Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samikshya Rana

Abstract Others

3.5  

Samikshya Rana

Abstract Others

ଆଶା

ଆଶା

2 mins
393


ବୁଢୀ ଦିଅଁଙ୍କୁ ମୁଣ୍ଡିଆ ମାରି ଉଠିଲା। ସମସ୍ତଙ୍କ ମଙ୍ଗଳ ମନାସୀ ଭୋଗଥାଳ ଧରି ବାହାରିଲା। ଆଜି ବହୁତ ଡେରି ହେଲାଣି ତେଣେ ପୁଅ ର ଅଫିସ୍ ଯିବାକୁ ଡେରି ହେଇଯିବ।ସଅଳ ପାଦ ପକେଇଲା। ହେଲେ ଏ ବୟସ କଣ ମାନୁଛି, ଦେହର ବଳ ବି କମି ଗଲାଣି। ନା ଆଜି ସେ ପୁଅକୁ ଜମା ଛାଡିବନି, ଯେମିତି ହେଲେ ରାଜି କରିବ। ସବୁବେଳେ ବାହାଘର କଥା କହିଲେ ଟାଳି ଦେଉଛି। ଭାବି ଭାବି ଘର ପହଞ୍ଚିଲା ବେଲକୁ ପୁଅ ନିଜେ ଖାଇପିଇ ଅଫିସ୍ ବାହାରିଲାଣି। ପୁଅ ମୁଣ୍ଡରେ ହାତ ବୁଲାଇ ଆଣି ବୁଢୀ କହିଲା ମୋ ବାପା କେତେ କାମ କଲାଣି। ପୁଅ ଅଫିସ୍ ବାହାରିଗଲା ଏଣେ ବୁଢୀ ଏପଟସେପଟ ହଉଛି କେତେବେଳେ ସଂଜ ହବ ଆଉ ପୁଅ ଆସିଲେ ତା ମନଲାଖି ପାତ୍ରୀ କଥା କହିବ। ହଁ ସେ ଜାଣିଛି ସେ ଯୋଉ ମହାପାତ୍ର ବାବୁ ତାଙ୍କ ଝିଅ ଦେବୀ ରୂପର ଆଉ ଗୁଣର ବି। ପୁଅକୁ ଭଲ ମାନିବ ପୁରା ଶିବପାର୍ବତୀ ଯୋଡି। ଆଉ ସବୁ ପ୍ରସ୍ତାବ ସିନା ପୁଅ ଆଡେଇ ଦିଏ ହେଲେ ଏଇ ପ୍ରସ୍ତାବରେ ନିଶ୍ଚିତ ରାଜି ହେବ। ସଂଜ ହେଲା ପୁଅ ଆସିଲା ବୁଢୀ ପୁଅକୁ ପାଖରେ ବସେଇ କହିଲା ଦେଖ୍ ବାପା ମୋ ବୟସ ବଢ଼ିଲାଣି କାମଦାମକୁ ଆଉ ପାରୁନି ମୁଁ କଣ କହୁଥିଲି କି... ମା କୁ ଓଗାଳି ପୁଅ କହିଲା କାମ କରିବା ପାଇଁ ଗୋଟେ ଲୋକ ଦେଖୁଛି। ଏଥର ବୁଢୀ ଅଳି କଲା ଭଳି କହିଲା କାମବାଲି ସିନା ଘଣ୍ଟାକରେ କାମସାରି ପଳେଇବ ତାପରେ ଦିନସାରା ଏକୁଟିଆ ରହୁଛି, ତୁ ବୁଝିପାରିବୁନି। ଘରକୁ ଘରଣୀ ଦରକାର ଆଉ ମୋ କୋଳକୁ ନାତିନାତୁଣୀ ଦରକାର। ପୁଅ ଥମଥମ ହୋଇ କହିଲା ତୁ କଣ ଆଜିକାଲିର ଦୁନିଆ ଦେଖିନୁ କେମିତି ବୋହୁ ଘରକୁ ଆସିଲେ ଘର ଉଜାଡି ଦଉଛି ମା ପୁଅ ସମ୍ପର୍କରେ ଫାଟ ଆସି ଯାଉଛି, ତୁମୋତେ ବାହା ହବା କଥା କହନି। ମୁଁ ତୋସହ ଖୁସିରେ ଅଛି। ପୁଅ କଥାରେ ବୁଢୀ ମୁରୁକି ହସି କହିଲା ଏତିକି କଥା ପାଇଁ ମୋ ପୁଅର ଡର ଦେଖ ବାପ ଏ ହେଉଛି ସଂସାର ଚଳଣି। ସଂସାର ଚକ ତ ଗଡି ଚାଲିବ, ଆଉ ତାସଂଗରେ ସବୁ ପରିବର୍ତ୍ତନ ବି ହବ। ଯୋଉଠି ଭଗବାନ ଜୀବନ ଦେଇଛି ତା ସହ ଭାଗ୍ୟ ବି ଦେଇଛି। ତେଣୁ ଏ ସବୁକୁ ତାଂକ ଉପରେ ଛାଡିଦେବା ବରଂ ଭଲ ହବ। ଯୋଉଠି ମୁଁ ଗୋଟେ ସୁନାପୁଅ ପାଇଛି ସେଇଠି ମୋତେ ଗୋଟେ ସୁନାନାକୀ ବୋହୂ ବି ମିଳିବ। ପୁଅ ବୁଢୀର ବିଶ୍ବାସକୁ ଦେଖୁଥିଲା ଆଉ ଭାବୁଥିଲା ଭଗବାନ ସତରେ ମା କୁ ଶାଶୁ ହେଲାପରେ ଭଲରେ ରଖିବେ ତ। ନିଜ ଉପରେ ଆଉ ଭବିଷ୍ୟତ ଉପରେ ଅନେକ ଅବିଶ୍ଵାସ ଆଉ ପ୍ରଶ୍ନବାଚୀ ନେଇ ମା କୁ ଚାଁହିଲା ବେଳକୁ ବୁଢୀ ଆଖିରେ ସ୍ବପ୍ନର ସୁନେଲି ଆଶା ଘର ବସା ବାନ୍ଧୁଥିଲା ।


साहित्याला गुण द्या
लॉग इन

Similar oriya story from Abstract