ବିଶ୍ବାସର ଭିନ୍ନ ପାର୍ଶ୍ବ
ବିଶ୍ବାସର ଭିନ୍ନ ପାର୍ଶ୍ବ
୧ -ଏତେ ଦୁଃଖକଷ୍ଟ, ବାଧାବିଘ୍ନ, ସଂଘର୍ଷ, ସହି ଗଢ଼ିଥିବା ,ଏହି ଜୀବନରେ ନିଜ ଛାଇକୁ ବି ବିଶ୍ୱାସ କରିପାରୁନଥିବା
ସନ୍ତୋଷ ବାବୁ ଆଜି କିନ୍ତୁ, ପୁଅ ଯିଏକି ତାଙ୍କ ଜୀବନର ସବୁଠାରୁ ମୂଲ୍ୟବାନ, ଅମୂଲ୍ୟ ଉପହାର ଭଗବାନଙ୍କ କୃପାରୁ।
ସିଏ ଯେତେବେଳେ ଆଇ. ସି. ୟୁ ଭିତରେ ଅଛି। ଚନ୍ଦନାଙ୍କ ମୁଣ୍ଡରେ ହାତ ଥୋଉ ଥୋଉ ଆଶ୍ବସନା ଦେଉଥିଲେ, ଭଗବାନ ଅଛନ୍ତି ବିଶ୍ବାସରଖ, ସବୁ ଠିକ୍ କରିଦେବେ। ଡାକ୍ତରଙ୍କ ଉପରେ ବିଶ୍ୱାସରଖ ସେମାନେ ତାକୁ ଭଲ କରିଦେବେ।
୨-ମନ୍ଦିରରେ ସବୁବେଳେ ସନ୍ଧ୍ୟାଆରତୀ ପରେ," ଭଗବାନଙ୍କ ଉପରେ କିପରି ଆସ୍ଥା ଓ ବିଶ୍ବାସକୁଦୃଢକରିହେବ"ପ୍ରବଚନ
ଦେଉଥିବା ପୂଜାରୀବାବା ଆଜି କିନ୍ତୁ ସନ୍ଧ୍ଯା ବେଳେ ଲୋକମାନଙ୍କର ସବୁ ବିଶ୍ବାସ, ଆସ୍ଥାକୁ ଚୁର୍ ମାର୍ କରିଦେଇଛନ୍ତି। ଯୋର୍ ରେ ବର୍ଷାହେଲl ବେଳେ ମନ୍ଦିର ଝାଡୁ ମାରୁଥିବା ମାଳତୀର ଦଶ ବର୍ଷର ଝିଅ ମାଆକୁ ନପାଇ ମନ୍ଦିରକୁ ଖୋଜିଆସିଥିଲା ବେଳେ ପୂଜାରୀ ବାବା ତାକୁ ଏକାପାଇ ତା ଭଳି କଢିଟିର ବିଶ୍ବାସ, ଭରସାକୁ ଦଲିଚକଟି ନଷ୍ଟ କରିବାକୁ ପଛେଇ ନଥିଲେ।
୩ -ସୁନନ୍ଦା ଦେବୀ ଏତେବର୍ଷ ପରିବାରର ବୋଝ ସମ୍ଭାଳିଲା ପରେ ନିଜ ବିଶ୍ବାସର ଚାବିକାଠିଟିକୁ ପୁଅବୋହୂଙ୍କ ଦାୟିତ୍ଵରେ ଦେଇ ଅବସର ନେବାକୁ ଚାହିଁଲା ବେଳକୁ କେତେବେଳେ ସେମାନେ ସେ ବିଶ୍ୱାସକୁ ଭାଙ୍ଗିରୁଜି ନିଜେ ନୂଆଘରକୁ ଗଲାବେଳେ ଘରଟିକୁ ବିକିଦେଇ ମାଙ୍କର ରହିବାପାଇଁ ବୃଦ୍ଧାଶ୍ରମର ବ୍ୟବସ୍ଥା କରିଦେଇଛନ୍ତି ଟିକେ ବି ସୁରାକ ପାଇଲେନି। ନିଜହାତରେ ଘରର ପ୍ରତୈକ କୋଣ ବିକୋଣକୁ ପରଖି ପରଖି ସଜାଡି ଥିଲାବେଳେ ଆଜି ଯେତେବେଳେ ଘରୁ ବାହାରୁଛନ୍ତି ଘରକୁ ସେମିତି ତନ୍ନ ତନ୍ନ କରି ଦେଖୁଛନ୍ତି। ଆଖିରୁ ଲୁହ ତ ବାହାରୁନଥିଲା, ଛାତିରୁ କୋହ ସବୁ ଲହୁହୋଇ ଫାଟିଗଲା ଭଲି ଲାଗୁଥିଲା। ତାଙ୍କର ଘରୁବାହାରିବା କଥାଶୁଣି ଆସି ପାଖରେ
ଛିଡା ହୋଇ ଯାଇଥିଲା ଶ୍ରେୟସ୍କର। ଯାହାକୁ ଦିନେ କାହାର କଥାନଶୁଣି ନିଜ ଆତ୍ମାରଡାକକୁ ବିଶ୍ବାସ କରି ବାଟରୁ ନିଜ କୋଳକୁ ଉଠେଇଆଣିଥିଲେ। ସିଏ ଆଉ ତା ସ୍ତ୍ରୀ ଶ୍ରଦ୍ଧା ଜିଦ୍ଦି କରିବସିଛନ୍ତି ଯେ, ତମେ ତମ ଘରେରହିବ ମା। ମୋ ଘର ସୁନନ୍ଦା କୂଟୀର ତମ ସ୍ପର୍ଶପାଇ ସୁଖଶାନ୍ତି ରେ ପରିପୂର୍ଣ୍ଣ ହୋଇଯିବ। ସୁନଦା ବିଶ୍ବାସ କରି ପାରୁନଥିଲେ। ଆନନ୍ଦାଶ୍ରୁ ଗଡିଯାଉଥିଲା। ସିଏ ଭାବୁଥିଲେ ସମାଜର ସବୁ ନିୟମ କଣ ବିଶ୍ବାସଯୋଗ୍ଯ। ଦଶମାସ ଗର୍ଭରେରଖିଥିବା ସନ୍ତାନ ତାଙ୍କୁ ଘରୁ ବାହାର କରୁଥିଲା ବେଳେ ଆତ୍ମାରୁ ଗଢିଥିବା ସନ୍ତାନ ଯେ ତାଙ୍କୁ ତାର ସମ୍ମାନର ସର୍ବୋଚ୍ଚ ଆସନରେ ବସେଇଚି।
୪-ଏଇଠୁ ଆସୁଛି କହିରମେଶ ତାକୁ ସେଇଠି ବସେଇକି ଯାଇଛି। ଛ ଘଣ୍ଟା କାଳ ପ୍ଲାଟଫର୍ମ ରେ ଅପେକ୍ଷା କଲାପରେ ରୁଚିକା ଯେତେବେଳେ ବର୍ତ୍ତମାନର ଶେଷ ଆଶ୍ରୟରମେଶର ଘର ଆଡକୁ ମୁହେଁଇଲା, କବାଟକୁ ବାଡେଇବାକୁ ଯାଉଛି ରମେଶର ହସି ହସି ଗଡିଯିବାର ଶବ୍ଦ ଶୁଣି ଝରକା ଫାଙ୍କରୁ ଯାହା ଦେଖିଲା ବିଶ୍ବାସ କରିପାରିଲା।ରମେଶର ଭରପୂର ସଂସାର, ସ୍ତ୍ରୀ ଦିଟା ପିଲା। ଖରାଛୁଟି ପରେ ବୋଧେ ଗାଁ ରୁ ଫେରିଆସିଛନ୍ତି। ତା ପାଦତଳୁ ସତେକି ମାଟି ଖସିଗଲା ପରି ଲାଗିଲା, ଚାରିଆଡ଼େ ଅନ୍ଧାର ଦିଶୁଥିଲା। ଯାହାକୁ ବିଶ୍ବାସ କରି ନିଜ ଘରଦ୍ବାର, ବାପାମା, ଇଜ୍ଜତ ମହତ ସମସ୍ତଙ୍କୁ ଛାଡିଦେଇ ରାତି ଅଧରେ ତା ସହିତ ପଳେଇଆସି ଥିଲା। ସିଏ କିନ୍ତୁ ତାର ନୁହେଁ ଆଗରୁ ବିବାହିତ। ସିଏ ତ ବାସ୍ ବ୍ୟବହାର ପରେ ଫୋପାଡିବା ଭଳି ଜିନିଷ ଆଜି ପାଲଟିଯାଇଛି।
୫-ମନୋଜ ବାବୁ ପନ୍ଦର ଦିନ ହେଲା ଡାକ୍ତରଖାନା ରେ ଚିକିତ୍ସିତ ହେଲାବଳେ ମନେ ମନେ କେତେଯେ ଅନୁତାପ କରୁଛନ୍ତି ସିଏ ହିଁ କେବଳ ଜାଣିପାରୁଛନ୍ତି।ଅଚାନକ ତାଙ୍କର ଦେହଖରାପ ଆରମ୍ଭ ଜାଣିପାରି ସରିତା ଯେ ତାଙ୍କ ପାଖ ମାଡୁନି। କିନ୍ତୁ ସେହି ଦିନଠାରୁ ତାଙ୍କ ମତରେ ଗାଁର ଅଶିକ୍ଷିତ।, ଅସୁନ୍ଦରୀ ସ୍ତ୍ରୀ ମମତା ତାଙ୍କ ସେବାରେ ଦିନରାତି ଏକ କରିଦେଇଛି। ଏହି ସରିତାକୁ ବିଶ୍ବାସ କରି ଜୀବନର
ବହୁ ସମୟ, ପଇସା ତାଙ୍କପିଛା ଉଡେଇଲା ବେଳେ ଦିନେ ମଧ୍ୟ ମମତାର ଭଲମନ୍ଦ କଥା ପଚାରିବୁଝି ନଥିଲେ।
********
ମାର୍ଫତ _ଶ୍ରୀ ଏଲ. କେ ମଙ୍ଗରାଜ
ୟୁନିଟ୍_୮
ଶତାବ୍ଦୀ ନଗର
ଭୂବନେଶ୍ୱର।