Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trushna Das

Tragedy Crime Thriller

4.5  

Trushna Das

Tragedy Crime Thriller

ପ୍ରତାରଣା

ପ୍ରତାରଣା

7 mins
214


ଆଜି ଆଶାଙ୍କର ବାହାଘର।କନ୍ୟା ବେଶରେ ସଜ୍ଜିତ ହୋଇ ବସିଛନ୍ତି।ଆଶା ଏମିତି ବି ଦେଖିବାକୁ ବହୁତ ସୁନ୍ଦର। ଏବେ ସଜ ହେଲା ପରେ ସ୍ୱର୍ଗର ପରୀଟିଏ ପରି ଦିଶୁଛନ୍ତି। ହଠାତ୍ ବାପାଙ୍କ ପାଟି ଶୁଭିଲା... ସେ ଭୋ ଭୋ ହୋଇ କାନ୍ଦୁଛନ୍ତି। କହୁଛନ୍ତି ମୋ ଝିଅକୁ ଏବେ କିଏ ବିବାହ କରିବ। ଆଶା ପାଖକୁ ଯାଇ ଶୁଣିବାକୁ ପାଇଲେ ଯେ ପୁଅଘର ଖବର ପଠାଇଛନ୍ତି ଯେ ପୁଅ ଗତ କାଲି ରାତିରେ ତା ପ୍ରେମିକାକୁ ଲୁଚି ବିବାହ କରିସାରିଛି ତ ଏ ବିବାହ ଆଉ ହେବ ନାହିଁ। 


ଏହା ଶୁଣି ଆଶା ପୁରା ଚୁପ।ଆଖିରୁ ଲୁହ ଝର ଝର ହୋଇ ବହି ଯାଉଛି....ପାଟିରୁ କଥା ବାହାରୁ ନାହିଁ। ବନ୍ଧୁ ବାନ୍ଧବ ଦୁନିଆ କଥା କହିବା ଆରମ୍ଭ କରିଲେଣି ।


ଠିକ ଏତିକି ବେଳେ ଜମିଦାର ବାବୁ ଆସି ପହଞ୍ଚିଛନ୍ତି।ସେଇଠି ଲୋକଙ୍କ କଥା ଶୁଣି ସିଏ ସମସ୍ତଙ୍କୁ ପାଟି କରି କହିଛନ୍ତି ଏଥିରେ ଆଶା ଆଉ ତା ବାପାଙ୍କ କଣ ଦୋଷ। ବାକି ରହିଲା ଆଶାର ବିବାହ। ଯଦି ଆଶା ଆଉ ତା ବାପା ରାଜି ହୁଅନ୍ତି ତେବେ ମୁଁ ଆଶାକୁ ବିବାହ କରିବି। 


ସେତେବେଳେ ଆଶା ଆଉ ତା ବାପା ପାଇଁ ଜମିଦାର ବାବୁ ଦେବ ଦୂତ ଭାବେ ଆସିଥିଲେ। ଜମିଦାର ବାବୁ ଆଗରୁ ବିବାହିତ ଥିଲେ। ତାଙ୍କର ଗୋଟିଏ ଚାରି ବର୍ଷର ଝିଅ।ତାଙ୍କର ପ୍ରଥମ ସ୍ତ୍ରୀ ସିଡିରୁ ଖସି ପଡି ଛଅ ମାସ ତଳେ ମରି ଯାଇଛନ୍ତି। ଜମିଦାର ବାବୁ ଆଶା ଠାରୁ ପନ୍ଦର ବର୍ଷ ବଡ଼। ହେଲେ ଏମିତି ସମୟରେ ସେ ବିବାହ ପାଇଁ ପ୍ରସ୍ତାବ ଦେବାରୁ ଆଶାଙ୍କ ବାପା ପାଇଁ ସେ ଭଗବାନ ସଦୃଶ। ଆଶାଙ୍କ ବାପା ଏ ବାହାଘର ପାଇଁ ରାଜି ହୋଇ ଗଲେ।ଆଶା ଓ ଜମିଦାର ବାବୁଙ୍କ ବିବାହ ହୋଇ ଗଲା।


ଆଶା ଛୋଟ ବେଳୁ ଜମିଦାର ବାବୁଙ୍କୁ ବହୁତ ଡରୁ ଥିଲେ ଏବଂ ସମ୍ମାନ ଦେଉଥିଲେ। ଆଜି ସେଇ ଜମିଦାର ବାବୁ ତାଙ୍କର ସ୍ୱାମୀ। 


ବାସର ରାତି ଆଶା ଜମିଦାରଙ୍କୁ ଅପେକ୍ଷା କରି ବସିଛନ୍ତି। ଜମିଦାର ବାବୁ ମଧ୍ୟ ଠିକ ସମୟରେ ଆସିଲେ। ଆଶାଙ୍କୁ କହିଲେ ତୁମର ଆଉ କାହା ସହିତ ବିବାହ ହେବାକୁ ଥିଲା। ହେଲେ ପରିସ୍ଥିତି ଏମିତି ହେଲା ଯେ ମୋ ସହ ତୁମର ବିବାହ ହୋଇଛି। ତୁମେ ଏ ବିବାହରେ ଖୁସି ତ। ମୁଁ ତୁମକୁ ବିବାହ ତୁମ ବାପାଙ୍କ ସମ୍ମାନ ରକ୍ଷା କରିବା ପାଇଁ ଏବଂ ମୋ ଝିଅକୁ ମାଆର ସ୍ନେହ ମିଳିବା ପାଇଁ କଲି।ଯଦି ତୁମେ ଏ ବିବାହରେ ଖୁସି ତେବେ ଆମେ ଏ ସମ୍ପର୍କକୁ ବଢାଇବା ନ ହେଲେ ମୁଁ ତୁମକୁ ଛୁଇଁବି ଭି ନାହିଁ। 


ଏ କଥା ଶୁଣି ଆଶାଙ୍କର ଆଖିରୁ ଲୁହ ବହି ଗଲା। ଲାଗିଲା ଯେମିତି ଜମିଦାର ବାବୁ ଜଣେ ଦେବତା। ସେ ନମ୍ର ସ୍ୱରରେ ଲାଜେଇ ଯାଇ ମୁଁ ଏ ବିବାହରେ ଖୁସି କହି ଜମିଦାର ବାବୁଙ୍କ ସହ ବିବାହ ସମ୍ପର୍କକୁ ଆଗକୁ ବଢାଇଛନ୍ତି। 


ଆଶା ଜମିଦାର ବାବୁ, ଜମିଦାର ବାବୁଙ୍କ ଝିଅ ବିଧି, ଏବଂ ଜମିଦାର ବାବୁଙ୍କ ମାଆଙ୍କ ସହ ବେଶ ହସଖୁସିରେ ଘର ସଂସାର କରିଛନ୍ତି। ଆଶା ଆଉ ବିଧିକୁ ଦେଖିଲେ କେହି କହିବେନି ଯେ ଆଶା ତାର ସାବତ ମାଆ ବୋଲି। ଆଶା ତାକୁ ବହୁତ ଭଲ ପାଉଥିଲେ ଏବଂ ବିଧି ମଧ୍ୟ ଆଶାଙ୍କୁ ତା ନିଜ ମାଆ ଭାବି ବହୁତ ଭଲ ପାଉଥିଲା। ଝିଅର ହସଖୁସିର ଘର ସଂସାର ଦେଖି ଆଶାର ବାପା ବହୁତ ଖୁସି। 


କିଛି ମାସ ଗଲା ପରେ ଜମିଦାର ବାବୁ ଆଉ ଆଶାଙ୍କ ଠାରୁ ଦୂରେଇ ରହିବାକୁ ଲାଗିଲେ। ବ୍ୟସ୍ତ ଅଛନ୍ତି କହି ବେଶୀ ଆଶାଙ୍କ ସହ ଆଗ ଭଳି ସମୟ ବିତାଇଲେ ନାହିଁ।ସେ କେବେ ଆଶାଙ୍କ ପାଖକୁ ଆସନ୍ତି।ଆଶା ନିଜ ମନକୁ ବୁଝାଉଥାନ୍ତି ଯେ ବ୍ୟବସାୟରେ ବ୍ୟସ୍ତ ରହୁଥିବାରୁ ତାଙ୍କ ସ୍ୱାମୀ ଜମିଦାର ବାବୁ ତାଙ୍କ ସହ ସମୟ ବିତାଉ ନାହାଁନ୍ତି। 


ତାପରେ ଆଶାଙ୍କ ଜୀବନରେ ସବୁଠାରୁ ଖୁସିର ଲହରୀ ଆସିଲା ଯେ ସେ ମାଆ ହେବାକୁ ଯାଉଛନ୍ତି। ଏ କଥା ସେ ଜମିଦାର ବାବୁଙ୍କୁ ଜଣାଇଲେ। ହେଲେ ସେ ଜମିଦାର ବାବୁଙ୍କ ମୁହଁରେ ସେ ଖୁସି ଦେଖିବାକୁ ପାଇଲେ ନାହିଁ।


ଏବେ ଜମିଦାର ବାବୁ ଗାଁରେ ଜମିଦାର କାମ ନିଜ ମ୍ୟାନେଜର ହାତରେ ଦେଇ ସହରରେ ନୂଆଁ ବ୍ୟବସାୟ ଆରମ୍ଭ କରିଛନ୍ତି କହି ସହରରେ ରହିବାକୁ ଲାଗିଲେ। ସପ୍ତାହ ଦୁଇ ସପ୍ତାହକୁ ଥରେ ଗାଁକୁ ଆସିଲେ।କାମ କଥା ବୁଝି, ଟିକିଏ ଝିଅ ବିଧି ସହ ସମୟ କାଟି ରାତିରେ ଠକି ଶୋଇ ଯାଆନ୍ତି। ଭର ସକାଳୁ ଉଠି ସହରକୁ ଯିବା ସମୟରେ ଆଶାଙ୍କୁ କେବଳ କଣ ଦରକାର ଅଛି ମ୍ୟାନେଜର ହାତରେ ମଗେଇ ନେବ କହି ପଳାନ୍ତି। ଆଶାଙ୍କୁ ଲାଗିଲା ଯେମିତି ଜମିଦାର ବାବୁ ନିଜ ସ୍ତ୍ରୀ ନୁହଁ ବରଂ ଗାଁର ଆଉ କାହା ସ୍ତ୍ରୀ ସହ କଥା ହେଉଛନ୍ତି। ଶାଶୁ ଓ ତାଙ୍କ ବାପା ତାଙ୍କୁ ବୁଝାଇ କୁହନ୍ତି ଯେ ଘର ସଂସାର କରିଛୁ। ସେ ପୁରୁଷ ଲୋକ.... ବ୍ୟବସାୟରେ ବ୍ୟସ୍ତ ରହୁଛନ୍ତି। ସେ ଯେ ଟଙ୍କା ଉପାର୍ଜନ କରୁଛନ୍ତି କାହା ପାଇଁ.... ତାଙ୍କ ସ୍ତ୍ରୀ ଓ ପିଲା ପାଇଁ ନା।ଆଶା ବି ସେଇଆ ଭାବି ନିଜ ମନକୁ ବୁଝାଇ ନିଅନ୍ତି। 


ଦିନେ ଆଶାଙ୍କ ବାପା ସହରକୁ ଯାଇଥାନ୍ତି। ହଠାତ୍ ତାଙ୍କର ଫୋନ ଆଶା ପାଖକୁ ଆସିଲା। ସେ କଣ କହିବାକୁ ଚାହୁଁଥିଲେ ହେଲେ କହି ପାରିଲେ ନାହିଁ।ତା ପରେ ବାପାଙ୍କ ମୋବାଇଲ ଫୋନ ସୁଇଚ୍ ଅଫ ଆସିଲା। ଆଶା ସାନ ଭଉଣୀ ନିଶାକୁ ଫୋନ କରି ପଚାରିଲେ ଯେ ସେ ବାପାଙ୍କ ବିଷୟରେ କିଛି ଜାଣିଛନ୍ତି କି? ହେଲେ ନିଶା ବି କହିଲା ନା ସେ ଜାଣି ନାହିଁ। ରାତି ଦଶଟା ପାଖାପାଖି ଆମ୍ବୁଲାନ୍ସରେ ଆଶାଙ୍କ ବାପାଙ୍କ ମର ଶରୀର ଓ ତାଙ୍କ କିଛି ଜିନିଷ ପୋଲିସ ଆଣି ଆଶାଙ୍କ ଘରେ ପହଞ୍ଚିଲା। ସାଙ୍ଗରେ ଜମିଦାର ବାବୁ ବି ଆସିଥିଲେ ଏବଂ କହିଲେ ଫୋନରେ ବାପା କଥା ହୋଇ ରାସ୍ତା ପାର ହେଉଥିବା ସମୟରେ ଟ୍ରକ ତାଙ୍କୁ କୁଟିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଗଲା। ମୋତେ ମୋ ସାଙ୍ଗ ଜଣେ ଫୋନ କରି ଏ ବିଷୟରେ କହିବାରୁ ମୁଁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ବାପାଙ୍କ ମର ଶରୀରକୁ ନେଇ ଆସାଲି।ଏହା ଶୁଣି ଆଶା ଅଚେତ ହୋଇଗଲେ।ଡାକ୍ତର ଆସି ଆଶାଙ୍କ ଚିକିତ୍ସା କରି କହିଲେ ସେ ବହୁତ ଦୁର୍ବଳ ଅଛନ୍ତି। ବାପାଙ୍କ ମୃତ୍ୟୁ ତାଙ୍କୁ ଆଘାତ ଦେଇଛି। ଗର୍ଭବତୀ ସମୟରେ ଏମିତି ଦୁର୍ବଳ ହେଲେ ମାଆ ଆଉ ଛୁଆ ପାଇଁ ବିପଦ। ଜମିଦାର ବାବୁ ଆଶାଙ୍କ ଭଉଣୀ ନିଶାକୁ ଆଶା ପାଖରେ ରହିବାକୁ କହିଲେ। ପୁଅ ନ ଥିବାରୁ ଆଶାଙ୍କ ବାପାଙ୍କ ଶୁଦ୍ଧି କର୍ମକ୍ରିୟା ସବୁ ଜମିଦାର ବାବୁ କଲେ।ଆଶା ପୁଣି ଭାବିଲେ ବାପା ଠିକ କହୁଥିଲେ ବ୍ୟବସାୟ ବ୍ୟସ୍ତତା ପାଇଁ ସେ ମୋର ଧ୍ୟାନ ରଖି ପାରୁ ନ ଥିଲେ ।ହେଲେ ସେ କେତେ ଭଲ। 


ନିଶା ଏବେ ଆଶାଙ୍କ ପାଖରେ ରହୁଛି। ଆଶାଙ୍କ ଶାଶୁଙ୍କ ଦେହ ଭି ଭଲ ରହୁ ନାହିଁ। ପୁଣି ବିଧି ଛୋଟ ଛୁଆଟିଏ.... ଆଶାଙ୍କର ଗର୍ଭ ଛଅ ମାସ ହୋଇଗଲାଣି।ସେ ଘର କାମ କରି ପାରୁ ନାହାନ୍ତି। ନିଶା ବି ବାପା ଯିବା ପରେ ଏକା। ସେଥିପାଇଁ ଜମିଦାର ବାବୁ ନିଶାକୁ ତାଙ୍କ ଘରେ ରହିବାକୁ କହିଛନ୍ତି। ଜମିଦାର ବାବୁ ବି ସପ୍ତାହରେ ଦୁଇ ତିନି ଥର ଘରକୁ ଆସି ଘର କଥା ଓ ଆଶା କଥା ବୁଝି ଯାଆନ୍ତି। ନିଶା ଆଶାଙ୍କୁ କୁହେ ଦିଦି ଭାଗ୍ୟରେ ଥିଲେ ଏମିତି ଜୀବନ ସାଥୀ ମିଳେ। 


ଆଶାଙ୍କ ଶାଶୁ ଝିଆରୀ ବାହାଘର ପାଇଁ ସମ୍ପର୍କୀୟ ଘରକୁ ଯାଇ ଥାଆନ୍ତି। ଆଶାଙ୍କ ଦେହ ହଠାତ୍ ଭଲ ନ ଲାଗିବାରୁ ସେ ମ୍ୟାନେଜରକୁ କହି ଗାଡି ଡାକିଛନ୍ତି। ବିଧିର ଦେହ ଭଲ ନ ଥାଏ ତେଣୁ ନିଶାକୁ ବିଧି ପାଖରେ ଛାଡି ସେ ସହରକୁ ଗଲେ। ଜମିଦାର ବାବୁଙ୍କ ଫୋନ ବି ଲାଗୁ ନ ଥାଏ। 


ଆଶା ଡାକ୍ତରଙ୍କୁ ଦେଖାଇ ଆସୁଥିବା ସମୟରେ ତାଙ୍କର ମନେ ପଡିଲା ଯେ ଦୁର୍ଘଟଣାରେ ଭାଙ୍ଗି ଯାଇଥିବା ବାପାଙ୍କ ମୋବାଇଲଟାକୁ ନିଶା ସହରରେ ଚିହ୍ନା ଦୋକାନରେ ଦେଇଛି।ତେଣୁ ସେ ସେଇ ମୋବାଇଲ ଦୋକାନକୁ ମୋବାଇଲ ନେବାକୁ ଗଲେ। 


ସେଇ ଦୋକାନରେ ତାଙ୍କ ପ୍ରଥମେ ବାହାଘର ଠିକ ହୋଇ ଥିବା ପିଲା ସହ ଦେଖା ହେଲା। ସେ ଆଶାଙ୍କୁ ପଚାରିଲେ ତୁମେ ଠିକ ଅଛ ତ। 

ସେ କହିଲେ ମୁଁ ସେଦିନ ଘଟଣା ପାଇଁ ଅନୁତପ୍ତ।ମୁଁ ଜାଣିଶୁଣି ବାହାଘର ଭାଙ୍ଗି ନ ଥିଲି କି ମୁଁ ବିବାହିତ ବି ନୁହଁ।ବାହାଘର ଆଗଦିନ ରାତିରେ ଜମିଦାର ବାବୁ ମୋ ଭଉଣୀକୁ ଊଠାଇ ନେଇ କହିଲେ ଏ ବାହାଘର ଶେଷ ମୁହୂର୍ତ୍ତରେ ନ ଭାଙ୍ଗିଲେ ସେ ମୋ ଭଉଣୀକୁ ମାରି ଦେବେ। ସେଥିପାଇଁ ଆମେ ବାଧ୍ୟ ହୋଇ ବାହାଘର ଭାଙ୍ଗିଲୁ।ପରେ ଜାଣିଲି ତୁମେ ଜମିଦାର ବାବୁଙ୍କୁ ବିବାହ କରିଲ। ହେଲେ ସତ କଥା ସହରରେ ତାଙ୍କର ପ୍ରେମିକା ଅଛନ୍ତି....ତା ଠାରୁ ତାଙ୍କର ଗୋଟିଏ ଝିଅ ଅଛି। ଜମିଦାର ବାବୁଙ୍କ ମାଆ ତାଙ୍କ ପ୍ରେମିକାକୁ ଗ୍ରହଣ ନ କରିବାରୁ ସେ ଗାଁରେ ପ୍ରଥମେ ଜଣଙ୍କୁ ଓ ପରେ ତୁମକୁ ବିବାହ କରିଛନ୍ତି।ଆଶା କହିଛନ୍ତି ନା ତୁମେ ମିଛ କହୁଛ ନା।ସେ ପିଲା କହିଛନ୍ତି ନା ସେ ତାଙ୍କ ସହରରେ ଥିବା ଘରେ ତାଙ୍କ ପ୍ରେମିକା ସହ ରୁହନ୍ତି ଏବଂ ସୁନ୍ଦର ଝିଅମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବା ତାଙ୍କର ଅଭ୍ୟାସ।ମୋତେ କ୍ଷମା କରିବ ସବୁ ଜାଣି କି ବି ମୁଁ ତୁମକୁ ରକ୍ଷା କରି ପାରିଲି ନାହିଁ। ଏବେ ମୁଁ ଅନୁତାପ ନିଆଁରେ ଜଳୁ ଥିବାରୁ ତୁମକୁ ସବୁ କହି ଦେଲି। 


ତାପରେ ଆଶା କିଛି ନ କହି କାନ୍ଦି କାନ୍ଦି ଗାଡ଼ିରେ ବସିଲେ ଏବଂ ଡ୍ରାଇଭରକୁ ଜମିଦାର ବାବୁଙ୍କ ସହରରେ ଥିବା ଘରକୁ ନେବାକୁ କହିଲେ। ତାଙ୍କ ସ୍ୱାମୀ ପ୍ରତାରଣା କରିଛନ୍ତି ବୋଲି ସେ ବିଶ୍ୱାସ କରି ପାରୁ ନାହାଁନ୍ତି। ବାପାଙ୍କ ମୋବାଇଲ ଖୋଲିଲା ବେଳକୁ ଦେଖିଲେ କେମିତି ଜମିଦାର ବାବୁ ତାଙ୍କ ବାପାଙ୍କୁ ଗାଡି ସାମନାକୁ ଠେଲି ମାରି ଦେଲେ। ବୋଧେ ବାପାଙ୍କ ମରିବା ସମୟରେ ମୋବାଇଲରେ ଆପେ ରେକର୍ଡିଂ ହୋଇ ଯାଇଥିଲା। ଏହା ଦେଖି ଆଶା ପୁରା ଭାଙ୍ଗି ଗଲେ। ଯିଏ ତାଙ୍କ ପାଇଁ ଦିନେ ଦେବତା ଥିଲେ ସେ ଯେ ରାକ୍ଷସ ତାହା ତାଙ୍କ ଭାଙ୍ଗି ଚୁରମାର କରି ଦେଲା। 


ସହରରେ ଥିବା ଘରକୁ ଯାଇ ଦେଖିଲେ ଯେ ସେ ପିଲା ଯାହା କହିଥିଲା ପୁରା ସତ। ଜମିଦାର ବାବୁ ତାଙ୍କ ପ୍ରେମିକା ସହ ଅନୈତିକ ଅବସ୍ଥାରେ ଅଛନ୍ତି ଶୋଇବା ଘର ଭିତରେ ଏବଂ ତାଙ୍କ ଝିଅଟି ବାହାରେ ଖେଳୁଛି। 


ଏହା ଦେଖି ଆଶା ଜମିଦାର ବାବୁଙ୍କ ଉପରକୁ ହାତ ଉଠାଇଛନ୍ତି। ଜମିଦାର ବାବୁଙ୍କ ମୁଖଟା ତାଙ୍କ ଆଗରେ ଖୋଲି ଗଲା।ଜମିଦାର ବାବୁଙ୍କ ପ୍ରତାରଣା ତାଙ୍କ ସାମନାକୁ ଆସି ଗଲା। ଜମିଦାର ବାବୁ ଖରାପ ଭାଷାରେ ଆଶାଙ୍କୁ ଗାଲି କଲେ।ସେ କହିଲେ ସେ ଆଶାଙ୍କ ସୁନ୍ଦରତା ପାଇଁ ଏବଂ ଗୋଟିଏ ପୁତ୍ର ସନ୍ତାନ ପାଇଁ ବିବାହ କରିଥିଲେ। ତାଙ୍କ ମାଆ ତାଙ୍କ ପ୍ରେମିକାକୁ ବୋହୂ ରୂପରେ ଗ୍ରହଣ କରିଲେ ନାହିଁ। ବାଧ୍ୟ ହୋଇ ପ୍ରଥମେ ସେ ତାଙ୍କ ପ୍ରଥମ ସ୍ତ୍ରୀକୁ ବିବାହ କଲେ। ହେଲେ ତାର ବି ଝିଅ ହେଲା। ତାପରେ ତାଙ୍କ ପ୍ରଥମ ସ୍ତ୍ରୀ ସବୁ କଥା ଜାଣି ସାରିଲା ପରେ ତାଙ୍କ ମାଆଙ୍କୁ କହିବାକୁ ଯିବା ସମୟରେ ଜମିଦାର ବାବୁ ତଙ୍କୁ ସିଡିରୁ ଠେଲି ମାରି ଦେଲେ।ଆଶାଙ୍କ ବାପା ଜମିଦାର ବାବୁ ଗାଁକୁ ନ ଯିବାରୁ ସହରକୁ ଆସି ସବୁ ଜାଣି ଗଲେ। ସେଥିପାଇଁ ତାଙ୍କୁ ବି ମାରି ଦେଲେ।


ଜମିଦାର ବାବୁ କହିଲେ ତାଙ୍କର ବହୁତ ଝିଅ ସହ ଶାରୀରିକ ସମ୍ପର୍କ ଅଛି। ସୁନ୍ଦର ଝିଅଙ୍କୁ ସେ ଉପଭୋଗ କରିବାକୁ ଭଲ ପାଆନ୍ତି। ଏବେ ତାଙ୍କ ନଜରରେ ଆଶାଙ୍କ ଭଉଣୀ ନିଶା।ସେଥିପାଇଁ ତ ସେ ନିଶାକୁ ନିଜ ଘରେ ରଖିଛନ୍ତି। 


ଆଶା ତାଙ୍କୁ ଧିକ୍କାର କରି ଗାଳି ଦେଇ କହିଲେ ମୁଁ ଏମିତି କେବେ ତୁମକୁ କରିବାକୁ ଦେବି ନାହିଁ। 


ଜମିଦାର ବାବୁ କହିଲେ ନିଶାର ଶୋଇବା ରୁମରେ ସିସିଟିଭି କ୍ୟାମେରା ଅଛି। ଏବଂ ନିଶା ଡ୍ରେସ ବଦଳାଇବା, ଶୋଇବା ସମୟର ଭିଡିଓ ଅଛି। କଥା ନ ମାନିଲେ ସେ ବାହାରେ ସେ ଭିଡିଓ ଛାଡ଼ି ଦେବେ ବୋଲି କହିଛନ୍ତି।ବାଧ୍ୟ ହୋଇ ଆଶା ଚୁପ ହୋଇ ଯାଇଛନ୍ତି। 


ଜମିଦାର ବାବୁ ଆଶା ସହ ଗାଁକୁ ଆସିଛନ୍ତି ଏବଂ ଏବେ ସେ ଗାଁରେ ରହିଛନ୍ତି। ଆଶାକୁ କେତେ ବେଳେ ବି ନିଶା ପାଖରେ ଏକୁଟିଆ ଛାଡ଼ି ନାହାନ୍ତି। ଆଶା ନିଶାକୁ କିଛି କହି ପାରୁ ନାହାନ୍ତି। ଦିନକୁ ଦିନ ଆଶାଙ୍କ ଦେହ ଖରାପ ହେବାକୁ ଲାଗିଛି। 


ପ୍ରସବ ସମୟ ପାଖେଇଲାଣି। ଶାଶୁଙ୍କୁ ହଠାତ୍ ସମ୍ପର୍କୀୟଙ୍କ ଶୁଦ୍ଧ କାମକୁ ଯିବାକୁ ପଡ଼ିଲା। ଜମିଦାର ବାବୁଙ୍କୁ ସୁବର୍ଣ୍ଣ ସୁଯୋଗ ମଳିଗଲା ନିଜ ଇଚ୍ଛା ପୁରଣ କରିବା ପାଇଁ। ଆଶାଙ୍କ ଟିକେ ଟିକେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା। ସେ ଶୋଇ ଥିଲେ। ନିଶା ଆଶାଙ୍କୁ ଔଷଧ ଦେଇ ନିଜ ରୁମକୁ ଯାଇ ଥାନ୍ତି। ଜମିଦାର ବାବୁ ଆଶାଙ୍କୁ ବାହାରୁ କବାଟ ବନ୍ଦ କରି ଦେଇ ନିଶା ରୁମକୁ ଯାଇ କବାଟ ବନ୍ଦ କରି ଦେଲେ। ନିଶା ଯେତେବେଳେ ଜମିଦାର ବାବୁଙ୍କ ଉଦ୍ଦେଶ୍ୟ ଜାଣି ପାରିଲା ସେ ନିଜକୁ ବଞ୍ଚାଇବା ପାଇଁ ଚିତ୍କାର କରିଛନ୍ତି। ଚିତ୍କାର ଶୁଣି ଆଶା ବହୁତ କଷ୍ଟରେ ବାହାରକୁ ଯିବା ପାଇଁ ଉଠିଛନ୍ତି, ହେଲେ କବାଟ ବନ୍ଦ ଅଛି। ସେ ବି ବଞ୍ଚାଅ ବଞ୍ଚାଅ ପାଟି କରିବାରୁ ଆଉ ଗୋଟିଏ ରୁମରେ ଶୋଇଥିବା ବିଧିର ନିଦ ଭାଙ୍ଗିଲା। ସେ ଆସି ଆଶାଙ୍କ କବାଟ ଖୋଲି ଦେଲା। ଆଶା ଠିକ କି ଚାଲି ପାରୁ ନ ଥିଲେ....ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା। ବହୁତ କଷ୍ଟରେ ଆଶା ବାହାରେ ଥିବା ନିଶାର ମୋବାଇଲରୁ ପୋଲିସକୁ ଫୋନ କରି ଡାକୁଛନ୍ତି। ନିଶା ବି ବହୁତ କଷ୍ଟରେ ନିଜକୁ ବଞ୍ଚାଇ କବାଟ ଖୋଲିଛି। ନିଶା ଦୌଡ଼ି ଯାଉଥିବା ସମୟରେ ଜମିଦାର ବାବୁ ପାଗଳ ପରି ତା ପଛରେ ପଡିଛନ୍ତି। ଶେଷରେ ଆଶା ଜମିଦାର ବାବୁଙ୍କୁ ଅଟକାଇବା ପାଇଁ ଏବଂ ନିଜର ସାନ ଭଉଣୀକୁ ବଞ୍ଚାଇବା ପାଇଁ ଜମିଦାରଙ୍କ ପେଟରେ ଛୁରୀ ମାରିଛନ୍ତି। ଜମିଦାର ବାବୁ ତଳେ ପଡି ଯାଇଛନ୍ତି। ଆଶାଙ୍କ ମୁହଁ ରକ୍ତ ଛୀଟାରେ ଲାଲ୍। ଯେମିତି ମାଆ ଦୁର୍ଗା ପାପ ନାଶ କରିବାକୁ ଆଶା ରୂପରେ ଆସିଛନ୍ତି। ଠିକ ସେହି ସମୟରେ ପୋଲିସ ଆସି ପହଞ୍ଚିଛି.... ଏବଂ ଆଶା ଜୋର ସ୍ୱରରେ କହିଛନ୍ତି ଦେଖନ୍ତୁ ଏ ମୋ ସ୍ୱାମୀ ଜମିଦାର ବାବୁ..... ପାପରେ ଭରପୁର। ଏତିକି କହି ସେ ଅଚେତ ହୋଇ ଗଲେ। 



ଆଶାଙ୍କ ଚେତା ଆସିଲା ବେଳକୁ ଆଶା ଡାକ୍ତରଖାନାରେ। ତାଙ୍କର ଗୋଟିଏ ସୁନ୍ଦର ପୁତ୍ର ସନ୍ତାନ ହୋଇଛି। ନିଶା,ଶାଶୁ,ବିଧି ସବୁ ତାଙ୍କ ପାଖରେ ଥାଆନ୍ତି। ନିଶା କହିଲା ଜମିଦାର ବାବୁ ଠିକ ଅଛନ୍ତି। ତାଙ୍କୁ ପୋଲିସ ଡାକ୍ତରଖାନାରେ ଚିକିତ୍ସା କରାଇ ଗିରଫ କରି ନେଇ ଯାଇଛି। ଶାଶୁ କହିଲେ କାଲି ରାତିର ସବୁ କଥା ମୁଁ ଶୁଣିଛି। ତୁ ଯାହା କଲୁ ପୁରା ଠିକ କରିଛୁ। ଆଶା ଘରକୁ ଗଲା ପରେ ପୋଲିସ ଆସି ଆଶାଙ୍କ ଠାରୁ ସବୁ ପ୍ରମାଣ ନେଇ ଗଲା। ଏବେ ଜମିଦାର ବାବୁ ଜେଲରେ ରହି ନିଜ କର୍ମଫଳ ଭୋଗୁଛନ୍ତି।


Rate this content
Log in

Similar oriya story from Tragedy