ଛଟା । ତାର ଚା ତ ଓଃ ଯେମିତି ଅବର୍ଣ୍ଣନୀୟ।ହେଲେ ସେ କାହିଁ। ଆଉ ରହି ପାରି ନ ଥିଲା ସୁରଟ ରେ। ଚାଲି ଆସିଲା ଗାଁ କୁ ହେଲେ ସେଠି ନିରାଶ ହୋଇଥିଲା ସେ। ପୁଣି ଖିଆଲ ଆସିଲା ତା ନିଜ ଘର କଥା ଯାହାସହର ରେ ଅଛି।ସେଠି ଯାଇ ଦେଖିଲା ଯେମିତି ଅବାକ ହୋଇଗଲା। ଅନିତା କୁ ଦେଖି ପୁରା ଖୁସି ହୋଇଗଲା। ହେଲେ ଅନିତା ଯେମିତି ପ୍ରତିକ୍ରିୟା ହୀନ ଥିଲା।

ଅନୁ କଣ ଭାବୁଛ , ମୁଁ ଆସିଛି ତୁମେ ଯେମିତି କହିଥିଲ ମୁଁ ସେମିତି ହୋଇ ଫେରିଛି। ମୁଁ ମୋ ଗୋଡ଼ ରେ ଠିଆ ହୋଇ ଆସିଛି।କଣ ହେଲା,ତୁମେ ଖୁସି ନୁହେ ବୋଧେ।

ଆଖିରୁ ଲୁହ ବାହାରି ଯାଉଥାଏ, ଅନିତା କହିଲା ମୁଁ ବହୁତ ଖୁସି।ହେଲେ ତୁମେ ଏତେ ଡେରି ରେ ଆସିଲ, ମୋ ପାଖରେ ସମୟ ଆଉ କମ ଅଛି।ମୁଁ ଚାଲିଯିବି।

କଣ ହୋଇଛି ତୁମର କହି ଡାକିଲା ରମେଶ। ହେଲେ ସେ ଆଉ ଶୁଣି ନଥିଲା। ପାଣି ଛାଟି ଉଠେଇଲା। ବହୁତ ଡରି ଯାଇଥିଲା ସେ।କଣ କରିବ ବୋଲି ସହର ର ବଡ଼ ହସ୍ପିଟାଲରେ ଭର୍ତ୍ତି କରାଇଲା ହେଲେ ସତଟା ଜାଣିବାକୁ ପାଇଲା ଯେ ସେ ରକ୍ତ ହୀନତାରେ ପୀଡିତ । ସବୁ ପରୀକ୍ଷା କଲା । ରକ୍ତ ଦରକାର , ଅନିତାର ଥିଲା ଏ ନେଗେଟିଭ । ରମେଶ ଜାଣିଥିଲା ତା ଦୁଇ ଯାଆଁଳା ଝିଅଙ୍କୁ ।ଡାକିଲା ସେମାନଙ୍କୁ । ମୃତ୍ୟୁମୁଖରୁ ଅନିତାକୁ ବଞ୍ଚେଇବା ପାଇଁ ସେ କିଛି କରିପାରିବା ଉଦ୍ଦେଶ୍ୟ ରେ ଥିଲା। ଭଗବାନଙ୍କ ଦୟାରୁ ରକ୍ତର ମିଳିଗଲା ସୁସ୍ଥ ହୋଇ ଠିଆ ହେଲା ଅନିତା।

ସେଦିନ ଭଗବାନଙ୍କୁ ଭାରି ଧନ୍ୟବାଦ ଦେଲା ରମେଶ । ଝିଅ ଜ୍ୱାଇଁ ଓ ଅନିତା ସହ ସେ ପୁରୀରୁ ଅବଢ଼ା ଖାଇଲା।ରାତି ବେଳକୁ ସମସ୍ତେ ଚାଲିଗଲା ପରେ ନିଜ ଘରକୁ ଅନିତା ପାଖକୁ ବସିଗଲା ତାରା ଗଣିବାକୁ । ତାରା ଗଣି ଗଣି ସୋଇପଡିଥିଲା ଅନିତା କାନ୍ଧରେ ଅଚିନ୍ତା ହୋଇ।


Rate this content
Log in

More oriya story from Rajashree Acharya

Similar oriya story from Thriller