Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trushna Das

Tragedy

4.3  

Trushna Das

Tragedy

ତୋ ଅଗଣାର ତୁଳସୀ ମୁଁ

ତୋ ଅଗଣାର ତୁଳସୀ ମୁଁ

5 mins
320


ତୁଳସୀ ଆଜି ଘର ବାହାରେ ତୁଳସୀ ଚଉରା ମୂଳରେ ବସି କାନ୍ଦୁଛନ୍ତି । ସମସ୍ତେ ତାଙ୍କ ଉପରେ ରାଗି ଘରୁ ବାହାର କରି ଦେଇଛନ୍ତି । ସେ କାହାରିକୁ କିଛି ବୁଝେଇ ପାରି ନାହାନ୍ତି।


ତୁଳସୀ କାନ୍ଦି କାନ୍ଦି ଭାବୁଛନ୍ତି ତାଙ୍କର ଏବଂ ଚନ୍ଦନଙ୍କର ବିବାହ ଦିନ କଥା । ସେ ଯେତେବେଳେ ଚନ୍ଦନଙ୍କୁ ବିବାହ କରି ଘରକୁ ଆସିଲେ, ଜେଜେମା ଶାଶୁ ତାଙ୍କୁ କହିଲେ ତୁ ଆଜି ଠାରୁ ଆମ ଆମ ଘରର ତୁଳସୀ । ଯାଆ ତୁଳସୀ ମାଆଙ୍କ ଠାରୁ ଆଶୀର୍ବାଦ ନେବୁ । ସେତେବେଳେ ତୁଳସୀଙ୍କୁ ଜେଜେମାଙ୍କ କଥା ଆଦୌ ଭଲ ଲାଗିଲା ନାହିଁ । ମନେ ମନେ ଭାବିଲେ କେଉଁ ପୁରୁଣାକାଳିଆ ଘରେ ଆସି ପହଞ୍ଚିଗଲି.... ବାପା ମୋତେ ଏଇଠି ଫସେଇ ଦେଲେ । କାରଣ ତୁଳସୀ ଛୋଟ ବେଳୁ ସହରରେ ବଢିଛନ୍ତି । ସେ ଗାଆଁରେ କେମିତି ଚଳନ୍ତି ଜାଣି ନାହାନ୍ତି । ପୁଣି ସେ କଲେଜରେ ପଢୁଥିବା ସମୟରେ ମଳୟଙ୍କୁ ଭଲ ପାଉଥିଲେ । ତୁଳସୀ ଧନୀ ଘରର ଝିଅ ଥିଲେ । କିନ୍ତୁ ମଳୟ ଗରିବ ଘର ପୁଅ ହୋଇ ଥିବାରୁ ତୁଳସୀଙ୍କ ବାପା ଏ ବିବାହରେ ରାଜି ହୋଇନଥିଲେ । ହଠାତ୍ ବାପାଙ୍କର ଦେହ ବହୁତ ଖରାପ ହେଲା । ବାପାଙ୍କ ଅବସ୍ଥା ଦେଖି ତୁଳସୀ ଗାଆଁରେ ରହୁଥିବା ବାପାଙ୍କ ସାଙ୍ଗ ପୁଅ ଚନ୍ଦନ ସହ ବିବାହ ପାଇଁ ରାଜି ହୋଇଥିଲେ । ଚନ୍ଦନ ମଧ୍ୟ ଜମିଦାର ଘରର ପୁଅ ଏବଂ ନିଜେ ଗୋଟିଏ କଳକାରଖାନାର ମାଲିକ।


କିନ୍ତୁ ତୁଳସୀ ଏବେ ବି ମଳୟଙ୍କୁ ଭଲ ପାଆନ୍ତି । ଚନ୍ଦନଙ୍କ ସହ ତାଙ୍କ ବିବାହକୁ ସେ ଗ୍ରହଣ କରି ପାରୁନାହାନ୍ତି । ତାଙ୍କର ସବୁବେଳେ ମଳୟଙ୍କ ସେ କାନ୍ଦ ମୁହଁ ମନେ ପଡୁଛି.... ଯେବେ ସେ ତାଙ୍କୁ ଶେଷ ଥର ପାଇଁ ଦେଖା କରିବାକୁ ଯାଇଥିଲେ । ସେତେବେଳେ ମଳୟ କହିଥିଲେ ମୁଁ ତୁମ ବିନା ବଞ୍ଚିପାରିବି ନାହିଁ । ତୁମେ ଫେରି ଆସ ମୋ ପାଖକୁ, ମୁଁ ସବୁ ଦିନ ତୁମକୁ ଅପେକ୍ଷା କରିବି । 


ତୁଳସୀ ବିବାହର ନୀତି ନିୟମ ସବୁ ବିଧି ଅନୁସାରେ ପାଳନ କରୁଥାଆନ୍ତି ସତ ହେଲେ ମନରେ ଚନ୍ଦନ ନ ଥାଆନ୍ତି । ମଳୟ ପାଇଁ ଝୁରି ହେଉଥାନ୍ତି।


ବାସର ରାତିରେ ଚନ୍ଦନ ଯେତେବେଳେ ତାଙ୍କ ପାଖକୁ ଆସି ତୁଳସୀଳଙ୍କୁ କଣ ପାଇଁ ମୁହଁ ଶୁଖାଇଛ ପଚାରିବାରୁ ସେ କେବଳ ଏତିକି କହିଲେ ମୁଁ ଏ ବିବାହରେ ଖୁସି ନୁହଁ । 


ଚନ୍ଦନ କହିଲେ ମୁଁ ତୁମ ପାଖକୁ ଯିବି ନାହିଁ ଯେତେ ପର୍ଯ୍ୟନ୍ତ ତୁମେ ନ ଚାହିଁଛ । କିନ୍ତୁ ଦୟା କରି ତୁମେ ଘର ଲୋକଙ୍କ ସାମନାରେ ମୋ ସ୍ତ୍ରୀର ଅଭିନୟ କରିବ । 


ତା ପରେ ତୁଳସୀ ସେ ଘରେ ରହିଲେ । ସେଠି ଜେଜେମା, ଶାଶୁ ଓ ଶଶୁର ସମସ୍ତେ ତାଙ୍କୁ ଝିଅ ପରି ଭଲ ପାଉଥିଲେ । ଚନ୍ଦନ କେବେ ବି ତୁଳସୀଙ୍କ ପାଖକୁ ଯାଇ ନାହାନ୍ତି । କିନ୍ତୁ ଚନ୍ଦନଙ୍କ ଭଲ ଗୁଣ ତୁଳସୀଙ୍କୁ ତାଙ୍କ ଆଡକୁ ଆକର୍ଷିତ କରିଛି । ଚନ୍ଦନ ଏବଂ ତୁଳସୀ ମଧ୍ୟରେ ଏବେ ଭଲ ବନ୍ଧୁତା ହୋଇ ସାରିଲାଣି । ଚନ୍ଦନ ବି ତୁଳସୀଙ୍କୁ ଆସ୍ତେ ଆସ୍ତେ ବୁଝିଲେଣି ଏବଂ ତୁଳସୀ ମଧ୍ୟ ଚନ୍ଦନଙ୍କୁ ଧିରେ ଧିରେ ଭଲ ପାଇଲେଣି । 


ତୁଳସୀ ଶାଶୁଘରର ଚାଲିଚଳନ ସବୁ ଶିଖି ଗଲେଣି । ସମସ୍ତେ ତୁଳସୀଙ୍କୁ ବହୁତ ଭଲ ପାଆନ୍ତି ଏବଂ କୁହନ୍ତି ବୋହୂ ଆମର ପୁରା ଦେବୀ ତୁଳସୀଙ୍କ ପରି । 


କିଛି ମାସ ବିତି ଗଲାଣି । ତୁଳସୀ ଏବେ ଚନ୍ଦନଙ୍କ ନିଜ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ଭାବିଛନ୍ତି । ସେ ମନେ ମନେ ସ୍ଥିର କରିଛନ୍ତି ଯେ ରାତିରେ ସେ ଚନ୍ଦନଙ୍କୁ ସବୁ କହି କ୍ଷମା ମାଗି ତାଙ୍କ ସହ ଘର ସଂସାର କରିବେ । ସେ ଚନ୍ଦନ ପାଇଁ ଉପହାର ଆଣିବାକୁ ବଜାର ଯାଇଛନ୍ତି।ସେଠାରେ ତାଙ୍କର ଜୀବନରେ ଆଉ ଥରେ ଝଡ ଆସିଛି । ମଳୟଙ୍କ ସହ ତାଙ୍କର ଦେଖା ହୋଇଛି । 


ମଳୟ ତୁଳସୀଙ୍କ ହାତ ଧରି କହିଛନ୍ତି ମୁଁ ଏବେ ବି ତୁମକୁ ଅପେକ୍ଷା କରିଛି । ତୁମେ ମୋ ପାଖକୁ ଫେରି ଆସ । 


ତୁଳସୀ କହିଲେ ମଳୟ ମୁଁ ମୋ ଜୀବନରେ ଆଗେଇ ଆସିସାରିଛି । ମୁଁ ବିବାହିତା । ତୁମେ ଆଉ କାହାକୁ ବିବାହ କର । ସେଥିରୁ ମଳୟ କାନ୍ଦି ତୁଳସୀଙ୍କୁ ଜାବୁଡି ଧରି ପକାଇଲେ । ଭାଗ୍ୟ ତୁଳସୀଙ୍କ ଏମିତି ଖରାପ ଠିକ୍ ସେତିକି ବେଳକୁ ଚନ୍ଦନ ସେଠାରେ ପହଞ୍ଚିଗଲେ ଏବଂ ତାହା ଦେଖି ପଲାଇଲେ । 


ତୁଳସୀ ଚନ୍ଦନଙ୍କୁ ଦେଖି ପଛ ପଟରୁ ଡାକିଲେ । ହେଲେ ଚନ୍ଦନ ନ ଶୁଣି ପଳାଇଲେ । ମଳୟ କହିବେ ତାପର ଦିନ ସନ୍ଧ୍ୟାରେ ତାଙ୍କୁ ହୋଟେଲରେ ଶେଷ ଥର ପାଇଁ ଦେଖା କରିବାକୁ । 


ତୁଳସୀ ଚନ୍ଦନଙ୍କୁ ଫୋନ କରୁଥାନ୍ତି । ହେଲେ ଚନ୍ଦନଙ୍କ ଫୋନ ଲାଗୁ ନ ଥାଏ କି ସେ କୁଆଡେ ଗଲେ ତୁଳସୀଙ୍କୁ ଜଣା ପଡିଲା ନାହିଁ । 


ଚନ୍ଦନ ଭାବିଲେ ଯେ ତୁଳସୀଙ୍କର ସେ ପିଲା ସହ ସମ୍ପର୍କ ଅଛି । ତୁଳସୀ ଲୁଚି ଲୁଚି ତା ସହ ଦେଖା କରୁଛନ୍ତି । ତାହା ସେ ସହି ନ ପାରି ଡେରି ରାତିରେ ମଦ ପିଇ ଘରକୁ ଫେରିଲେ । ଘରକୁ ଆସି ତୁଳସୀଙ୍କୁ କିଛି ନ କହି ଡ୍ରଇଂ ରୁମରେ ଶୋଇ ଗଲେ । 


ସକାଳୁ ଚନ୍ଦନ ଏବଂ ଘର ଲୋକଙ୍କ ପାଖକୁ ଚିଠି ଆସିଛି ଯେ ତୁଳସୀର ମଳୟ ସହ ସମ୍ପର୍କ ଅଛି । ତୁଳସୀ ମଳୟକୁ ଲୁଚି ଲୁଚି ଦେଖା କରୁଛନ୍ତି । ଆଜି ରାତିରେ ତୁଳସୀ ମଳୟଙ୍କୁ ଦେଖା କରିବାକୁ ହୋଟେଲ ଯିବେ । ଚିଠି ସହ ତୁଳସୀ ମଳୟଙ୍କ କଲେଜ ସମୟରେ ଏଡିଟିଂ ଅଶ୍ଳୀଳ ଫୋଟ ଅଛି । ତାହା ଦେଖି ସମସ୍ତେ ସନ୍ଧ୍ୟା ହେବାକୁ ଅପେକ୍ଷା କରିଛନ୍ତି । 


ତୁଳସୀ ମଳୟଙ୍କୁ ମନା କରିବା ପାଇଁ ହୋଟେଲ ଯାଇଛନ୍ତି । ଚନ୍ଦନ ଓ ଘର ଲୋକ ମଧ୍ୟ ତୁଳସୀଙ୍କୁ ପିଛା କରି ଯାଇଛନ୍ତି । 


ହୋଟେଲରେ ତୁଳସୀ ମଳୟଙ୍କ ରୁମକୁ ପହଞ୍ଚିବାରୁ ମଳୟ ତାଙ୍କୁ କୁଣ୍ଢାଇ ଧରିଛନ୍ତି ତାପରେ ତାଙ୍କୁ ଭିତରକୁ ଡାକି କବାଟ ବନ୍ଦ କରି ଦେଇଛନ୍ତି । 


ତୁଳସୀ ମଳୟଙ୍କୁ ଭିତରେ ମନା କରି ବୁଝାଉଥାନ୍ତି । ହଠାତ୍ କବାଟ ନକ୍ ହେଲା । କବାଟ ଖୋଲିଲା ବେଳକୁ ଘର ଲୋକ ଓ ଚନ୍ଦନ ଛିଡା ହୋଇଛନ୍ତି । ସବୁ ଛି ଛି କହି ସେଠାରୁ ପଳାଇଲେ । 


ତୁଳସୀ ଘରକୁ ଫେରିଲେ । ସମସ୍ତେ ବାହାରେ ଛିଡା ହୋଇଛନ୍ତି । ସମସ୍ତେ ତୁଳସୀଙ୍କୁ ସେ ଫୋଟୋ ଦେଖାଇ କଟୁ କଥା କହି ଗାଳି ଦେଲେ । ଜେଜେମା କହିଲେ ତୋତେ ମୁଁ ଏ ଘରର ଲକ୍ଷ୍ମୀ ତୁଳସୀ କହିଥିଲି । ଛି ତୁ ଏତେ ଖରାପ.... ।ବାହାରି ଯା ଆମ ଘରୁ....ପଳେଇ ଯା ସେ ପିଲା ପାଖକୁ।ହେଲେ ସେଠି ଚନ୍ଦନ ନ ଥିଲେ । ତୁଳସୀ ଘର ସାମନାରେ ଚନ୍ଦନକୁ ଜଗି ବସିଛନ୍ତି । କାନ୍ଦି କାନ୍ଦି କହିଛନ୍ତି ତୋ ଅଗଣାର ତୁଳସୀ ମୁଁ । ମୁଁ ଏ ଘରୁ ଅଲଗା ହେବି ନାହିଁ । ମୁଁ ସମସ୍ତଙ୍କ ସାମନାକୁ ସତ କଥା ଆଣିବି । 


ସକାଳ ହେଲାଣି ଚନ୍ଦନ ଆସି ନାହାନ୍ତି।ତୁଳସୀ ମନ୍ଦିରକୁ ଯାଇଛନ୍ତି । ପୂଜା କରି ଠାକୁରଙ୍କୁ ଶକ୍ତି ମାଗିଛନ୍ତି । ଚନ୍ଦନଙ୍କୁ ଫୋନ କରିବାରୁ ଚନ୍ଦନ କହିଲେ ତୁଳସୀ ମୁଁ ତୁମ ସାଙ୍ଗରେ ଅଛି । ମୁଁ ଜାଣିଛି ତୁମେ ନିର୍ଦ୍ଦୋଷ । ମୁଁ କିଛି ପ୍ରମାଣ ନେବାକୁ ମଳୟ ଘର ପାଖକୁ ଆସିଛି । 


ତୁଳସୀ ଓ ଚନ୍ଦନଙ୍କ ଯୋଜନା ଅନୁଯାୟୀ ତୁଳସୀ ମଳୟ ରୁମକୁ ଗଲେ । ସେପଟେ ତୁଳସୀଙ୍କ ସହ ଭିଡିଓ କଲରେ ଥାଆନ୍ତି ଏବଂ ତାହା ଚନ୍ଦନ ଘରର ସମସ୍ତଙ୍କୁ ଦେଖାଉଥାନ୍ତି । ତୁଳସୀ ଯାଇ ମଳୟ ସାମନାରେ ଅଭିନୟ କରି କହିଲେ ମୁଁ ଜାଣି ନ ଥିଲି ତୁମେ ମୋତେ ଏତେ ଭଲ ପାଅ ବୋଲି । ଭଲ ହେଲା ଏମିତି ଏଡିଟିଂ ଫୋଟୋ ଚନ୍ଦନଙ୍କ ଘରକୁ ଦେଲ । ଏବେ ମୁଁ ସେ ସମ୍ପର୍କରୁ ମୁକ୍ତି । ମୋର କିଛି ବି ଟଙ୍କା ପଇସା ତାଙ୍କ ଠାରୁ ଦରକାର ନାହିଁ । ମୁଁ ତୁମର ହୋଇ ଯିବି । ମିଛରେ କହିଲେ ହେଲେ ତୁମେ ଆସିବାକୁ ଡେରି କରି ଦେଲ ଯେ ମୁଁ ଚନ୍ଦନଙ୍କ ଛୁଆର ମାଆ ହେବାକୁ ଯାଉଛି । ସେ ଛୁଆକୁ ତୁମର ନାମ ଦେଇ ଦେବି । 


ଏହା ଶୁଣି ମଳୟର ମୁଣ୍ଡ ଖରାପ ହୋଇଗଲା.... ଟଙ୍କା ମିଳିବନି ପୁଣି ଅନ୍ୟର ଛୁଆକୁ ନିଜ ନାମ ଦେବାକୁ ହେବ।ସାଙ୍ଗେ ସାଙ୍ଗ ମଳୟ କହିଲେ ଆମର ତ କେବେ ସେମିତି ସମ୍ପର୍କ ହୋଇ ନାହିଁ । ବାକି ରହିଲା ଏ ଫୋଟୋ... ଏଇଟା ଏଡିଟିଂ । ତେଣୁ ତୁମେ ଚନ୍ଦନ ପାଖକୁ ପଳାଅ । ମୁଁ ସମସ୍ତଙ୍କୁ କହିବି କେହି ଜଣେ ବଦମାସୀ କରି ତୁମକୁ ଆଉ ମୋତେ ଫସାଇବାକୁ ଚାହିଁଛନ୍ତି । ଆରେ ଶୁଣ ମୁଁ ତୁମକୁ ପାଇବା ପାଇଁ ମିଛ କହିଥିଲି । ଆମ ଭିତରେ କେବେ କିଛି ଖରାପ ସମ୍ପର୍କ ନାହିଁ । କେବଳ ମୋତେ ଦଶ ଲକ୍ଷ ଟଙ୍କା ଦେଇ ଦିଅ ମୁଁ ତୁମକୁ ଛାଡ଼ି ପଳାଇବି । 


ଏହା ଶୁଣି ତୁଳସୀ ମଳୟକୁ ପିଟିଛନ୍ତି ଏବଂ କହିଲେ ମୁଁ ଜାଣିଛି ତୁମେ ଟଙ୍କା ପାଇଁ ଏମିତି ମୋତେ ବଦନାମ କରିଛ । ଚନ୍ଦନ ସହରକୁ ଯାଇ ତୁମ ବିଷୟରେ ସବୁ ବୁଝି ମୋତେ ପ୍ରମାଣ ଦେଇଛନ୍ତି ଯେ ତୁମେ ଏମିତି ବହୁତ ଝିଅଙ୍କ ଜୀବନ ବର୍ବାଦ କରିଛ । ଆଜି ମୁଁ ଜାଣିଲି ବାପା ଯାହା କହିଥିଲେ ତାହା ପୁରା ସତ।ଛି ଦିନେ ମୁଁ ତୁମକୁ ଭଲ ପାଉଥିଲି । 


ମଳୟ ସେତେବେଳକୁ ତୁଳସୀଙ୍କୁ ମାରିବା ପାଇଁ ଛୁରୀ ଉଠାଇଲା ବେଳକୁ ଚନ୍ଦନ ଓ ତାଙ୍କ ପରିବାର ଲୋକମାନେ ପୋଲିସଙ୍କ ସହ ସେଠାରେ ପହଞ୍ଚିଲେ । ପୋଲିସ ମଳୟଙ୍କୁ ଗିରଫ କଲେ । 


ଜେଜେମା ଚନ୍ଦନର ହାତ ସହ ତୁଳସୀଙ୍କ ହାତ ସହ ମିଶାଇ କହିଲେ ବୋହୂ ତୁ ଆମ ଅଗଣାର ତୁଳସୀ । 


ଏବେ ତୁଳସୀ ଚନ୍ଦନଙ୍କ ସହ ହସ ଖୁସିରେ ବୈବାହିକ ଜୀବନ ବିତାଉଛନ୍ତି ।



Rate this content
Log in

Similar oriya story from Tragedy