STORYMIRROR

Samikshya Rana

Others

2  

Samikshya Rana

Others

ସଂପର୍କ

ସଂପର୍କ

1 min
1.1K


ବିବାହର ନୂଆ ସଂପର୍କ ରେ ଆତ୍ମ ବିଭୋର କି ସୁନେଲି ଭାବନା ରେ ବୁଡି ନ ଥିଲା ସେ। ତଥାପି ନୂଆ ସଂପର୍କ ଜାଲ ରେ ଛଂଦି ହୋଇ ଅନେକ କିଛି ପାଇଥିଲା। ଭୁଲିଯାଇଥିଲା ଯେ ସେ ସବୁ ଖୁସି କେବଲ ତାକୁ ସଂସାର ଜଂଜାଲ ରେ ବାନ୍ଧିବାର ପ୍ରାରମ୍ଭିକ ପ୍ରଚେଷ୍ଟା। ଭଲ ପାଇବା ଆଉ ଆଦର ଲେସା ଏକ ଶକ୍ତ ପଥର ହୃଦୟ ର ଛଳନା।

ସତରେ ଆଜି ସେ ଏକ୍ଦମ୍ ନିଶ୍ଚିତ ଯେ ଘଡି ର ତାଲ ରେ ସମୟ ଗଡି ଚାଲେ ଆଉ ତା ସହ ଧୋଇ ନିଏ ସଂପର୍କ ର ଉଜ୍ଜଳତା। ମନରେ ଆସେ ବୋଧେ ଏଇ ଦୁନିଆ ରେ ଭଗବାନ୍ ମନଟାକୁ ହି ବେଶୀ ନରମ କରି ଗଢିଛନ୍ତି, ସେଥିପାଇଁ କେତେ ସହଜରେ ତାକୁ ଆଘାତ କରିହୁଏ, ତାକୁ ଭାଂଗି ଦେଇହୁଏ। ଏତେସବୁ ଭାବିସାରିବା ପରେ ସେ ବାସ୍ତବତାକୁ ଫେରିବାକୁ ଚାହୁଁଥିଲା ଆଉ ମନର ସମସ୍ତ କୋମଳତାକୁ ଭୁଲି କଠୋରତା କୁ କୋଲେଇବାକୁ ବ୍ୟଗ୍ର ହେଉଥିଲା। ସେ ବି ଏବେ ସମୟ ସହ ସମ୍ପର୍କ କୁ ବଦଲେଇବ... ହଁ ନିଶ୍ଚିତ ବଦଲେଇବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Samikshya Rana