Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kalpana Ray

Tragedy Classics Fantasy

3  

Kalpana Ray

Tragedy Classics Fantasy

ଶତ୍ରୁ ଠାରୁ ଦୂରରେ

ଶତ୍ରୁ ଠାରୁ ଦୂରରେ

3 mins
166



      କଟକରେ ଯାଗା ଖଣ୍ଡେ କିଣିବା ବଡ଼ କଷ୍ଟ । ଏକରେ ମୂଲ୍ୟ ତ ଅମୂଲମୂଲ । ଅବଶ୍ୟ ପୁରୁଣା ରାଜଧାନୀ ବୋଲି ବର୍ତ୍ତମାନର ରାଜଧାନୀ ଭୁବନେଶ୍ବରଠାରୁ କମ୍ । ତା'ପରେ ବିଭିନ୍ନ କିସମର ଲଫଡା । ଏଇଟା ମୋ କାନ୍ଥ, ଏପଟେ ଝରକା ହେବନି, ଦାଦାବଟି, ସାହି ଚାନ୍ଦା, ଗରିବୀ ଭେଟି ଏମିତି କେତେ କ'ଣ ??

    

    ବାପା ମରିବା ଓ ଘର ବିକିବା ଏକା ସାଙ୍ଗରେ କରିଥିଲା ରୀନା । କଟକରେ ଯାଗା ଖଣ୍ଡେ କିଣିବାକୁ ଚାହୁଁଥିଲା ରୀନା । ବାପା ଗଲା ପରେ ମାଆ ଭାଇ ରହିବେ କେଉଁଠି ??


    ବାପା ସିନା ଗଲେ, ସେ ତ ବଡ଼ ଝିଅ । ବାପାଙ୍କ ସ୍ନେହାଶୀର୍ବାଦ ତା ଉପରେ ତାର ଭାଇଭଉଣୀଙ୍କ ଉପରେ ହୁଏତ ବହୁତ ଥିଲା । ବାପାଙ୍କ ସହିତ ଅନ୍ୟାନ୍ୟ ଗୁରୁଜନ, ପିତୃସ୍ଥାନୀୟ ଓ ପିତୃପୁରୁଷଙ୍କର ଆଶୀର୍ବାଦ ମଧ୍ୟ ଥିଲା । କାରଣ ବାପାମାଆ ପରି ପୁଅଝିଅଙ୍କ କଥା ନମନୀୟ ଓ ସାବଲୀଳ ।


     ଭଗବାନଙ୍କ ଦୟାରୁ କଟକ ର ପେଣ୍ଠସ୍ଥଳୀ ବକ୍ସିବଜାର ଏରିଆରେ ଜାଗାଟିଏ ଘର ଥାଇ ମିଳିଗଲା । ଗଳିର ଲୋକମାନେ ଶିକ୍ଷିତ ଓ ସଂସ୍କୃତିସମ୍ପନ୍ନ । ଘର ମାଲିକ ମାରଓ୍ବାଡି । ତେଣୁ ଖଜଣା, ଇଲେକ୍ଟ୍ରିକ୍ ଵିଲ, ପାଣି ଵିଲ କିଛି ବାକି ନ ଥିଲା । ସାହିର କିଛି ପିଲା ସାନଭାଇର ସାଙ୍ଗ ହେତୁ ସାହି ଚାନ୍ଦା ମଧ୍ୟ ବେଶି ପଡ଼ି ନ ଥିଲା । ତାହା ପୁଣି ଦୁଇ ବର୍ଷ ପରେ ତିନିକିସ୍ତିରେ ଦେଇଥିଲା ରୀନା ।


      ସବୁଠି କିଛି କିଛି ଦାଦାଗିରି ଥାଏ । ତାକୁ ନେଇ ଚଳିବାକୁ ପଡିବ । ଏକେ ତ କଟକ ସହର । ଦ୍ଵିତୀୟରେ ସେ ଦାଦା ଥିଲା ଜଣେ ଦିଦି, ମାନେ ନାରୀ । ୫୫/୬୦ ବର୍ଷର ନାରୀ ଜଣଙ୍କ ସେଠାରୁ ତାଙ୍କର ପିଲାବେଳ ଆରମ୍ଭ କରିଥିଲେ । ଵାପାଥିଲେ ଚିଫ୍ ଇଞ୍ଜିନିୟର । ରୀନା ଓ ତା'ର ମାଆଭାଇଭଉଣୀ ସେ ଘରକୁ ଆସିଲା ବେଳକୁ ତାର (ଲେଖି ଦାଦାର) ବାପାମାଆ ମରି ସାରିଥିଲେ । ରୀନା ଘର ସାମନାରେ ତାର ଘର । ସେ ରୀନାର ମାଆ ତା ମାଆଭଳି ଦିଶୁଛନ୍ତି କହି ଯିବାଆସିବା କଲା । ରୀନାର ଵର ସେ ପଡୋଶୀ ହେତୁ ତାକୁ ସମ୍ମାନ ଦେଇ କଥା ହେଉଥିଲେ । ରୀନାର ଏମିତିରେ ବି ଆଜିକାଲି ପିଲା ଭଳି ନୁହେଁ । ତାର ବଡ଼ ଭିଣେଇ ତାକୁ ସମ୍ମାନ ଦେଇ କଥା କହୁଥିବାରୁ ସେ ମଧ୍ୟ କଥା ସେହିପରି ଦିଦି ଡାକି କହିଲା ।


     ସମୟକ୍ରମେ ରୀନାର ଵର ଲେଡିଦାଦାର ପେନସନ କରାଇଦେଲେ । ମାଆ ମରିବା ଠାରୁ ଏ ପର୍ଯ୍ୟନ୍ତ ବାକି ଟଙ୍କା ପାଇଁ ସୁନ୍ଦର ଘର କରି ରହିଲା ।


     କିନ୍ତୁ ତା ମନ ଭିତରେ ଅସନ୍ତୋଷର ଵହ୍ନି କହୁଳୁଥିଲା । କାରଣ ସେ ଘର ତା ମାଧ୍ୟମରେ ବିକ୍ରୟ ହୋଇ ଥିଲେ ସେ ବେଶ୍ କିଛି ଟଙ୍କା ପାଇଥାନ୍ତା । କିନ୍ତୁ ତାହା ହୋଇ ପାରି ନ ଥିଲା, ଯେହେତୁ ରୀନାଘର ଆଉ ମାରଓ୍ଵାଡି ସିଧାସଳଖ କଥା ହୋଇ ଥିଲେ । କିଛି ଆଉ କରି ପାରୁ ନ ଥିଲା । ମାତ୍ର ବିଭିନ୍ନ କାରଣ‌ ଦେଖାଇ ମଝିରେ ମଝିରେ କଳି କରୁଥିଲା । ତା ସାଙ୍ଗରେ କେହି ରୀନା ଭାଇଭଉଣୀ ମାଆ ବଢନ୍ତିନି । ତେଣୁ ସେ ମନକୁ ମନ ଯାହା କହେ ଆଉ ପଳାଏ । 


  ‌। ମାଟି ଯୋଉପଟେ ବତୁରୀଥାଏ ବା ଯୋଉ ଦିଗ ଗଡାଣିଆ ଥାଏ ପାଣି ସେହି ଆଡେ ବାଟ କାଟି ଚାଲେ । ସାନଭାଇର ସ୍ତ୍ରୀର ବଡ଼ ପାଟି, ସହିବା ତା ଜାତକରେ ନାହିଁ । ଫଳରେ ତା ନାଁ ଧରି ମିଛସତ କହି ଲେଡିଦାଦା ମଝିରେ ମଝିରେ ପାଟି କରେ ।


    ସାନବୋହୁ ତାକୁ ସମ୍ମାନ ଦେଇ କଥା କିନ୍ତୁ କହେ । କାରଣ ସିଏ ନାରୀ, ଯାହାକୁ ଆଇନ୍ ର ସାତଖୁଣ ମାଫ୍ । ରୀନା ଧିରେଧିରେ ବେଶି ଘର କରିବା ଲେଡିଦାଦା ସହି ପାରି ନ ଥିଲା । ରୀନା ବରକୁ ଭାଇନା ଭାଇନା ଡାକି ସାନବୋହୁ ନା'ରେ କହୁଥିଲା । ରୀନା ବର ଆସ୍ତେ ଆସ୍ତେ ତାର ଦାଦାଗିରିକୁ ଚିହ୍ନିଲେ ‌। ଫଳରେ ସେ ଜାଣିଲେ ଇୟେ ଵିଷଵୂକ୍ଷ । କାରଣ ପାଖାପାଖି ସାହିରେ ତାର ପତିୟାରା ବେଶୀ । ସମସ୍ତଙ୍କ ଘରକୁ ସେ ଅଚିରେ ଯାଇପାରେ । 


     ଅକାରଣରେ ମଧ୍ୟ ରୀନା ଦୁଇ ଭାଇ ବାରମ୍ବାର ଭୁଲ୍ ମାଗିଥିଲେ । ତାର କାର୍ଯ୍ୟକଳାପ ଜାଣି, ତାକୁ ଏଠିକାର ଅସଲ କାରପଟଦାର ବୋଲି ଜାଣି ଧିରେଧିରେ ସମସ୍ତେ ଦୂରେଇ ଗଲେ । ଶତ୍ରୁ ଠାରୁ ଦୂରରେ ରହିବା ହିଁ ବୁଦ୍ଧିମାନର ପରିଚୟ ।


      ଶତ୍ରୁକୁ ସମ୍ମାନ ଦେଇ ବ୍ୟବହାର କଲେ ବି ସେ ତା ଶତ୍ରୁତା ଛାଡିବନି । କାରଣ ତାର ସ୍ଵାର୍ଥ ହାସଲ ନ ହେଲା ପର୍ଯ୍ୟନ୍ତ ସେ ତୁମର କ୍ଷତି କରିବାକୁ ଚେଷ୍ଟା କରିବ, ତେଣୁ ଶତ୍ରୁ ଠାରୁ ଦୂରରେ ରହିବା ହିଁ ବୁଦ୍ଧିମାନର କାମ ଜାଣି ତାକୁ ଆଉ ଅଗ୍ରାଧିକାର ନ ଦେଇ ଦେଖି ନ ଦେଖିଲା ପରି ଚାଲିଗଲେ । ଫଳରେ ରୀନାର ପରିବାରରେ ସେ ଆଉ ହସ୍ତକ୍ଷେପ କରିବାର ସୁଯୋଗ ପାଇଲା ନାହିଁ। 


    ଶତ୍ରୁ ଠାରୁ ଦୂରରେ ରହିବା ହିଁ ବୁଦ୍ଧିମାନର ନିଷ୍ପତି । ଯାହା ରୀନା ପରିବାରରେ ଘଟିଥିଲା ।



Rate this content
Log in

Similar oriya story from Tragedy