Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Patitapaban Pani

Drama Romance Tragedy


4.6  

Patitapaban Pani

Drama Romance Tragedy


ବଡ଼ ଲୋକର ବେଟି

ବଡ଼ ଲୋକର ବେଟି

11 mins 148 11 mins 148

ଅଗଷ୍ଟ 15 ତାରିଖ, ଭାରତବାସୀ ସ୍ୱାଧୀନତା ଦିବସ ପାଳନ ରେ ବ୍ୟସ୍ତ |

ଅମନ୍ ବି ବହୁତ ବ୍ୟସ୍ତ, କାଲିଠୁ ନୂଆ କଲେଜ | ନୂଆ କରି ବାହାରକୁ ଆସିଛି ସେ ଘରୁ , ରାଜଧାନୀ ଭୁବନେଶ୍ୱର ର ନାମୀ କଲେଜ | ଅନେକ କଳ୍ପନା ଜଳ୍ପନା ଭିତରେ ନିଜକୁ ପ୍ରକୃତିସ୍ଥ କରିନେଲା ସେ | 

ନୂଆ କରି କଲେଜ ରେ ପାଦ ରଖିଲା, ନିଜକୁ ଦେଖିରଖି ଚଳିବାକୁ ପଡିବ | ରାଜଧାନୀ ର ଆଧୁନିକତା ରେ ପିଲାମାନେ ଏଠି ମସଗୁଲ, ଟିକେ ଏପଟ ସେପଟ ହେଲେ କଥାରେ କଥାରେ ପୁରା ଇଜ୍ଜତ ନେଇଯିବାକୁ ପଛେଇବେ ନାହିଁ | ସବୁକିଛି ନୂଆ ଲାଗୁଥାଏ ଅମନ୍ କୁ, ତା ଗାଁ ର ଦେଶୀ ମହକ ଆଉ ଚାଲି ଚଳନ ଆଉ ଏ ସହର ର ଆଧୁନିକତା ଭିତରେ ଥାଏ ଆକାଶ ପାତାଳ ତଫାତ | 

ସହର ର ପାଣିପବନ ସହ ନିଜକୁ ଖାପ ଖୁଆଇ ନେଇ ଅମନ ବି ଆରମ୍ଭ କରି ସାରିଥିଲା ଆଗତ ଭବିଷ୍ୟତ ର ରେସ୍, ହେଲେ ତା ମନ ଆଉ ଦେହ ଠିକ୍ ସେମିତି ଗାଉଁଲି ଆଉ ଦେଶୀ। ଖୁବ୍ ସରଳ।

ଦେଖୁଦେଖୁ ବର୍ଷେ ବିତିଗଲା, ଅମନ୍ ଏବେ ଦ୍ଵିତୀୟ ବର୍ଷ ର ଛାତ୍ର। କଲେଜ ରେ ପୁଣି ନୂଆ କରି ଏଡମିସନ୍ ଚାଲିଥାଏ। ପୁଣି କିଛି ନୂଆ ମୁଁହ ରେସ ରେ। ସେଦିନ ଅମନ୍ କଲେଜ୍ ଲାଇବ୍ରେରୀ ରୁ ବାହାରୁଥାଏ, ହଠାତ୍ ଅଟକି ଗଲା। ଅତି ସୁନ୍ଦର୍ ନହେଲେ ବି,ଆଉ ତାଠୁ ସୁନ୍ଦର୍ ଝିଅ ସେ ଦେଖିଥିଲେ ବି କେଜାଣି କଣ ପାଇଁ ସେ ଝିଅଟି ପାଖେ ମନ ଆଉ ପାଦ ଅଟକି ରହିଥିଲା। ହଁ ସେ ଥିଲା ପ୍ରଥମ ବର୍ଷର ଛାତ୍ରୀ ସୌମ୍ୟା। ଅମନ୍ ନିଜକୁ ପ୍ରକୃତିସ୍ଥ କରି ଫେରିଆସିଲା କଲେଜ୍ ହଷ୍ଟେଲ କୁ। ତା ମନ ଥାଏ ସେଇ ଝିଅଟି ପାଖେ। ବହୁତ୍ ଶାନ୍ତ ଆଉ ସରଳ ଝିଅଟି, ଅମନ୍ ର ମନ ରେ ସେ ଘର କରି ସାରିଥିଲା। ଅମନ୍ ଦେଖେ ତାକୁ ଲୁଚି ଲୁଚି, ସୌମ୍ୟା ର କ୍ଲାସ୍ ରୁମ୍ ପର୍ଯ୍ୟନ୍ତ ଯାଏ। 

ପତ୍ରଝଡ଼ ପରେ ବସନ୍ତ ର ଆଗମନ ରେ ନୂତନ ପତ୍ର ର ସମ୍ଭାର, ଅନୁପମ ରୂପ ଦେଇଥାଏ ଧରିତ୍ରୀ ମା କୁ। ଅମନ୍ ର ମନରେ ବା କେମିତି ବସନ୍ତ ର ଆଗମନ ନ ହେବ। କିଛି ସାଙ୍ଗଙ୍କ ପରାମର୍ଶ କ୍ରମେ ସେ ନିଶ୍ଚିତ କଲା ଯେ ନିଜ ମନ କଥା କହିବ ସୌମ୍ୟା କୁ। ହେଇତ ସୌମ୍ୟା ଆସିଲାଣି।

ଅମନ୍ - ଟିକେ ରହିବ?? କିଛି କହିବାର ଥିଲା

ସୌମ୍ୟା ମୁଣ୍ଡ ପୋତି ଛିଡ଼ା ହେଇଥାଏ

ସୌମ୍ୟା - ହଁ କୁହନ୍ତୁ

ଅମନ୍ - ମୁଁ ତୁମକୁ ଭଲପାଏ, ଆଉ ମୁଁ ଅପେକ୍ଷା କରିବି ତୁମ ପ୍ରତ୍ୟୁତର ପାଇଁ। ତୁମେ ସମୟ ନିଅ।

ସୌମ୍ୟା କିନ୍ତୁ ସେଇଠି କହିଦେଇଥିଲା ନା ମୁଁ ଭଲ ପାଏନି।

ମନ କଷ୍ଟରେ ଫେରି ଆସିଥିଲା ଅମନ୍ ସେ ଦିନ। 

ତା ପରଦିନ ପ୍ରିନସିପାଲ୍ ଙ୍କ ଅଫିସ, ସୌମ୍ୟା ର ବାପା ଆଉ କକା କମ୍ପ୍ଲେନ କରିଥାନ୍ତି ଅମନ୍ ନା ରେ। ରେଗିଂ କରୁଚି ସିଏ ଆମ ଝିଅକୁ। ପ୍ରିନସିପାଲ୍ ତାଗିଦ୍ କଲେ ଆଉ କହିଦେଲେ ଦ୍ଵିତୀୟଥର ହେଲେ ଏହା କ୍ଷମା କରାଯିବ ନାହିଁ | 

ବହୁତ କଷ୍ଟ ହେଇଥିଲା ଅମନ୍ କୁ, କଣ ବା ତା ଭୁଲ ଥିଲା |


ପ୍ରିନସିପାଲ ଅଫିସ ରୁ ବିନା ଦୋଷ ରେ ଲଜ୍ଜିତ ହୋଇ ଫେରିଲା ପରେ ମନଦୁଃଖ ରେ ଥାଏ ଅମନ୍, ଏତେ ସବୁ ପରେ ବି ସେ ଭୁଲିପାରୁନଥାଏ ସୌମ୍ୟା କୁ। ସ୍ଥିର କଲା ପୁଣି ଥରେ ଦେଖାକରି କଥା ହେବ ତା ସହ। ସୌମ୍ୟା ଟିଉସନ୍ ରୁ ଫେରୁଥାଏ, ଅଟକାଇଲା ତାକୁ ଅମନ୍। 

ଅମନ୍ - ମୁଁ ତୁମକୁ ମୋ ମନ କଥା କହିବା କଣ ଭୁଲ୍ ଥିଲା !! ରେଗିଂ ତ ମୁଁ କରିନଥିଲି, ଏତେ ଅପମାନ ଦେବା କଣ ଠିକ ହେଲା ତୁମର? 

ସୌମ୍ୟା - ମୁଁ ଦୁଃଖିତ ଯେ ମୋ ପାଇଁ ଆପଣଙ୍କୁ ଅପମାନ ସହିବାକୁ ପଡିଲା, ମୁଁ ଘରେ ଡରି ଯାଇ କହିଥିଲି ଯେ ଆପଣ ମୋତେ ଅଟକେଇ ଏପଟ ସେପଟ କଥା କହୁଛନ୍ତି |

ଅମନ୍ - ଠିକ ଅଛି ଯାଅ, ମୁଁ ତୁମକୁ ଆଉ ହଇରାଣ କରିବିନି |

ସୌମ୍ୟା - ଧନ୍ୟବାଦ 


ଅମନ୍ ଫେରିଆସିଲା, ମନଦୁଃଖ ରେ | ଏତେ ଭଲ ପାଉଚି ଆଉ ସୌମ୍ୟା କଣ କିଛି ବୁଝିପାରୁନି | କଲେଜ ଜୀଵନ ର ସାୟାହ୍ନ ରେ ପହଂଚି ସାରିଥାଏ, ଅମନ୍ ଏବେ ଚତୁର୍ଥ ବର୍ଷ ର ଛାତ୍ର | ଆଉ ବର୍ଷେ ମାତ୍ର ସେ ସୌମ୍ୟା କୁ ଦେଖିପାରିବ, ଏକଥା ଭାବି ତା ମନ ଅସ୍ଥିର ହଉଥାଏ | କଣ କରିବ ବୁଝିବା ଆଗରୁ ଦିନ ପରେ ଦିନ ଗଡି ଯାଉଥାଏ | ସାଙ୍ଗ ସାଥୀ ସମସ୍ତେ ବୁଝାଉଥାନ୍ତି ସୌମ୍ୟା କୁ ଭୁଲିଯିବା ପାଇଁ | ସମସ୍ତେ କହୁଥାନ୍ତି ସେ ବଡ ଲୋକ ଘର ର ଝିଅ, ତାର ଆଶା ଉଚ୍ଚ, ଆକାଂକ୍ଷା ଉଚ୍ଚ | କିନ୍ତୁ ଅମନ୍ ର ମନ ବୁଝୁ ନଥାଏ, ସତରେ କଣ ଭଲ ପାଇବା ରେ ଏମିତି ପ୍ରତିବନ୍ଧକ ଥାଏ !! 


ସେଦିନ କଲେଜ ରେ ସୌମ୍ୟା ର ସାଙ୍ଗ ଶୁଭ୍ରା ସହ କଥା ହେଲା ଅମନ୍ | ଶୁଭ୍ରା ମନରେ ବିଶ୍ୱାସ ଜଗାଇ ସୌମ୍ୟା ର ଟେଲିଫୋନ ନମ୍ବର ଟି ମାଗିଆଣିଲା କଥା ହବାପାଇଁ | 

ସନ୍ଧ୍ୟା ସମୟ, ଅମନ୍ ମୋବାଇଲ ବାହାର କଲା ଫୋନ କରିବା ପାଇଁ | ଲାଗୁଥାଏ ଯେମିତି ଭୁବନେଶ୍ୱର ସହର ଟା ଅଟକି ଯାଇଚି, ଜୀବନ ରେ ଏତେ କେବେ ଡ଼ରି ନଥିଲା ସେ |

ସୌମ୍ୟା - ହ୍ୟାଲୋ !!

ଅମନ୍ - ମୁଁ ଅମନ୍ କହୁଥିଲି, ପ୍ଲିଜ଼ ଫୋନ କାଟିବନି 

ସୌମ୍ୟା - କୁହନ୍ତୁ କଣ କାମ ଅଛି? 

ଅମନ୍ - ଏମିତି କଥା ହେବା ପାଇଁ ଫୋନ କରିଥିଲି

ସୌମ୍ୟା - ମୁଁ ଆପଣଙ୍କୁ ମୋ କଥା ଜଣେଇସାରିଚି, ପୁଣି କଣ କଥା ହେବେ 

ଅମନ୍ - ଆମେ କଣ କଥା ବି ହେଇପାରିବାନି? ବିନା କିଛି ନାଁ ଦେଇ ବି ତ ସମ୍ପର୍କ ଗଢି ହବ !! ନିଜ କଥା ତ ଆମେ ପରସ୍ପର କୁ କହିପାରିବା | ନିଜ ସୁଖ ଦୁଃଖ ତ ବାଣ୍ଟି ପାରିବା | 

ସୌମ୍ୟା - ଠିକ ଅଛି, ଆପଣ କିନ୍ତୁ ମୋତେ ସବୁବେଳେ ଫୋନ କରିବେନି | 


ଅମନ୍ ର ପାଦ ତଳେ ଲାଗୁନଥିଲା, ସୌମ୍ୟା ସଂସ୍ପର୍ଶ ରେ ରହିବା ହିଁ ତା ପାଇଁ ସ୍ୱର୍ଗ ସୁଖ ଭଳି ଥିଲା | ବହୁତ କଷ୍ଟ ରେ ସେ ସେଦିନ ସୌମ୍ୟା କୁ ମନେଇ ନେଇଥିଲା କଥା ହବା ପାଇଁ |

ଗଢି ଉଠିଥିଲା ଏକ ନୂଆ ସମ୍ପର୍କ, ବିନା ନାଁ ର ସମ୍ପର୍କ | ହେଲେ ସେ ସମ୍ପର୍କ ରେ ଥିଲା ସ୍ନେହ, ଆନ୍ତରିକତା ଆଉ ଆବିଳତା | ପ୍ରଥମେ ପ୍ରଥମେ କେବଳ ଅମନ୍ ହିଁ ଫୋନ କରେ, ହେଲେ ଧୀରେ ଧୀରେ ସୌମ୍ୟା ବି ଫୋନ କରିବା ଆରମ୍ଭ କରିଦେଇଥିଲା | ଦୁହେଁ ଦୁହିଁ ଙ୍କ ସୁଖ ଦୁଃଖ ର ସାଥୀ ହେଇସାରିଥିଲେ | ସୌମ୍ୟା ର ସ୍ନେହ ଶ୍ରଦ୍ଧା ପାଇ ଅମନ୍ ର ଜୀବନ ଶୈଳି ରେ ବହୁତ ପରିବର୍ତନ ଆସିସାରିଥାଏ |


 ନ କହିପାରିଲେ ବି ଅମନ୍ କିନ୍ତୁ ବହୁତ ଭଲ ପାଉଥିଲା ସୌମ୍ୟା କୁ |

 ସମ୍ନାସାମ୍ନି ଦେଖା କି କଥାବାର୍ତ୍ତା ନଥିଲେ ବି ସୌମ୍ୟା ର ସବୁକଥା ବୁଝେ ଅମନ୍ | ସୌମ୍ୟା ର ସବୁ ଦୁଃଖ ରେ ଅମନ୍ ସମଦୁଃଖୀ ଥାଏ, ସେ ସୌମ୍ୟା ବାପାଙ୍କର ଦୁର୍ଘଟଣା ରେ ଆହତ ହେବା ଘଟଣା ହେଉ କିମ୍ବା ସୌମ୍ୟା ଭଉଣୀ ର କ୍ୟାନ୍ସର ରୁ ଭଲ ହବା ପର୍ଯ୍ୟନ୍ତ ଘଟଣା ସବୁଥିରେ ସାଥ ଦେଉଥାଏ ଅମନ୍ | 


ଏହା ମଧ୍ୟରେ ଅମନ୍ ର ଚତୁର୍ଥ ବର୍ଷ ସରିଯାଇଥାଏ, ଘରେ ଥାଏ ଅମନ୍ | ଘର ଛାଡି ବାହାରକୁ ଯାଇ ଚାକିରୀ କରିବାକୁ ତାର ଇଚ୍ଛା ନଥାଏ, କିନ୍ତୁ ସୌମ୍ୟା ବୁଝେଇଲା ବାହାରକୁ ଯାଇ ଚାକିରୀ କରିବା ପାଇଁ | ତୁମେ ପାଠ ପଢ଼ିଚ, କେତେଦିନ ଏମିତି ଘରେ ବସି ରହିବ | ବାହାରକୁ ଯାଅ ଚାକିରୀ କର | ଇଚ୍ଛା ନଥିଲେ ବି ଅମନ୍ ବାହାରିଲା ସୁଦୂର ହାଇଦ୍ରାବାଦ | ଯିବା ଆଗରୁ ପୁଣି ଥରେ ସୌମ୍ୟା ପାଖରେ ନିଜ ମନ କଥା କହିଥିଲା କିନ୍ତୁ ସୌମ୍ୟା ର ସେହି ନାସ୍ତିକବାଣୀ | ଅମନ୍ କିଛି ବୁଝିପାରୁନଥାଏ ଯେ ଏତେ ଆନ୍ତରିକତା, ସ୍ନେହ ଥାଇ ମଧ୍ୟ ସୌମ୍ୟା ମନା କଣ ପାଇଁ କରୁଚି | ତଥାପି ନିଜ ମନ କୁ ବୁଝାଇ ବାପା ମା ଙ୍କ ଆଶୀର୍ବାଦ ନେଇ ଅମନ୍ ବାହାରିଆସିଲା ଘରୁ | 


ପୁଣି ନୂଆ ସହର, କିଛିଦିନ ର ଚେଷ୍ଟା ପରେ ଏକ ସୁନାମଧନ୍ୟ ସଫ୍ଟୱାର କମ୍ପାନୀ ରେ ଚାକିରୀ ପାଇଲା ଅମନ୍ | ବହୁତ ଖୁସି ଥାଏ ସେ, ସୌମ୍ୟା କୁ ଫୋନ କଲା ଆଉ ସଫଳତା ର ସବୁ ଶ୍ରେୟ ତାକୁ ଦେଲା


ନୂଆ ଜୀବନଶୈଳି ସହ ତାଳ ମିଳାଇ ଚାଲିଥାଏ ଅମନ୍ | ଚାକିରୀ କଲାପରେ ସୌମ୍ୟା ର ଆନ୍ତରିକତା, ସ୍ନେହ ଶ୍ରଦ୍ଧା ବହୁତ ବଢି ଯାଇଥାଏ ଅମନ୍ ପ୍ରତି | ଅମନ୍ ବି ନିଜେ ବହୁତ ଖୁସି ଥିଲା କାରଣ ଯେଉଁ ପିଲା କେବେବି ବାହାରକୁ ଯିବାକଥା ଭାବିନଥିଲା, ସୌମ୍ୟା ପାଇଁ ସେ ଆଜି ଏକ ଭଲ କମ୍ପାନୀ ରେ ଇଞ୍ଜିନିଅର ଟେ ହେଇ ପାରିଲା | ପ୍ରତିଦିନ ର ବ୍ୟସ୍ତ ଜୀବନ ଭିତରେ କିନ୍ତୁ ଅମନ୍ କେବେବି ସୌମ୍ୟା କଥା ଭୁଲେନି, ପ୍ରତିଦିନ ସୌମ୍ୟା କଥା ବୁଝେ ଆଉ ତ ସୁଖ ଦୁଃଖ ରେ ତା ସହ ଥାଏ | 


ଏମିତି ଦେଖୁ ଦେଖୁ ବର୍ଷେ ବିତିଗଲା, ସୌମ୍ୟା ର କଲେଜ ଜୀବନ ସରିଯାଇଥାଏ | ଘରେ ଥାଏ ସୌମ୍ୟା | ଅମନ୍ ବହୁତ ଜିଦି କରୁଥାଏ ସୌମ୍ୟା ପାଖରେ କି ସେ ବାହାରକୁ ଆସୁ ଆଉ ଚାକିରୀ କରି ନିଜ ଗୋଡ ରେ ଛିଡା ହଉ | ସୌମ୍ୟା ର ପରିବାର ଥିଲା ରକ୍ଷଣଶୀଳ, ସେମାନେ ରାଜି ନଥାନ୍ତି ସୌମ୍ୟା ବାହାରକୁ ଆସୁ ଆଉ ଚାକିରୀ କରୁ | 


କିଛିଦିନ ଗଲାପରେ ଦିନେ ସଂଧ୍ୟା ରେ ହଠାତ ସୌମ୍ୟା ର ଫୋନ ଆସିଲା, ସୌମ୍ୟା ପୁନେ ଯାଉଛି ଚାକିରୀ ଖୋଜିବା ପାଇଁ | ଅମନ୍ ର ମନ ଟିକେ ଦୁଃଖ ହେଲେ ବି ସେ ଖୁସି ଥିଲା ଯେ ଶେଷରେ ସୌମ୍ୟା ବାହାରକୁ ଆସୁଛି | 


ସେଦିନ ପୁନେ ସହର ରେ ପାଦ ରଖି ପ୍ରଥମେ ଫୋନ କରିଥିଲା ଅମନ୍ କୁ | ଅମନ୍ ଅଫିସ ରୁ ଫେରିଥାଏ, ସଂଧ୍ୟା ସମୟ ଛାତ ଉପରେ ଏକା ବସି ଭାବୁଥାଏ କଣ ହବ ତା ଭବିଷ୍ୟତ | ଫୋନ ରିଙ୍ଗ ହେଲା, 

ଅମନ୍ - ପହଂଚିଗଲ?? 

ସୌମ୍ୟା - ହଁ, କଣ କରୁଚ? 

ଅମନ୍ - ବସିଚି ଛାତ ଉପରେ ଆଉ ତୁମ କଥା ଭାବୁଛି ଯେ ତୁମେ କେମିତି ରହିବ ବାହାରେ, ଆଗରୁ ଘର ଛାଡି ଏକା କେବେବି ରହିନାହଁ 

ସୌମ୍ୟା - ମୁଁ ତୁମକୁ ବାରମ୍ବାର ମନାକଲା ପରେ ବି ମୋ ପାଇଁ ଏତେ ଯତ୍ନଶୀଳ କଣ ପାଇଁ? କଣ ପାଇଁ ଏତେ ଭଲପାଅ ମୋତେ? 

ଅମନ୍ - ମୁଁ ଜାଣିନି ମୁଁ ତୁମକୁ ନେଇ ଏତେ ଯତ୍ନବାନ କଣ ପାଇଁ !! ବାସ ବହୁତ ଭଲ ଲାଗ ମୋତେ ତୁମେ 

ସୌମ୍ୟା - ସତରେ !! ଗୋଟେ କଥା କହିବି?? 

ଅମନ୍ - ହଁ କୁହ 

ସୌମ୍ୟା - ମୁଁ ବି ଜାଣିପାରୁଚି ଯେ ଅଜାଣତରେ ବି ହଉପଛେ ମୁଁ ବି ତୁମକୁ ଭଲପାଉଛି 

ଅମନ୍ - ମୁଁ ବିଶ୍ୱାସ ବି କରି ପାରୁନି ଯେ ତୁମେ ଏକଥା କହୁଚ 

ସୌମ୍ୟା - ହଁ ଅମନ୍, ମୁଁ ବି ତୁମକୁ ଭଲପାଏ 


ଏତେ ଦିନ ଭିତରେ ଘରକୁ ଯାଇ ନଥିବା ଅମନ୍, ନିଶ୍ଚିତ କଲା ପୁନେ ଯିବ | ସୌମ୍ୟା ବି ଚାଁହୁଥାଏ ଅମନ୍ ତାକୁ ଦେଖା କରୁ | ସୌମ୍ୟା ର ବହୁତ କିଛି କଥା ବୁଝିବାର ଥାଏ ଅମନ୍ ଠାରୁ, ବହୁତ କିଛି ପାଠ ଆଉ ଚାକିରୀ ଜୀଵନ ର ଶୈଳୀ | 

ଛୁଟି ନେଇ ଅମନ୍ ଚାଲିଲା ପୁନେ |


ପ୍ରଥମ ଥର ପାଇଁ ସେ ସୌମ୍ୟା ସହ କଥା ହବ ଅତି ନିଜର ଭାବେ, ଫୋନ ରେ କଥା ହେଉଥିବା କଥା ସେ ସୌମ୍ୟା ସାମ୍ନାରେ କହିପାରିବ | ଅମନ୍ ର ଗୋଡ ତଳେ ଲାଗୁନଥାଏ | ହାଇଦ୍ରାବାଦ ରୁ ଯାଇ ପୁନେ ରେ ପହଁଚିଲା | ସାଙ୍ଗ ପାଖକୁ ଯାଇ ସୌମ୍ୟା କୁ ଫୋନ କଲା, କଥା ରହିଲା କାଫେ ରେ ଦେଖା ହବ | 

ସୌମ୍ୟା କୁ ନିଜ ଆଖିଆଗରେ ଦେଖି ବିଶ୍ୱାସ କରିପାରୁନଥାଏ ଅମନ୍ | ଦୁହେଁ କାଫେ ରେ ବସିଲେ, ବହୁତ କିଛି କଥା ହେଲେ | ପ୍ରଥମ ଥର ପାଇଁ ସାଙ୍ଗ ପାଖରୁ ନେଇଯାଇଥିବା ବାଇକ ରେ ସୌମ୍ୟା କୁ ନେଇ ତା ହଷ୍ଟେଲ ରେ ଛାଡିଲା ଅମନ୍, ବହୁତ ଖୁସି ଥାଏ ସେ | 


କିଛିଦିନ ର ରହଣି ପରେ ଅମନ୍ ବାହାରିଲା ହାଇଦ୍ରାବାଦ ଫେରି ଆସିବାକୁ, ମନଦୁଃଖ ଥାଏ | ସୌମ୍ୟା କୁ ପ୍ରତିଶୃତି ଦେଲା ସେ ଖୁବଶୀଘ୍ର ଟ୍ରାନ୍ସଫର କରି ପୁନେ ଆସିଯିବ | ଫେରିଗଲା ଅମନ୍, ବହୁତ କିଛି ସ୍ବପ୍ନ ନେଇ | ସେ ନିଜେ ବି ଭାବୁଥାଏ ଭଗବାନ ତାକୁ ଏତେ ଖୁସି ଦେଲେ କେମିତି !!


କିଛିଦିନ ପରେ ସୌମ୍ୟା ର ଚାକିରୀ ହେଇଗଲା, ବହୁତ ସାହାଯ୍ୟ କରିଥିଲା ଅମନ୍ ତାକୁ | ସୌମ୍ୟା ବହୁତ ଖୁସି ଥାଏ ଆଉ ଅମନ୍ ବି | ସୌମ୍ୟା କୁ ପ୍ରତିଶୃତି ଦେଲା ଖୁବଶୀଘ୍ର ପୁନେ ଯିବା ପାଇଁ | ଚାକିରୀ ଜୀବନ ଆରମ୍ଭ ହେଇସାରିଥାଏ ସୌମ୍ୟା ର, ଖୁବ ଖୁସିଥାଏ ସେ | 


ସବୁ କାହାଣୀ ର ମୋଡ ଥାଏ, ଏଠିବା ସବୁକିଛି ଠିକ କେମିତି ଚାଲିଥାନ୍ତା !! ଅଫିସ ଯିବା ପରଠୁ ସୌମ୍ୟା ର କଥାବାର୍ତ୍ତା ରେ ବହୁତ ପରିବର୍ତନ ଆସିସାରିଥଏ | କିଛି ନା କିଛି ବାହାନା କରି ସେ ଅମନ୍ ଠାରୁ ଦୂରେଇ ଯାଉଥାଏ | ଶେଷରେ ଅମନ୍ ପୁନେ ଚାଲିଆସିଲା | ଭାବିଲା ପାଖରେ ରହିଲେ ସବୁକିଛି ଠିକ ହବ | ତାପରେ ସଫ୍ଟୱାର ଚାକିରୀ ରେ ତ ଶନିବାର ଆଉ ରବିବାର ଛୁଟି, ଭଲ କରି ସୌମ୍ୟା ସହ ସମୟ କାଟି ପାରିବ |

 ବସ ରେ ଗଲେ ହଇରାଣ ହବ ଭାବି ସବୁଦିନ ସୌମ୍ୟା କୁ ଅଫିସ ରେ ଛାଡେ ଅମନ୍ ଆଉ ତାପରେ ନିଜେ ଅଫିସ ଯାଏ ଆଉ ଫେରିଲା ବେଳେ ନେଇକି ଆସେ | 

କିନ୍ତୁ ସବୁ ଶନିବାର ଆଉ ରବିବାର କିଛି ନା କିଛି ବାହାନା କରି ଅମନ୍ କୁ ଏଡାଇଯାଏ ସୌମ୍ୟା | ଅମନ୍ ବହୁତ ପଚାରେ କୁଆଡେ ଯାଉଚ କଣ କରୁଛ, କିନ୍ତୁ ସୌମ୍ୟା ର ସେଈ ଏକା କଥା - "ସବୁକଥା କଣ ତୁମକୁ ଜଣେଇକି କରିବି ନା କଣ "!!

ଅମନ୍ ନିଜକୁ ବୁଝଉଥାଏ, ହଁ ଦିନେ ସବୁ ଠିକ ହେଇଯିବ | ସୌମ୍ୟା ର ସବୁ ପ୍ରକାର ଯତ୍ନ ନେଉଥାଏ ସେ, ସକାଳ ର ଖାଇବା ଠୁ ଆରମ୍ଭ କରି ଦେହ ଖରାପ ହେଲେ ହସ୍ପିଟାଲ ନେବା ଯାଏ ସବୁ କଥା ଅମନ୍ ବୁଝୁଥାଏ | 


ସେଦିନ ଶୁକ୍ରବାର, ଅମନ୍ ଅଫିସ ରେ ଥାଏ | ସୌମ୍ୟା ର ବ୍ୟବହାର ରେ ବହୁତ ଚିନ୍ତିତ, ମ୍ୟାନେଜର ସହ କୌଣସି କାରଣରୁ ଝଗଡା କଲା ପରେ ଚାକିରୀ ଛାଡିଦେଲା ଅମନ୍ | ମନଦୁଃଖ ରେ ଘରେ ବସିଥାଏ, ସୌମ୍ୟା କୁ ଫୋନ କରି ସବୁକଥା କହିଲା | ସୌମ୍ୟା ବି ବୁଝେଇଲା ଯେ ସବୁ ଠିକ ହେଇଯିବ, ଅନ୍ୟ କମ୍ପାନୀ ରେ ଚେଷ୍ଟା କର | 


ରାତି ପ୍ରାୟ 12 ଟା ହବ, ନିଦ ନଥାଏ ଅମନ୍ କୁ | ଭାବିଲା ଫୋନ କରିବ ସୌମ୍ୟା କୁ, କଥା ହେଲେ ମନ ଟିକେ ହାଲକା ଲାଗିବ | ଫୋନ ବ୍ୟସ୍ତ !! ସୌମ୍ୟା କାହା ସହ କଥା ହେଉଥିବା ସେ ଜାଣି ପାରିଲା | ଭାବିଲା କେହି ସାଙ୍ଗ ହେଇଥିବେ | ପ୍ରାୟ ଘଣ୍ଟାଏ ପରେ ସୌମ୍ୟା ଫୋନ କଲା, କହିଲା ସାଙ୍ଗ ସହ କଥା ହଉଥିଲି | ଅମନ୍ କିଛି କହିଲାନି | ତା ପରଦିନ ପୁଣି ଫୋନ କଲା ରାତିରେ ଠିକ ସେହି ସମୟରେ, ଫୋନ ବ୍ୟସ୍ତ !! 

ସୌମ୍ୟା ର ନିତିଦିନିଆ ଅଭ୍ୟାସ ହେଇ ସାରିଥିଲା, ଅଫିସ ରୁ ଫେରି କିଛି ସମୟ ପାଇଁ ଅମନ୍ କୁ ଫୋନ କଲା ପରେ ସେ ଭୁଲିଯାଏ ଯେ ଅମନ୍ ବୋଲି କେହି ତା ଜୀବନ ରେ ଅଛି | ସବୁବେଳେ ଫୋନ ବ୍ୟସ୍ତ ରହିବା ଅମନ୍ ମନରେ ସନ୍ଦେହ ସୃଷ୍ଟି କଲା ଆଉ ସେ ବାରମ୍ବାର ପଚାରିବାକୁ ଲାଗିଲା କିନ୍ତୁ ସେ ଗୋଟିଏ ଉତ୍ତର ମୁଁ ସବୁକଥା ଜଣେଇ ପାରିବିନି | ଅମନ୍ କଣ କରିବ ଜାଣି ପାରୁନଥାଏ, ଶେଷରେ ସୌମ୍ୟା ଚାକିରୀ କରିଥିବା କମ୍ପାନୀ ର ସାଙ୍ଗ ମାନଙ୍କୁ ପଚାରି ବୁଝିଲା ପରେ ଜାଣି ପାରିଲା ଯେ ସୌମ୍ୟା ତା ଅଫିସ ର ଆଶୁତୋଷ ସହ ବହୁତ ମିଳାମିଶା କରୁଚି | ସେମାନେ ଦୁହେଁ ସାଙ୍ଗରେ କ୍ୟାଣ୍ଟିନ, ଚା ଦୋକାନ ସବୁଆଡେ ଯାଉଛନ୍ତି | ଅମନ୍ ନିଜକୁ ବିଶ୍ୱାସ କରିପାରୁ ନଥାଏ, ସୌମ୍ୟା କୁ ସବୁ କଥା ପଚାରିଲା ପରେ ସେ କହିଲା ଆଶୁତୋଷ କେବଳ ଜଣେ ସାଙ୍ଗ ଛଡା କିଛି ନୁହେଁ ତା ପାଇଁ | ସୌମ୍ୟା ଉପରେ ଭରସା ଆଉ ବିଶ୍ୱାସ ବହୁତ ଥିଲା ଅମନ୍ ର, ସେ ଆଖିବୁଜି ବିଶ୍ୱାସ କରିଥିଲା ସୌମ୍ୟା କୁ |


 ସେଦିନ ସକାଳୁ ଅମନ୍ ଯାଇଥାଏ ହୋଟେଲ କୁ ଜଳଖିଆ ପାଇଁ, ସୌମ୍ୟା ଘର ଟା ବି ସେଈ ପାଖରେ | ଭିତରକୁ ପଶିଯାଇ ନିଜକୁ ବିଶ୍ୱାସ କରିପାରିନଥିଲା ଅମନ୍| 

ଆଶୁତୋଷ ଆଉ ସୌମ୍ୟା ହାତରେ ହାତ ଧରି କଥାବାର୍ତା ଆଉ ଖାଇବା ରେ ମଗ୍ନ | 

ଠିକ କହିଥିଲେ ସାଙ୍ଗ ମାନେ କଲେଜ ରେ, ଏମାନେ ହେଉଛନ୍ତି ବଡ ଲୋକ ଘର ର ଝିଅ | ବହୁରୂପୀ ଏଣ୍ଡୁଅ ଭଳି ଏମାନେ ରଙ୍ଗ ପରିବର୍ତନ କରନ୍ତି | ଏମାନେ ଯେତିକି ସରଳ ଦେଖାଯାନ୍ତି ତା ଠୁ ବି ଭୟଙ୍କର ହୋଇପାରନ୍ତି | ନିଜ ପାଦ ତଳୁ ମାଟି ଖସି ଯାଇଥିଲା ଅମନ୍ ର | ସେଠୁ ବାହରିକି ଚାଲିଆସିବା ବେଳେ ସୌମ୍ୟା ଦେଖି ପାରିଥିଲା ତାକୁ | 


ଅମନ୍ ନିଶ୍ଚିତ କଲା ଥରେ ଆଶୁତୋଷ କୁ ପଚାରି ତା ପରେ ଦୁହିଁ ଙ୍କ ପାଖରୁ ଦୂରେଇଯିବ | ଆଶୁତୋଷ କୁ ଯେତେବେଳେ ଅମନ୍ ପଚାରିଲା, ସେତେବେଳେ ଆଶୁତୋଷ କହିଲା ଆମେ ଦୁହେଁ ଦୁହିଁ ଙ୍କୁ ଖୁବ ଭଲ ପାଉ, ବହୁତ ଆଗରୁ ଆମ ଭିତରେ ସମ୍ପର୍କ ଅଛି ଆଉ ଆମ ସାଙ୍ଗ ମାନେ ସମସ୍ତେ ଏ କଥା ଜାଣିଛନ୍ତି | ଏକଥା ବି କହିଲା ଯେ ସୌମ୍ୟା କାଳେ କହୁଥିଲା ତାକୁ ଅମନ୍ ବୋଲି କେହି ଜଣେ ବହୁତ ଭଲ ପାଉଥିଲେ କିନ୍ତୁ ସେ କେବେବି ତାଙ୍କୁ ଭଲ ପାଉନଥିଲା | ଅମନ୍ ର ଆଉ କିଛି ବୁଝିବା ବାକି ନଥିଲା | ସୌମ୍ୟା କୁ ଫୋନ କଲା, ଆଉ କେବେବି ଫୋନ ନକରିବାକୁ କହି ସୌମ୍ୟା ଫୋନ ସ୍ବିତ୍ଚଅଫ କରିଦେଲା | 


ମନଦୁଃଖ ରେ ନିଜକୁ ବହୁତ ବୁଝେଇଲା ଅମନ୍, ଭାବିଲା ବଞ୍ଚିକି ଆଉ କଣ ଲାଭ | କିନ୍ତୁ ବଂଚିଥିଲା ମାଆ ଆଉ ତା ବାପା ଙ୍କ ପାଇଁ | ସାଙ୍ଗ ସାଥୀ ଙ୍କ ସହ ସମୟ ଅତିବାହିତ କରୁଥାଏ ସେ | ନିଜକୁ ବହୁତ କଷ୍ଟରେ ନିୟନ୍ତ୍ରଣ କୁ ଆଣିବାକୁ ଚେଷ୍ଟା କରୁଥାଏ | 


ହଠାତ ଦିନେ ସୌମ୍ୟା ର ଫୋନ ଆସିଲା, କାନ୍ଦୁଥାଏ ସେ | ଯେତେ ରାଗିଥିଲେ ବି 

ଅମନ୍ ର ମଣିଷପଣିଆ ଜଗି ଉଠିଲା, ସେ କେବେବି ସୌମ୍ୟା ର କଷ୍ଟ ଦେଖି ପାରେନି | ପଚାରିଲା ସେ କଣ ହେଇଚି, ଆଶୁତୋଷ ହଇରାଣ କରୁଚି, ରାସ୍ତାରେ ଅଟକାଇ ବହୁତ ଖରାପ ଭାଷା ରେ ଗାଳି ବି ଦଉଚି, ମୁଁ ଅଫିସ ଯାଇ ପାରୁନି କହିଲା ସୌମ୍ୟା | 

ଅମନ୍ - ଏସବୁ କଥା ମୋତେ କଣ ପାଇଁ କହୁଚ??  

ସୌମ୍ୟା - ମୁଁ ତୁମକୁ ବହୁତ ଭଲପାଏ, ମୁଁ ମୋ ଭୁଲ ବୁଝି ପାରିଛି, ମୋତେ କ୍ଷମା କରିଦିଅ 

ଅମନ୍ - ଠିକ ଅଛି ମୁଁ ଆଶୁତୋଷ କଥା ବୁଝିବି, ସବୁଠିକ ହେଇଯିବ 

ସୌମ୍ୟା - ମୁଁ ଜାଣିଥିଲି ତୁମେ ମୋତେ ନିଶ୍ଚିତ ସାହାଯ୍ୟ କରିବ 


ଅନ୍ଧ ଭଳି ଭଲ ପାଉଥିବା ଅମନ୍ ପୁଣି ବିଶ୍ୱାସ କରି ଫେରି ଆସିଥିଲା ସୌମ୍ୟା ପାଖକୁ, କିନ୍ତୁ ଜାଣି ପାରିନଥିଲା ଯେ ସୌମ୍ୟା ର ଏହା ଗୋଟେ ଗୁଳି ରେ ଦୁଇଟା ଶିକାର ଥିଲା | ହଁ ସୌମ୍ୟା ର ବାହାଘର ଠିକ ହେଇ ସାରିଥିଲା, ପିଲା ଟି ଅଷ୍ଟ୍ରେଲିଆ ରେ ଚାକିରୀ କରୁଥାଏ ଆଉ ପିଲା ର ବାପା ରାଜନୀତି ଶ୍ରେଣିୟ ହେଇଥିବାରୁ ଖୁବ ଧନୀ | ନିଜେ ଯେମିତି ବଡ ଲୋକ ଘର ର ଝିଅ ତାକୁ ସେମିତି ବଡ ଲୋକ ର ପରିବାର ଦରକାର ଥିଲା | ଆଶୁତୋଷ ତ ଆଉ ଅମନ୍ ଭଳି ନଥିଲା ଯେ ଏତେ ସହଜରେ ହାର ମାନି ଯିବ| ତେଣୁ ଅମନ୍ ର ସହାୟତା ନେଇଥିଲା ସୌମ୍ୟା, ସେ ଜାଣିଥିଲା ଅମନ୍ ହିଁ ଆଶୁତୋଷ କୁ ଚୁପ କରେଇ ପାରିବ | ସୌମ୍ୟା ଯେମିତି ଚାଂହିଥିଲା ସେମିତି ହେଲା, ଆଶୁତୋଷ ଦୂରେଇଗଲା ସୌମ୍ୟା ପାଖରୁ | ଆଉ ଅମନ୍ ଭାବୁଥାଏ ସବୁଠିକ ହେଇ ଯାଇଚି | କିଛିଦିନ ପରେ ସୌମ୍ୟା ହଠାତ ପୁନେ ଛାଡି ଚାଲି ଯାଇଥିଲା, ଆଉ ତା ପରେ ବାହା ହୋଇ ସୁଦୂର ଅଷ୍ଟ୍ରେଲିଆ | 

ଅମନ୍ ସବୁ ଜାଣିଲା, ଆଉ ତା ପାଖରେ କିଛି ଶବ୍ଦ ନଥିଲା ନିଜକୁ ବୁଝେଇବା ପାଇଁ |


ନିଜ ଜୀଵନ କୁ ହାରିଦବା ଆଗରୁ ଅମନ୍ ଭାବୁଥାଏ ହଁ ଏମାନେ ହିଁ ରକ୍ଷଣଶୀଳ ପରିବାର ର ଝିଅ, ବଡ ଲୋକ ର ଝିଅ | ଏମାନେ ଯେମିତି ଚାହିଁବେ ସେମିତି ଖେଳି ପାରିବେ ପିଲା ଙ୍କ ଜୀବନ ସହ | ମନେ ମନେ କହୁଥିଲା ତୁ ବଡ ଲୋକ ଘର ର ଝିଅ, ମୁଁ ଗରିବ ଘର ର ପୁଅ, ଆମ ସମ୍ପର୍କ କେମିତି ସତ ହବ | ଦୁନିଆ ରେ ଏତେ ଛଳନା, ଗରିବକୁ ସତେ ଭଲ ପାଇବା ମନା |


Rate this content
Log in

More oriya story from Patitapaban Pani

Similar oriya story from Drama