Pratiksha Dash

Inspirational

4.9  

Pratiksha Dash

Inspirational

ଭିନ୍ନ ଏକ ଅନୁଭବ

ଭିନ୍ନ ଏକ ଅନୁଭବ

2 mins
471


ପ୍ରଥମ ଚାକିରି ପାଇ ଭୂବନେଶ୍ବରକୁ ଆସିଥାଏ । ମନରେ ଉନ୍ମାଦନା ଯେତିକି ଡର ବି ସେତିକି । ଘର ଠିକ୍ କରି ତାକୁ ବ୍ୟବସ୍ତିତ କରିବାରେ ଚାଲିଗଲା ଗୋଟେ ସପ୍ତାହ । ରବିବାର ସଂନ୍ଧ୍ଯା ସୋମବାର ଅଫିସରେ ଜଏନ୍ କରିବି ଭାବିଲି ଆଖପାଖ ଯାଗାକୁ ବୁଲି ଦେଖି ଆସିବି ଓ ମନକୁ ଟିକେ ସତେଜ କରି ଆସିବି । ତେଣୁ ଘରୁ ଚାଲିକି ବାହାରି ଗଲି । ଚାଲି ଚାଲି କେତେବାଟ ଯାଇଛି ଜାଣିନି ଯେତେବେଳେ ଅନୁଭବ କଲି ଅଂଧାର ହେଇ ଆସିଲାଣି ଘରକୁ ଫେରି ଯିବାକୁ ପାଦ ବୁଲାଇଲି । କିଛି ବାଟ ଆସିଲା ପରେ ଆଉ ବାଟ ପାଇଲିନି । ସମୟ ଛ'ଟା ପାଖାପାଖି କିନ୍ତୁ ଡିସେମ୍ବର ମାସ ହୋଇଥିବାରୁ ଅଂଧାର ଘୋଟି ଆସିଲାଣି । ନୂଆ ଜାଗା ଏକୁଟିଆ ଝିଅପୁଣି ବାଟବଣା କାନ୍ଦ ଲାଗୁଥାଏ । ରାସ୍ତାଯାକ କିଛି କିଛି ବ୍ୟବଧାନରେ ଯୁବକ ମାନେ ଆଡ୍ଡା ଜମେଇଥାନ୍ତି ।କଲୋନୀ ଏରିଆ ହେଲେ ବି ଯେଝା ଘରେ ଯିଏ । ମୋଟେ ଗହଳ- ଚହଳ ନଥାଏ । ଆଜିକାଲି ସବୁ ନିଉଜ୍ ମିଡିଆରେ ଦେଖୁଥିବା ଘଟଣା ସବୁ ମନେପଡିଗଲା ବେଳକୁ ଛାତି ଭିତରଟା ଥରି ଯାଉଥାଏ ।କିଂକର୍ତ୍ତବ୍ୟବିମୂଢ ଅବସ୍ଥା ! କାହାକୁ ବାଟ ବି ପଚାରି ପାରୁନଥାଏ କାଳେ କିଏ ମୋ ଅସହାୟତା'ର ... । ଭୟରେ ଜଡସଡ ହେଲେ ବି ଦର୍ପର ସହ ଚାଲୁଥାଏ ଯେମିତି ମୁଁ ଚିରପରିଚିତ ଏ ଜାଗା ସହ ଆଉ ଏ' ଟିକେ ଆଗରେ ମୋ ଘର । ଏ ବିଷୟରେ ମୁଁ ନିଃସନ୍ଦେହ ଥିଲି ଯେ ଏଠି ପ୍ରାୟ କେହି କହାକୁ ଚିନ୍ହନ୍ତି ନାହିଁ । କେତେ ବାଟ ବୁଲିଲା ପରେ ବି ମୁଁ ମୋ ଘରକୁ ରାସ୍ତା ଠଉରେଇ ପାରିଲି ନାହିଁ । କ'ଣ କରିବି ମୁଁ ଏବେ ।

କିଛି ବାଟ ଆଗକୁ ଗଲାପରେ ବାଧ୍ୟ ହୋଇ ଜଣେ ଯୁବକକୁ ରାସ୍ତା ପଚାରିଲି । କିନ୍ତୁ ଘର ରାସ୍ତା ନ ପଚାରି ସେ ଏରିଆରେ ଥିବା ଜଣେ ଡାକ୍ତରଙ୍କ କ୍ଲିନିକ୍ କୁ ବାଟ ପଚାରିଲି । କ୍ଲିନିକ୍ ରୁ ଘର ରାସ୍ତା ମୁଁ ଜାଣିଥିଲି । ସେ ଯୁବକ ଜଣକ ମୋତେ ରାସ୍ତା ବତାଇ ଦେଲା ପରେ ସେ ରାସ୍ତାରେ ଚାଲିଲି । ପ୍ରାୟ ୮ ମିନିଟ୍ ଚଲିଲା ପରେ, ମୁଁ କ୍ଲିନିକ୍ କୁ ଦୂରରୁ ଦେଖି ପାରିଲି ଓ ଅନୁମାନ କରିପାରିଲି ମୋ ଘରକୁ ରାସ୍ତା । ଯେହେତୁ ଘର କ୍ଲିନିକ୍ ର ବିପରିତ ଦିଗରେ ଥିଲା ମୁଁ ସେ ଦିଗରେ ଚାଲିଲି । କିଛି ବାଟ ଆଗକୁ ଯାଇଚି ମୋତେ ଲାଗିଲା କିଏ ଜଣେ ମୋ ଆଡକୁ ପଛରୁ ଦଉଡିକି ଆସୁଛି । ବୁଲି ଦେଖିଲାବେଳକୁ ସେ ପିଲାଟି ଯେ ମୋତେ ରାସ୍ତା ବତେଇଥିଲା । ଡରିଗଲି ଜୋରରେ କ୍ଷଣିକ ଭିତରେ ନାନା କଥା ମନକୁ ଆସିଲା ଦଉଡିବାକୁ ଆରମ୍ଭ କରିଦେଲି । ପଛରୁ ଶୁଭିଲା ଦିଦି ରୁହନ୍ତୁ ଦିଦି ରୁହନ୍ତୁ । ପିଲାଟି ଜୋରରେ ଦଉଡିକି ଆସି ମୋ ପାଖରେ ପହନ୍ଚି ଗଲା ଓ ଏକା ନିଶ୍ବାସରେ କହିବାକୁ ଲାଗିଲା ଦିଦି ଆପଣ ଭୁଲ୍ ରାସ୍ତା ରେ ଯାଉଛନ୍ତି କ୍ଲିନିକ୍ ରାସ୍ତା ସେପଟେ ଖରାପ ଭାବିବେନି ଦିଦି ଆପଣ ଅନ୍ଧାର ରାସ୍ତାରେ ଏକା ଆସୁଥିଲେ କାଳେ କେଉଁଠି କିଛି ଅସୁବିଧା ହେବ ସେଥିପାଇଁ ମୁଁ ଆପଣଙ୍କ ପଛେ ପଛେ ସେତେବେଳୁ ଆସୁଛି ଚାଲନ୍ତୁ ମୁଁ ଆପଣଙ୍କୁ କ୍ଲିନିକରେ ଛାଡି ଦେବି । ସ୍ତବ୍ଧ ହୋଇ ରହିଗଲି ମୁଁ କିଛି ମୂହୁର୍ତ୍ତ ଆଖିରେ ମୋର ଲୁହ ଥିଲା ଅନୁତାପର ଓ ଖୁସିର । ପିଲାଟିକୁ ଭୁଲ୍ ବୁଝି ଥିବାର ଅନୁତାପ ଥିଲା ଓ ଖୁସି ଲାଗୁଗିଲା ଏହା ଜାଣିକି ଯେ ଝିଅଟିଏ ସବୁବେଳେ ଅସୁରକ୍ଷିତ ନୁହେଁ ।


Rate this content
Log in

Similar oriya story from Inspirational