STORYMIRROR

Samikshya Rana

Others

5.0  

Samikshya Rana

Others

ବିରହ

ବିରହ

1 min
1.1K


ବିଗତ ଦଶ ଦିନର ବିରହ ଯେ ସୀତାଦେବୀ ପାଇଁ ଅସହ୍ଯ ଥିଲା ତାହା ସ୍ପଷ୍ଟ ଅନୁମେୟ। କାରଣ ଏଇ ବାଲୁତ ପିଲା ବାସୁ ପାଇଁ ସେ ଯେ ଆଉ ଥରେ ବଂଚିବା ଶିଖିଥିଲେ। ନିଶିକାନ୍ତ ବାବୁଙ୍କ ଦେହାନ୍ତ ସମୟରେ ଏକରକମର ଭାଂଗି ପଡିଥିଲେ ସୀତାଦେବୀ, ବଂଚିବା ଭୁଲିଯାଇଥିଲେ। ଭଗବାନ ତାଂକୁ ସନ୍ତାନ ହୀନ ରଖିଥିଲେ ସତ, ହେଲେ ସ୍ବାମୀ କେବେ ସେଥିପାଇଁ ଦୁଃଖିତ ହେବାକୁ ଦେଇ ନ ଥିଲେ। ସବୁ ଖୁସି ତାଂକ ପାଦ ତଳେ ଓଜାଡି ଥିଲେ। ହେଲେ ଭଗବାନ ନିଷ୍ଠୁର ହୋଇ ଏତେବଡ ସଂସାର ରେ ଏକୁଟିଆ କରିଦେଲେ। ମୃତ୍ଯୁ କୁ ଆଲିଙ୍ଗନ କରିବା କୁ ଚେଷ୍ଟା କରୁଥିବା ବେଳେ ଏଇ ବାସୁ କାନି ଧରି ଟାଣି ଧରିଥିଲା। ମା ଡାକି ଜାବୁଡି ଧରି ଥିଲା। ସେଇ୨/୩ବର୍ଷର ଅନାଥ ଶିଶୁ ର ଦୁଃଖ ଭରା ମୁଂହ ତାଂକୁ ବଂଚେଇ ଆଣିଥିଲା। ତାକୁ ନେଇ ପୁଣି ବଂଚିବାର ଆଶା ବୁଣିଥିଲେ ସୀତା। ତାର କୌଣସି କଥା ରେ ଅଭାବ ରଖି ନ ଥିଲେ। ତାକୁ ଆଖିରୁ ଉହାଡ କରୁ ନ ଥିଲେ। ହେଲେ ୨ଦିନ ହେଲାଣି ସେ କୁଆଡେ ନିଖୋଜ ଅଛି। ଆଉ ଆଜି ପୋଲିସ୍ ଷ୍ଟେସନ୍ ରୁ ଫୋନ୍ ପାଇ ପୁରାପୁରି ବିଚଳିତ ହୋଇପଡିଛନ୍ତି। ମନ ର ଉଦବେଗ ଆଉ ହଜାରେ ମାନସିକ ସହ ଆଖିଲୁହ ପୋଛି ଘରୁ ବାହାରିଲେ, ଭଗବାନଙ୍କ ବିଧାନ ଦେଖିବାକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Samikshya Rana