Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

K. Nirmal

Tragedy

3  

K. Nirmal

Tragedy

ଅଜାତ ଶତ୍ରୁ

ଅଜାତ ଶତ୍ରୁ

3 mins
553


କିଛିଦିନ ତଳର ଘଟଣା ମୁଁ ଯେତେବେଳେ କୋଲକାତା ସହରରେ ରହୁଥିଲି ।ଆଖିର ସାମ୍ନାରେ ଘଟି ଯାଇଥିଲା ବଡ଼ ଆଶ୍ଚର୍ଯ୍ୟ ଜନକ କଥା:-

ମୁଁ ଯେଉଁ ଜାଗାରେ ଥିଲି ସାମ୍ନା ଘରର କାହାଣୀ ।ସେହି ପରିବାରରେ ତିନି ଜଣ ଥିଲେ ।ବୁଢ଼ା, ବୁଢ଼ୀ ଓ ତାଙ୍କ ପୁଅ।ସେହି ବୁଢ଼ା ଓ ବୁଢ଼ୀ ଦୁଇଜଣ ମୋତେ ବହୁତ ଭଲ ପାଉଥିଲେ ପୁଅ ପରି। ମୁଁ ସେମାନଙ୍କୁ ମୋ ବାପା,ମା'ଙ୍କ ଭଳି ଭଲ ପାଉଥିଲି । ଓ ତାଙ୍କ ପୁଅ ମୋ ଠାରୁ ବଡ଼ ହେତୁ ଭାଇ ବୋଲି ଡାକୁଥିଲି ।

ଏମିତିରେ ସବୁଦିନ ଖୁସିରେ କଟୁଥଲା ତାଙ୍କ ପରିବାର ।

ବଡ଼ ଭାଇର ଗୋଟେ ଅଫିସ୍ ଥିଲା । କୋଲକାତା ର ହାଜିରା ମୋଡ଼ ରାସ୍ତାରେ ।କିଛିଦିନ ପରେ ଦେଖିବାକୁ ପାଇଲି ଯେ ବଡ଼ ଭାଇ ଗୋଟେ ଝିଅକୁ ବିବାହ କରି ଘରକୁ ଆଣିଛି । ମୁଁ ଶୁଣି ବହୁତ ଖୁସି ହୋଇଗଲି। ଓ ଭାଉଜଙ୍କୁ ଦେଖା କରିବାକୁ ମନରେ ଭାବିଲି ।ଗୋଟେ ଭଲ ଦୋକାନରେ ବଡ଼ ଗିଫ୍ଟ୍ ପେକେଟ ଟିଏ କିଣିଲି ।ସେହି ପେକେଟ ଟି ଧରି ଖୁସିରେ ତାଙ୍କ ଘରକୁ ଗଲି କିନ୍ତୁ ଆଖିର ସାମ୍ନାରେ ଯାହା ଦେଖିଲି । ବଡ଼ ଦୁଃଖକର ଘଟଣା। ଭାଉଜ ଝୁଲଣରେ ବସି ଝୁଲୁଛି। ବାପ ଓ ମା ଘରର ସବୁକାମ କରୁଛନ୍ତି ।ଯାହାକୁ ମୁଁ ବଡ଼ ଭାଇ ବୋଲି ଡାକୁଥିଲି ସେ ଭାଉଜ ପାଖରେ ବସି ଅଙ୍ଗୁର ଖାଉଛି ।ମୁଁ ପଚାରିବାରୁ ଭାଇ ବାପା ଓ ମା କାହାନ୍ତି ସେମାନେ କହିଲେ କେଜାଣି ଆମେ ଜାଣିନାହୁଁ ।ମୁଁ ଦୁଃଖରେ ଭାଙ୍ଗି ପଡ଼ିଲି ଯେଉଁ ଭାଇ ମୋତେ ବହୁତ ଭଲ ପାଏ ଆଜି ଭାଉଜ ମିଳିଲା ପରେ କେତେ ପରିବର୍ତ୍ତମ ହୋଇଯାଇଛି । ନିଜ ବାପ ଓ ମାଙ୍କୁ ଘରେ କାମ ବରାତ କରି ସେମାନେ ଝୁଲଣରେ ଝୁଲୁଛନ୍ତି । ମନରେ ଭାବିଲି ଏହିପରି ପୁଅ ଓ ବୋହୂ ମରିଯିବା ହିଁ ଭଲ । ଧିକ୍ ତୋର ପୁଅ ଓ ବୋହୂ ପଣିଆ ।ଏହାପରେ ମୁଁ ସେଠୁ ଚାଲି ଆସିଲି ମୋ କର୍ମ କ୍ଷେତ୍ରକୁ ।କିଛିଦିନ ପର୍ଯ୍ୟନ୍ତ ତାଙ୍କ ଘରକୁ ଆଉ ଗଲିନାହିଁ ।

ଏହାପରେ ମୋ ନିଜ ଘରକୁ ଚାଲି ଆସିଲି ।ବର୍ଷେ ପରେ ଆଉଥରେ ଆଗମନ କଲି କୋଲକାତା କୁ ଓ ଅନ୍ୟ ଜାଗାରେ କାମ କଲି ।ବହୁଦିନ ପରେ ମୁଁ ଆସିଥିବାରୁ ମୋନେପଡ଼ିଗଲା ସେହି ବୁଢା ଓ ବୁଢ଼ୀ ବାପା ଓ ମାଙ୍କ କଥା ମୁଁ ଦେଖା କରିବାକୁ ଗଲି ତାଙ୍କ ଘରକୁ ସେହି ଜାଗାରେ ଯାହା ଶୁଣିଲି ।ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ।

ତାଙ୍କ ପୁଅ କହିଲା ବାପା ମା କୁଆଡ଼େ ଚାଲି ଯାଇଛନ୍ତି।

ଦୁଃଖରେ ଭାଙ୍ଗି ପଡ଼ିଲି ।ଏହାପରେ ମୁଁ ସେଠୁ ଆସୁଥିବା ବେଳେ ବାଟରେ !

ଦେଖିବାକୁ ପାଇଲି ଯେଉଁ ମା ଓ ବାପ ତାଙ୍କ ଘରେ ଭଲ ଭଲ ଖାଇବା ନ ହେଲେ ସେମାନେ ଖାଉ ନ ଥିଲେ ।ଆଜି ସେମାନେ ଭିକ ମାଗୁଛନ୍ତି ସମସ୍ତଙ୍କ ଘରେ ବୁଲି ବୁଲି । ମୁଁ ସେମାନଙ୍କୁ ଦେଖି ଭୟଭୀତ ହୋଇଗଲି ।ଦୁଃଖରେ ଭାଙ୍ଗି ପଡ଼ିଲି । ମୁଁ ସେମାନଙ୍କୁ ପଚାରିଲି କଣ ହୋଇଛି ଘଟଣା ।ସେମାନେ ମୋତେ ଦେଖି ବହୁତ କାନ୍ଧିଲେ ଓ କହିଲେ ଏତେଦିନ ଧରି କୁଆଡ଼େ ଥିଲୁରେ ମୁଁ କହିଲି ଆମ ଘରକୁ ଯାଇଥିଲି । ମୁଁ ବି ସେଠି ବହୁତ କାନ୍ଧିଲି ସେମାନଙ୍କୁ ନେଇ ମୋ ଭଡ଼ା ଘରରେ ରହୁଥିବା ରୁମୁରେ ରଖିଲି ।କର୍ମ କ୍ଷେତ୍ରରେ ମୋର ଅଳ୍ପ ରୋଜଗାର କରୁଥାଏ। ସେହି ପଇସା ଆମ ଘରକୁ କିଛି କିଛି ଦେଉଥାଏ ଓ ମୁଁ ରହୁଥିବା ବୁଢ଼ା ଓ ବୁଢ଼ୀଙ୍କ ପିଛାରେ ଖର୍ଚ୍ଚ କରୁଥାଏ । କିଛିଦିନ ଏମିତିରେ ବିତିଗଲା ।ସେମାନେ ମୋତେ କହିଲେ ପୁଅ ତୁ ବହୁତ ପରିଶ୍ରମ କରୁଛୁ ।ଆମକୁ କାହିଁକି ଅନାଥ ଆଶ୍ରମରେ ଛାଡ଼ି ଦେଉନୁ ।ମୁଁ ଭାଙ୍ଗି ପଡ଼ିଲି ।ଓ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କଲି ଯେଉଁ ବାପ ଓ ମା ମାନେ ବୁଢା,ବୁଢ଼ୀ ବେଳେ ଟିକେ ଭଲରେ ରହିବେ ବୋଲି ପୁଅ ଜନ୍ମ କରିଥିଲେ ।ସେହି ପୁଅ ଆଜି ତାଙ୍କୁ ଘରୁ ବାହାର କରିଦେଇଛି । ଏହାପରେ ରାତିରେ ଶୋଇବାକୁ ଗଲୁ। କିନ୍ତୁ ରାତି ଅଧରେ ସେମାନେ ମୋତେ ଛାଡି ଦେଇ ଅନାଥ ଆଶ୍ରମକୁ ଚାଲି ଯାଇଥିଲେ । ମୁଁ ସେମାନଙ୍କୁ ଖୋଜିବାରୁ ପାଖରେ ଥିବା ବୃଦ୍ଧା ଆଶ୍ରମରେ ମିଳିଲେ । କିନ୍ତୁ ସେମାନଙ୍କୁ ଯେତେ ଡାକିଲି ସେମାନେ ମୋ ସାଥେ ଆସିଲେନି।ଶେଷରେ ମୁଁ କୋଲକାତା ମାଟିକୁ ସବୁଦିନ ପାଇଁ ଛାଡିଦେଲି ।ମଝି ମଝିରେ ସେହି ବୁଢ଼ା ଓ ବୁଢ଼ୀ ଫୋନ କରି ମୋ ଭଲ ମନ୍ଦ ବୁଝନ୍ତି ଓ ମୁଁ ବି ସେମାନଙ୍କ ଫୋନ କରି ଭଲ ମନ୍ଦ ବୁଝେ ।କିନ୍ତୁ ଦୁଃଖର ବିଷୟ ଆଜିଯାଏ ବି ସେହି ବୁଢ଼ା ,ବୁଢ଼ୀ

ବୃଦ୍ଧା ଆଶ୍ରମ ରେ ଅଛନ୍ତି। ତାଙ୍କ କୁଳାଙ୍ଗର ପୁଅ ସେମାନଙ୍କୁ ତାଙ୍କ ଘରକୁ ନେଇନାହିଁ ।

ମୋ ମତରେ:- କଥାରେ ଅଛି ଯେମିତି କର୍ମକୁ ସେମିତି ଫଳ ।ଅପେକ୍ଷା କର ସେହି ପୁଅ ଓ ବୋହୂ କିଛିଦିନ ପରେ ତୁମର ବି ସମୟ ଆସିବ ।ଏହି ଅବସ୍ଥା ।ନିଜ ଜନ୍ମିତ ପୁଅ ପାଖରେ ।

◆ କେ.ନିର୍ମଳ

◆ ଭଦ୍ରକ, ବାସୁଦେବପୁର (ଜଗନ୍ନାଥି)

◆ ମୋବାଇଲ୍:- ୯୫୬୬୧୧୩୬୦୭

◆ Gmail:- nirmaln270@gmail.com


Rate this content
Log in

Similar oriya story from Tragedy