Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyut lata Mishra

Tragedy

3.8  

Bidyut lata Mishra

Tragedy

ଝିଅଟିଏ

ଝିଅଟିଏ

6 mins
387



   ଓଡ଼ିଶାର ନାମୀ ନିଉଜ୍ ଚ୍ୟାନେଲର ଚିଫ୍ ଏଡିଟର ଶ୍ରୀମା । ଆଉ ଏଇମିତି ଢେରରାତି ଯାଏଁ କାମ କରିବା ତାର ଦେହସୁହା ହୋଇଗଲାଣି । ଆଜି କିନ୍ତୁ କାମରେ ମନ ଲାଗୁନଥିଲା । ଆଜି ଯେ ତା ଗେଲ୍ହା ସାନ ଭାଇଟିର ଜନ୍ମଦିନ । ଏଡିକି ବକଟେ ହୋଇଥିଲା ଆଜି ମେଡିକାଲ ଷ୍ଟୁଡେଣ୍ଟ । ଦିନ ଆସିବ ଓଡିଶାରେ ଦିନେ ନାମୀ ଡାକ୍ତର ହେବ । ଆଜି ଭାରି ଇଚ୍ଛା ଥିଲା ଟିକେ ଶିଘ୍ର ତା ହଷ୍ଟେଲ ଯିବା ପାଇଁ । ନାରୀ ନିର୍ଯ୍ୟାତନାକୁ ନେଇ ଵିତର୍କ ଚାଲିଥିଲା । କିଛି ବ୍ୟକ୍ତି ନାରୀର ନିର୍ଯ୍ୟାତନା ନିମନ୍ତେ ନାରୀକୁ ଦାୟୀ କରୁଥିଲେ ଆଉ କିଛି ପୁରୁଷରରୁଗ୍ଣ ମାନସିକତାକୁ । ଓଃ ସତରେ ଏମିତି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ସବୁ ଦୋଷ କେବଳ ନାରୀ ଉପରେ ଲଦି ଦେବାକୁ ଚାହାନ୍ତି ।

-"ଆଜି ନାରୀ ଆଉ ଓଢଣା ଅନ୍ତରାଳେ ରହିବାକୁ ଚାଂହୁଁ ନାହିଁ । ତାକୁ ଲୋଡ଼ା ମୁକ୍ତ ପରିବେଶ । ଆଉ କେବଳ ଏଇଥିପାଇଁ ବଢୁଛି ନାରୀ ନିର୍ଯ୍ୟାତନା । " 

ଏହି କଥାକୁ ଜୋର ଦେଇ କହୁଥିଲେ କିଛି ବ୍ୟକ୍ତି । ଆଜି ଵିତର୍କରେ ବାରମ୍ବାର ପରମ୍ପରା ,ସମାଜର ନାରା ଦେଉଥିବା ଷ୍ଟୁଡିଓ ଅତିଥୀ ଙ୍କୁ କାଉଣ୍ଟର କରି ଚାଲିଥିଲା ଶ୍ରୀ । ବିତର୍କ ସରିଲା ପରେ ଏଡିଟିଂ ଦେଖୁ ଦେଖୁରାତି ୮ ।


     ଆଜି ଥିଲା କାଳେ କନ୍ୟାଦିବସ । କନ୍ୟାଙ୍କ ପାଈଁ ଦିନଟିଏ । ଅଫିସରେ ସହକର୍ମୀଙ୍କ ଷ୍ଟାଟସରେ ଲେଖାଥିଲା ,ହେପି ଡଟର୍ସ ଡେ ମାଇ ଏଞ୍ଜେଲ । "କାହିଁ ଶ୍ରୀ ଆଖି କିଛି ସମୟ ପାଇଁ ଓଦା ହୋଇଗଲା । ସିଏ କଣ କାହା ଆଖିର ପରୀ ଥିଲା । ଅତିତକୁ ଯେତେ ଦୁରେଇବାକୁ ଚାହିଁଲେ ବି ବାରମ୍ବାର ମନଟା ବିଷେଇ ଉଠୁଥିଲା । କାହିଁ ତା ପ୍ରାପ୍ୟ ସ୍ନେହ ତକ ତାକୁ ଦେବାରେ କୁଣ୍ଠାବୋଧ କରିଥିଲେ ଭଗବାନ । ଜେଜେ ଥିଲେ ଗାଁର ଜମିଦାର । ଶ୍ରୀର ଜନ୍ମପରେ ଜେଜେ ହଠାତ ଆରପାରିକୁ ଚାଲିଗଲେ । ଭାଇ ଭାଇ ବିବାଦରେ କୋର୍ଟ କଚେରୀରେ ସବୁ କିଛି ସରିଗଲା । ବାପା ଜେଜେ ମା ଙ୍କର ଗୋଟିଏ ବୋଲି ପୁଅ ତେଣୁ ଉଚ୍ଚଶିକ୍ଷିତ ହୋଇଥିଲେ ବି ଘରେ ବସିରହିଥିଲେ ବାପା । ଜେଜେମାଆ କୁହେ,"ମୋର କଣ ସଂପତ୍ତି ଅଭାବ ମୋ ପୁଅ ଯାଇ ଚାକିରୀ କରିବ । "କିନ୍ତୁ ଆଜି ବାଧ୍ୟ ହୋଇ ଛୋଟ ମୋଟ କିରାଣୀ ଚାକିରୀ ଟିଏ କରିଥିଲେ ବାପା ।


  ଶ୍ରୀର ଜନ୍ମ ମାର୍ଗଶିର ଗୁରୁବାରେ ତେଣୁ ଆଈ ନାଁ ଦେଲା "ଶ୍ରୀ" । ଜେଜେ ମାଆର ସବୁରାଗ ଯେମିତି ଶ୍ରୀ ପାଇଁ । ତାର ଜନ୍ମ ଯୋଗୁ କାଳେ ଜେଜେ ଗଲେ ସମ୍ପତ୍ତି ଗଲା ସବୁ ଗଲା । ମାଆ ଶ୍ରୀକୁ ଜେଜେ ମାଆର ଗାଳିରୁରକ୍ଷା ପାଇଁ ଅଜା ଘରେ ଛାଡିଦେଲେ । କରୁଣ ଶୈଶବ କଥା ଭାବିଲେ ଆଖି ଲୁହରେ ଭରିଯାଏ ଶ୍ରୀର । ମାମୁଁ ଘରେ ଅଜା ଆଇ ଙ୍କ ଗେଲବସର ହୋଇଥିଲା ବୋଲି ଅଜା ଆଇ ବହୁତ କଥା ଶୁଣନ୍ତି ମାମୁଁ ମାଇଁ ଠାରୁ । ଚାହିଁଲେ ବି ନିଜ ଘରକୁ ଫେରିପାରେନି ଶ୍ରୀ । ଆଇ ଭିତରେ ମାଆକୁ ଖୋଜେ ,ଅଜା ଙ୍କ ଭିତରେ ବାବାଙ୍କୁ । ଆଇ ଶ୍ରୀକୁ ତା ଝିଅ ଭଳି ଗଢିତୋଳେ । ଆଉ ୧୫ ପୁରିଲା କ୍ଷଣି ହାତକୁ ଦିହାତ କରିବାକୁ ଅଣ୍ଟା ଭିଡ଼େ । ଯେଉଁ ଦିନ ଏହିକଥା ଶ୍ରୀ ଜାଣିଲା ଜିଦ୍ କରି ଚାଲି ଆସିଲା ମାଆ ପାଖକୁ ।


ପୁଣି ଭାଗ୍ୟ ସାଥ୍ ଦେଲାନି ଶ୍ରୀର । ବହୁତ କଷ୍ଟରେ ବାପା ଯୋଗାଡ଼ କରିଥିବା ଚାକିରୀରୁ ସସପେଣ୍ଟ ହୋଇଗଲେ । ଶ୍ରୀର ନିଜ ଉପରେରାଗ ଆସୁଥିଲା । ସତରେ ସେ କଣ ଅଶୁଭ ତା ଘର ପାଇଁ । ପାଞ୍ଚ ପ୍ରାଣୀକୁଟୁମ୍ବ କେମିତି ଚଳିବ ଏହି ଚିନ୍ତାରେ ବାପା ଙ୍କୁ ପ୍ରଥମ ହାର୍ଟଷ୍ଟ୍ରୋକ ଆସିଲା, ଆଉ ସବୁଦିନ ପାଇଁ ଡାହାଣ ହାତଟା ଅଚଳ ହୋଇଥିଲା । ଶ୍ରୀର ନିଜ ଉପରେ ଥିବାରାଗ ବଢିଯାଇଥିଲା ବହୁମାତ୍ରାରେ ।


   ଆରମ୍ଭ ହେଲା ଜୀବନର ପରୀକ୍ଷା । ୧୫ ବର୍ଷରେ ପିଲାଙ୍କୁ ଟିଉସନ,ସିଲେଇ,ବୁଣାବୁଣି କରି ଚଳେଇଲା ଘର । ତା ଭିତରେ ତାର କଲେଜ ପଢା ଆଉ ସାନ ଭାଇ ଟିକୁର ପାଠପଢ଼ା । କଷ୍ଟ ଭିତରେ ବ୍ଲକରେ ଟପ୍ପର ହେବା କିଛି କମ ନଥିଲା ଶ୍ରୀ ପାଇଁ ।ରକ୍ତକୁ ପାଣି କରି ଖଟିଥିଲା ସେ । ଜେଜେ ମାଆର କଟୁକଥା ,ବାପା ଙ୍କ ଅବହେଳା ପୂର୍ଣ ଚାହାଣୀ ,ମାଆର ଉଦାସ ଚେହେରା ଦେଖି ଦେଖି ତ ସେ ପଥର ହୋଇଯାଇଥିଲା । ବାପା ଙ୍କ ଚିକିତ୍ସାର ଋଣ ଶୁଝିବା ପାଇଁ ବିକ୍ରୀ ହୋଇଗଲା ଘର ଖଣ୍ଡିକ ।

ବଳକା ଅର୍ଥକୁ ନେଇ ଶ୍ରୀ ବାଧ୍ୟ କରି ପରିବାରକୁ ନେଇ ଆସିଲା ଭୁବନେଶ୍ୱର । ଆରମ୍ଭ ହେଲା ନୂଆ ଅଧ୍ୟାୟ ଜୀବନରେ । ସାଙ୍ଗ ମାନେ ଯେଉଁଠି କଲେଜ ବ୍ୟାଗରେ ଲଭ ଲେଟର ଲୁଚାଇରଖୁଥିଲେ ଶ୍ରୀ ଲୁଚାଇରଖୁଥିଲା ମାଆ କରୁଥିବା ଆଚାର ,ପାମ୍ପଡ଼ । କିଛି ଦୋକାନରେ ନେଇ ସପ୍ଲାଇ କରୁଥିଲା । ସ୍କଲାରସିପ ପାଇ ଜରନାଲିଜମ୍ ପାଠ ପଢା ସରିବା ପରେ ଆରମ୍ଭ ହେଲା ପୁଣି ନୂଆ ପରୀକ୍ଷା ଭଲ ଚାକିରୀ ଟିଏ ପାଇଁ । ଶ୍ରୀର ବିଚକ୍ଷଣ ପ୍ରତିଭା ତାକୁ ଭଲ ଚାକିରୀ ଟିଏ ଯୋଗାଇଦେଲା । ନିଜ ଠାରୁ ଦଶ ବର୍ଷ ସାନ ଭାଇଟିକୁ ଭଲ  ମଣିଷ କରେଇବାକୁରକ୍ତକୁ ପାଣି କରିଦେଇଥିଲା ଶ୍ରୀ । ଯେଉଁ ଦିନ ଟିକୁ ମେଡିକାଲ ପାଇଲା ପ୍ରଥମେ ଶ୍ରୀ ପାଦ ଛୁଇଁ କହିଲା,

-ନାନି ମୁଁ ନୁହେଁ ତୁ ମେଡିକାଲ ପାଇଛୁ । ମୋ ପାଈଁ ତୁ ତୋର ସବୁ ଇଛା ,ଖୁସିକୁ ମାରିଦେଇଛୁ,ବାପା ,ମାଆ ଙ୍କଠୁ ଅଧିକ ଦାୟିତ୍ବ ନେଇଛୁ ତୁ ମୋର ।  

ଆଖି ଜକେଇ ଆସୁଥିଲା ଟିକୁର ।

 ଶ୍ରୀ ବି କିଛି ସମୟ ଭାବପ୍ରବଣ ହୋଇଯାଇଥିଲା । କଥାକୁ ଏଡାଇ ବା ପାଇଁ କହିଉଠିଲା ।

-"ଆଜି ଜେଜେମାଆ ଥିଲେ ଭାରି ଖୁସି ହୋଇଥାନ୍ତା ନା ଟିକୁ । ତୋତେ ଭାରି ଭଲପାଉଥିଲା ସେ । "

ବାପା ଙ୍କୁ ଖୁଆଇବା ସମୟ ହୋଇଯାଇଥିଲା । ଡାହାଣ ହାତଟି ଅଚଳ ହୋଇଥିବା କାରଣରୁ ବାପା ଙ୍କୁ ଖୁଆଇବା କାମଟି ଶ୍ରୀ କରୁଥିଲା ତା ଖୁସିରେ । ବାପା ଙ୍କ ଅନିଚ୍ଛା ସତ୍ତ୍ୱେ ।


 ବାପା ବୋଧହୁଏ ଅଭିମାନ କରିଥିଲେ ଶ୍ରୀ ଉପରେ । ଜମା ମୁଁହ ଖୋଳୁନଥିଲେ ବାପା ଙ୍କ କହିବା କଥା ,ଏହି ବୟସରେ ବିବାହ କରିନେବା ଉଚିତ । ଅଣତିରିଷ ପୁରି ତିରିଶ ଚାଲିଲାଣି । କିଛିଦିନ ଧରି ଏହି ବିବାହ ନିଶା ଟି ବାବା ଙ୍କୁ ଘାରିଛି । କିନ୍ତୁ ବିବାହ କଣ ସବୁକିଛି ନାରୀ ଟିର ଜୀବନରେ । ସୁନ୍ଦର ଶିକ୍ଷିତା ଶ୍ରୀ ତାର ଅତିତକୁ ବିଶ୍ଳେଷଣ କରୁଥିଲା । ଅତୀତରେ କେତେ ଜଣଙ୍କ ଠାରୁ ସେ ବିବାହ ନିବେଦନ ନ ପାଇଛି?ସେ ନିଜ ଖୁସି ପାଇଁ ବିବାହ ଟିକୁ ବାଛି ପାରିନି । ତାର ପଥ ଓଗାଳିଛି ତାର କର୍ତ୍ତବ୍ୟ ,ପରିବାର ପାଇଁ ତା କର୍ତ୍ତବ୍ୟ, ସାନ ଭାଇ ଟିକୁ ପାଇଁ ତା କର୍ତ୍ତବ୍ୟ । ସେ ଠିକ୍ ଜାଣିଥିଲା ବିବାହ ପାଈଁ ସବୁଥିରେ ସମ୍ମତି ଦେଖାଉଥିବା ପୁରୁଷ ମାନେ କେମିତି ବିବାହ ପରେ ବଦଳିଯାନ୍ତି । ପ୍ରିୟା କୁ ଜହ୍ନ ତୋଳି ଆଣିଦେବା ପ୍ରତିଶ୍ରୁତି ଦେଇ ପତ୍ନୀକୁ ସ୍ଵର୍ଗ ଦେଖାଇବା ବୀଚିତ୍ର ନୁହେଁ ଆଜିର ସମାଜରେ । ପ୍ରତିଦିନ ବଧୁ ନିର୍ଯାତନା ,ନାରୀ ନିର୍ଯ୍ୟାତନା, ଖବର ଦେଖାଇ ଦେଖାଇ କାହିଁକି କେଜାଣି ଅତିଷ୍ଠ ହୋଇଯାଇଥିଲା ଶ୍ରୀ । ଅନେକ ପୁରୁଷ ସହକର୍ମୀ ଥିଲେ ଶ୍ରୀର । କିନ୍ତୁ ଶ୍ରୀର ଏତେ କମ ବୟସରେ ତାର ପ୍ରତିଭା ଆଉ କାର୍ଯ୍ୟ ଦକ୍ଷତା ସମ୍ମାନ ସୃଷ୍ଟି କରୁଥିଲା ସମସ୍ତଙ୍କ ମଧ୍ଯରେ ତା ପ୍ରତି ।


ଏପରିକି ତାର ସିନିଅର ସୁବ୍ରତ ଙ୍କ ମାଆ ବି ଦିନେ ତାକୁ ବୋହୁ କରିବାକୁ ତା ହାତ ଧରିନେଇଥିଲେ । ସୁବ୍ରତ ଙ୍କୁ ସେ ସାର୍ ଡାକେ । ଦଶ ବର୍ଷ ଧରି ସେ ସୁବ୍ରତ ଙ୍କୁ ସାର୍ ହିଁ ତ ଭାବିଛି । ଆଉ ସୁବ୍ରତ ବି ତ ତାକୁ ଜୁନିଅର ଭାବି ସବୁ କଥା ଶିଖାନ୍ତି । ଭଲ ବନ୍ଧୁ ସିଏ ଶ୍ରୀର । କିନ୍ତୁ ବିବାହ ନା । ..ଶ୍ରୀ ସୁବ୍ରତର ମାଆ ଙ୍କୁ ମନା କରିବା ପରେ ଭାବିଲା ସୁବ୍ରତ ହୁଏତ ଶ୍ରୀ ସହିତ ବନ୍ଧୁତା ଟିକକ ବି କାଟିଦେବେ କିନ୍ତୁ ନା ସେ ସେମିତି କରି ନଥିଲେ । ହଁ ସେ କିନ୍ତୁ କିଛିଦିନ ଭିତରେ ସେ ସିଭିଲ ସର୍ଭିସ ପାଇ ଚାଲିଗଲେ । ତାଙ୍କ ଜାଗା ନେଲା ଶ୍ରୀ । ଚିଫ୍ ଏଡିଟର ।


ସମୟ ସବୁ ଭୁଲାଇ ଦିଏ ଆଉ ବାପା ବି ଧୀରେ ଧିରେ ଭୁଲିଯାଇଥିଲେ ଯେ ଶ୍ରୀକୁ ବି ବିବାହ କରିବା ଉଚିତ ।


ଆଜି ଟିକୁର ଜନ୍ମଦିନ । ଟିକୁର ମେଡିକାଲ ପଢ଼ାର ଶେଷ ବର୍ଷ କିନ୍ତୁ ବ୍ୟସ୍ତତା ଭିତରେ ଯାଇପାରିଲାନି । ଏବେରାତି ଦଶ । ହଷ୍ଟେଲ ବି ବନ୍ଦ ହେଇଯିବଣି । ବାଧ୍ୟ ହୋଇ ଘରକୁ ଫେରିଲା ଶ୍ରୀ । ହୁଏତ ଏଇଟା ପ୍ରଥମଥର ଯେବେ ଶ୍ରୀ ଟିକୁକୁ ଜନ୍ମଦିନରେ ଉଇସ କରିନି । କିନ୍ତୁ ଘରକୁ ଆସୁ ଆସୁ ଚମକି ଗଲା ଶ୍ରୀ । ଭିତରେ ଟିକୁ ଥିଲା । ଆଉ ଏଯାଏଁ ନଶୋଇ ସମସ୍ତେ ତାକୁ ଅପେକ୍ଷା କରିଥିଲେ । ଟିକୁ ପାଇଁ କିଛି ଗିଫ୍ଟ କିଣି ପାରିନଥିଲା ତେଣୁ କିଛି ଦେଇପାରିଲାନି । ଟିକୁ କିନ୍ତୁ ଗିଫ୍ଟ ମାଗିଥିଲା । ଆଉ ତାର ଗିଫ୍ଟ ଥିଲା ସେ କାଲି ଯାହା କହିବ ତାକୁ ମାନିବାକୁ ହେବ । କିଛି ନବୁଝି ନଶୁଝି ହଁ କରିଦେଲା ଶ୍ରୀ ।


 ରାତି ପାହୁ ନଥିଲା ଯେମିତି । ହୁଏତ ଟିକୁ ତାର କୌଣସି ସାଙ୍ଗ ଝିଅକୁ ଭଲ ପାଉଛି । ତାକୁ ସେ ବିବାହ କରିବାକୁ ଜିଦ୍ ଧରିବ କି?ଲଭ୍ ହେବା ଖରାପ ନୁଁହ କିନ୍ତୁ ... । ଏବେ ଆହୁରି ବର୍ଷ ଟିଏ ଅଛି । ଭାରି ବିଶ୍ୱାସ ତାର ସାନ ଭାଇ ଟି ଉପରେ । କିଛି ଲୁଚାଏନି ସେ ତାକୁ ।


ସକାଳୁ ଅଫିସ ଯିବାକୁ ବାହାରିବା ପୂର୍ବରୁ ଟିକୁକୁ ତାର ଗିଫ୍ଟ କଣ ପଚାରି ବୁଝୁଥିଲା । କିନ୍ତୁ ସେ କିଛି ସମୟ ପରେ କହିବ କହୁ କହୁ  ଘର ସାମ୍ନାରେ ଗାଡି ଟିଏ ଲାଗିଲା । ମାଆ ଘର ଭିତରୁ ବାହାରକୁ ଯାଇ ପାଛୋଟି ଆଣିଲେ ଅତିଥିଙ୍କୁ । ଆରେ ସୁବ୍ରତଙ୍କ ମାଆ ,ବାପା । ଟିକୁ କହୁଥିଲା ,

-ନାନି ତୁ ସୁବ୍ରତ ଭାଇ ଙ୍କୁ ଜୀବନ ସାଥି କରିବୁନା ?

 ସାନ ଭାଇକୁ ଦେଇଥିବା କଥା ଆଗରେ ମୁଣ୍ଡ ନୁଆଇଁ ଶ୍ରୀ ଜଣାଇ ଦେଲା ନିରବ ସମ୍ମତି । ବାପା ,ମାଆ କାହିଁ କେଜାଣି ଖୁସିରେ ଆତ୍ମହରା ହୋଇ ଲୁହ ଝରାଉ ଥିଲେ । ସୁବ୍ରତଙ୍କ ମାଆ ଶ୍ରୀକୁ ଛାତିରେ ଆଉଜାଇ କହିଉଠିଲେ,


    ସବୁ ବାପା ମାଆ ଙ୍କୁ ମିଳୁରେ ମା' ଠିକ୍ ତୋ ଭଳି ଝିଅଟିଏ ।


(ଜାତୀୟ କନ୍ୟା ଦିବସର ଅନେକ ଶୁଭେଚ୍ଛା ଆପଣ ମାନଙ୍କୁ)



Rate this content
Log in

Similar oriya story from Tragedy