Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନିଆରା ଏକ ରଙ୍ଗ
ନିଆରା ଏକ ରଙ୍ଗ
★★★★★

© Pratiksha Dash

Inspirational

3 Minutes   495    49


Content Ranking

ଓଃ ! ଠିକ୍ ଏତିକିବେଳେ ସ୍କୁଟିଟା ଖରାପ ହବାର ଥିଲା।ଘର ଆହୁରି ୩/୪ କି.ମି। ଶୂନ୍-ଶାନ୍ ରାସ୍ତା। କାଇଁ ଦୋକାନ-ବଜାର ବିଶେଷ କିଛି ଦେଖାଯାଉନି ? ଗ୍ୟାରେଜ ପାଖରେ ଥିବ କି ନା କେଜାଣି? ସାଙ୍ଗେ ମୋବାଇଲ ଖୋଜିଲା। ଏ କ'ଣ ମୋବାଇଲ ସେ ଘରେ ଛାଡ଼ିଦେଇ ଆସିଛି।ଏବେ କ'ଣ କରିବ ! ସାଙ୍ଗରେ ସାତ ବର୍ଷର ଝିଅ। ବ୍ୟସ୍ତ ହୋଇଉଠିଲା, ରିମି।ନା, ବ୍ୟସ୍ତ ହେଲେ କ'ଣ ହେବ। ଅସୁବିଧା ସମୟରେ ଧର୍ଯ୍ୟ ରଖିବାକୁ ପଡିବ। ନିଜକୁ ନିଜେ ବୁଝାଇ,ସ୍କୁଟି ଗଡାଇ,ଗଡାଇ ଆଗକୁ ଚାଲିଲା। ନିୟତିର ଦାରୁଣ ଆଘାତ,ଝିଅ ତା'ର ଅଟିଷ୍ଟିକ୍ । ଗୋଟେ ହାତରେ ଝିଅକୁ ଧରି ଓ ଆଉ ଗୋଟେ ହାତରେ ଗାଡି ଧରି ଯିବାକୁ ତାକୁ କଷ୍ଟ ହେଉଥାଏ। ଅଳ୍ପବାଟ ପରେ ଗୋଟେ ଗଳି ଭିତରେ ଦୁଇ-ତିନୋଟି ଦୋକାନ ଦିଶିଲା। ସେ ଆଡ଼କୁ ମୁହାଁଇଲା ରିମି।ମାଛ,ମାଂସ ଦୋକାନ ୩-୪ ଟି। କେବଳ ଗୋଟିଏ ଦୋକାନ ଖୋଲାଥିଲା।ଦୁଇଜଣ ଲୋକ ୧୫-୨୦ ଟି ଛେଳି ଧରି ମୂଲ୍-ଚାଲ କରୁଥା'ନ୍ତି ।ଦୁଇ ଦିନ ପରେ ହୋଲି,ଭଲ ବାରରେ ପଡୁଛି। ସେଥିପାଇଁ ବୋଧେ ପ୍ରସ୍ତୁତି। ପ୍ରତ୍ୟକ୍ଷ ରେ ରଙ୍ଗରେ,ପରୋକ୍ଷ ରେ ବୋଧେ ରକ୍ତ ରେ ହୋଲି ଖେଳିବେ ଅନେକାଂଶ।ଗାଡି ଅଟକାଇ ରିମି ପଚାରିଲା,ଚାଚା ! ଏଠି ପାଖରେ କୋଉଠି ଗ୍ୟାରେଜ ଅଛି କି ? ରିମିର ଝାଳ-ନାଳ ଅବସ୍ଥା ଦେଖି,ଚାଚା କହିଲେ- ବେଟି,ତୁ ଏଇଠି ତୋ ଗାଡି ରଖିଦେଇ ଯା। ଏଇ ଆଗରେ ଯେଉଁ ପାର୍କ,ତା ପରେ ଗୋଟେ ଗ୍ୟାରେଜ ଅଛି। ସେଇଠି ଅସଲମ୍ ବୋଲି ଗୋଟେ ପିଲା କାମ କରେ,ତାକୁ କହିବୁ ରେହେମନ୍ ଚାଚା ଭେଜିଛି।ସେ ଏଇଠିକି ଆସି ତୋ ଗାଡି ସଜାଡି ଦେଇ ଯିବ।

ପାର୍କଟି ବେଶି ବଡ ନୁହେଁ।ରିମି ଦେଖିଲା ପାର୍କର ଦି ମୁଣ୍ଡରେ ଛୋଟ, ଛୋଟ ଦିଟା ଗେଟ୍ ଅଛି। ପାର୍କ ଭିତର ଦେଇ ଗଲେ,ତାକୁ ଗ୍ୟାରେଜ୍ ଟା ପାଖ ହବ।ଝିଅ କିନ୍ତୁ ଆଉ ଚାଲିବାକୁ ନାରାଜ୍,ଥକିଗଲାଣି ବିଚାରୀ।ଚାରିଟା ବାଜିଲେ ବି ଖରା କାଟୁଚି। ସେ ନିଜେବି ଥକିଗଲାଣି।ଚାଚା ତାକୁ ଦେଖି,ତା' ହାଲତ୍ ବୁଝିପାରିଲେ। କହିଲେ,ତୁ ତୋ,ବେଟିକୁ ଏଇଠି ବସେଇଦେଇ ଯା।ଫିକର୍ ମତ୍ କର୍।ମେଁ ହୁଁ।ରିମିର ଟିକେ ବି ଇଛା ନଥିଲା ଝିଅକୁ ସେ ଠି ଛାଡିବା ପାଇଁ, କିନ୍ତୁ ଆଉ କିଛି ଉପାୟ ବି ତ ନଥିଲା।ସେ ବାଧ୍ୟ ହୋଇ,ଗଲା।

ପାର୍କ ଭିତରେ ଯାଉ ,ଯାଉ ଦେଖିଲା, ପାର୍କ ର ଗୋଟେ ପାଖରେ, ଦୁଇ ତିନି ଜଣ ଝିଅ ଠିଆ ହୋଇଛନ୍ତି, ଧଳା, ସୁନ୍ଦର ଡ୍ରେସ୍ ପିନ୍ଧି।ଦେହରେ ରଙ୍ଗ ପଡିଛି,ଆଉ ଅଭିନେତ୍ରୀଙ୍କ ପରି ସୁନ୍ଦର ପୋଜ୍ ଦେଉଛନ୍ତି।ଆଗରେ କ୍ୟାମରେ ଧରି ଦୁଇ ତିନିଜଣ ଠିଆ ହୋଇଛନ୍ତି। କିଛିକ୍ଷଣ ପାଇଁ ଲାଗିଲା, ବୋଧହୁଏ କୈାଣସି ଚଳଚ୍ଚିତ୍ର ର ହୋଲି ର ଏକ ଦୃଶ୍ୟ ଶୁଟିଙ୍ଗ ହେଉଛି। କିନ୍ତୁ ନା' ଫଟୋଗ୍ରାଫି ଚାଲିଥିଲା,ଫେସ୍-ବୁକ ପାଇଁ।ହସ ଲାଗିଲା ତା'କୁ। କିନ୍ତୁ ଯାହାହେଉ, ଲୋକମାନଙ୍କ ର ଏଇ ଫେସ୍-ବୁକ୍ ରେ ଫଟୋ ପୋଷ୍ଟ କରିବାର ନିଶା ପାଇଁ,ବିଉଟି ଇନ୍ଡଷ୍ଟ୍ରି,, ମୋବାଇଲ ଇନ୍ଡଷ୍ଟ୍ରି,ଫ୍ୟାସନ୍ ଇଣ୍ଡଷ୍ଟ୍ରି, ଆଦି ବହୁତ ବିସ୍ତାର କରିଗଲା। ସମସ୍ତେ ସୁନ୍ଦର,ସ୍ଳିମ୍ ଓ ସ୍ଟାଇଲିଷ୍ଟ ଦେଖାଯିବା ପାଇଁ ସତତ ଚେଷ୍ଟିତ। ମୁହୂର୍ତ୍ତେ ଅଟକିକି, ସେମାନଙ୍କୁ ଦେଖିବାର ଇଛାକୁ ଦମନ କରି, ଶୀଘ୍ର, ଶୀଘ୍ର ପାଦ ପକାଇଲା ରିମି। ଜଣେ ଅଜଣା,ଅଶୁଣା ଲୋକ ପାଖରେ ଝିଅକୁ ଛାଡ଼ିଦେଇ ଆସିଥିବାରୁ ଅଳ୍ପ ବାଟ ଯେମିତି ବେଶି ଲାଗୁଥାଏ ତା'କୁ। ସତେଯେମିତି ରାସ୍ତା ସରୁନି।କାଳେ ରାସ୍ତା କୁ ଦୈଡି ପଳାଇଥିବ କି ଝିଅ,ଆଉ କିଛି ଅଘଟଣ ଘଟି ନଥିବ ତ, ବ୍ୟସ୍ତ,ବିବ୍ରତ ହୋଇପଡୁଥିଲା ସେ ମନେମନେ ଭଗବାନଙ୍କ ସୁମରଣା କରିଚାଲୁଥିଲା।

ଏକ ପ୍ରକାର ଦୈାଡି, ଦୈାଡି ଗ୍ୟାରେଜ୍ ରୁ ମିସ୍ତ୍ରୀ କୁ ଡାକି କି ଆଣିଲା। କିନ୍ତୁ,ଝିଅ କାହିଁ? ସେ ମାଂସ ଦୋକାନରେ ନା ଝିଅ,ନା ସେ ଚାଚା। ମୁଣ୍ଡ ଘୁରେଇ ଦେଲା ତା'ର।ଏ କ'ଣ ତାର ଯେଉଁ ଷ୍ଟଲ ପକାଇ ଝିଅକୁ ବସାଇ ଦେଇଯାଇଥିଲା ସେଥିରେ ରକ୍ତ ଦାଗ।ହେ ପ୍ରଭୁ ! ମରଣ ଯନ୍ତ୍ରଣା ଠାରୁ ଅଧିକ ଭୟଙ୍କର ମାନସିକ ଯନ୍ତ୍ରଣା ରେ ଛଟପଟ ହେଉଥିଲା।କ'ଣ କରିବ ସେ ଏବେ? କାହିଁକି ଝିଅକୁ ଛାଡୁଥିଲା କେଜାଣି? ସେତିକିବେଳେ ଦେଖିଲା,ଚାଚା, ତା' ଝିଅକୁ ଆଣି ପାଖ ଦୋକାନ ଆଡୁ ଆସୁଛନ୍ତି।ଝିଅ ତ' ପୁରା ଠିକ୍ ଅଛି, କିନ୍ତୁ ଚାଚା ଙ୍କ କମିଜ୍ ପୁରା ରକ୍ତ ଜୁଡୁବୁଡୁ। କେମିତି ହେଲା ପଚାରିଲା ବେଳକୁ ସେଠି ଥିବା ଆର ଲୋକ ଜଣକ କହିଲେ, ଝିଅ ମାଂସ କଟା କଟୁରୀ ରେ ଚାଚାଙ୍କ ହାତକୁ ପିଟିଦେଇଛି।ପିଟିଦେଇକି ଦୈାଡି ପଳେଇଥିଲା,ପାଖ ଦୋକାନ ଆଡ଼କୁ।ଚାଚା,ନିଜ କ୍ଷତକୁ ଖାତିରି ନକରି ତା ପଛରେ ଧାଇଁ ଛନ୍ତି ତାକୁ ଜଗିବା ପାଇଁ। ଚାଚା-ମୋ ଝିଅ କିଛି ଜାଣିପାରେନି, ଆପଣଙ୍କର ଏ ଅବସ୍ଥା.... ଆଉ କିଛି କହିପାରିଲାନି, କଣ୍ଠ ବାଷ୍ପରୁଦ୍ଧ ହୋଇଗଲା,ତା'ର। ତୁ ବ୍ୟସ୍ତ ହ'ନା,ବେଟି।ଏ କିଛି ନୁହେଁ,ଭାବିନେ ତୋ ବେଟି ହୋଲି ରଙ୍ଗ ଲଗେଇଛି। ହସି ହସି କହିଲେ ଚାଚା।

ଏ ଟିକେ ଆଗରୁ କ'ଣ କ'ଣ ଭାବି ଯାଇଥିଲା ସେ। ନା' କିଏ କହିଲା ସମାଜ ଅଧିକ ନିଷ୍ଠୁର ହେଇ ହେଇ ଯାଉଛି। ଯେଉଁ ପର୍ଯ୍ୟନ୍ତ ମଣିଷ ସଭ୍ୟତା ତିଷ୍ଠି ରହିଥିବ,ସେ ପର୍ଯ୍ୟନ୍ତ ମଣିଷ ପଣିଆ ବି ତିଷ୍ଠି ରହିଥିବ।

ଝିଅ ଗ୍ୟାରେଜ ଚାଚା

Rate the content


Originality
Flow
Language
Cover design

Comments

Post

Some text some message..