Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Monalisha Panda

Comedy

4.8  

Monalisha Panda

Comedy

ଡାହା ବାଳୁଙ୍ଗା

ଡାହା ବାଳୁଙ୍ଗା

2 mins
290


    ଆପଣ ମାନେ ସମସ୍ତେ ପିଲା ମାନଙ୍କ ସ୍ବଭାବ ଭଲ ଭାବରେ ଜାଣିଥିବେ । ପିଲା ମାନେ ସମସ୍ତେ ଛୋଟ ବେଳେ ଭାରି ଦୁଷ୍ଟ ହେଇ ବଡ଼ ହେଲେ ଆପେ ଆପେ ଶାନ୍ତ ସ୍ଵଭାବ ହୋଇ ଯାଆନ୍ତି । କିଛି ପିଲା ତ ଏତେ ଦୁଷ୍ଟ ଥାଆନ୍ତି ଗାଁ ପଡିଶା ଘରେ ଅଧା ଲୋକ ତାକୁ ବାଳୁଙ୍ଗା ନ ହେଲେ ଡାହା ବାଳୁଙ୍ଗା ର ନାମ ଦେଇ ଥାଆନ୍ତି । ସେହି ପରି ଆଜି ମୁଁ ଆପଣମାନଙ୍କୁ ମୋ କାଳ୍ପନିକ କାହାଣୀ ରେ ସେମିତି ଏକ ଚରିତ୍ର ସହ ଅବଗତ କରାଇବି । 

      ବିନୋଦ ବାବୁ ଓ ଲକ୍ଷ୍ମୀ ଦେବୀ ଙ୍କ ଔରସରୁ ଜାତ ହୋଇଥାଏ ପୁତ୍ର ସନ୍ତାନ ଟିଏ , ନାଁ ଥିଲା ଅଜୟ । ସ୍ନେହ ରେ ବାପା ମା ଡାକୁଥିଲେ ଅଜୁ । ଅଜୁ ଥିଲା ପ୍ରବଳ ଦୁଷ୍ଟ । ଚାଲିଲା ଶଗଡ଼ ରେ ହାତ ମାରିବା ପିଲା ଥିଲା ସେ । ଦିନକର ଘଟଣା ଅଜୁ ବିଦ୍ୟାଳୟ କୁ ଯିବା ସମୟ ରେ ରାମ ବାବୁ ଙ୍କ ବଗିଚା ରେ ପିଜୁଳି ଦେଖିଲା ସେ ପିଜୁଳି ଦେଖି ବା ପରେ ତା ଲୋଭ ସମ୍ଭାଳି ପାରିଲା ନାହିଁ ଓ ଖେଳ ଛୁଟି ସମୟ ପର୍ଯ୍ୟନ୍ତ ଅପେକ୍ଷା କଲା । ଯେମିତି ଖେଳ ଛୁଟି ସମୟ ଆସିଛି ଅଜୁ ତା ସାଙ୍ଗ ସହିତ ପିଜୁଳି ଆଣିବା ପାଇଁ ଦୌଡିଲା । ରାମ ବାବୁ ଙ୍କ ବଗିଚା ପାଖରେ ପହଞ୍ଚିଲା ବେଳକୁ ରାମ ବାବୁ ଖଟିଆ ପକେଇ ସେଠାରେ ଶୋଇଥିଲେ । ଅଜୁ କ'ଣ କଲା ନାଁ ରାମ ବାବୁ ଙ୍କ ଧୋତି ରେ ଗୋଟିଏ ବଡ଼ ଟେକା ଟେ ବାନ୍ଧି ଦେଲା ଏବଂ ମନଭରି ପିଜୁଳି ତୋଳିଲା ଏବଂ ଖାଇଲା । ପାଟି ଶୁଣି ରାମ ବାବୁ ଙ୍କ ନିଦ ଭାଙ୍ଗି ଗଲା ଏବଂ ସେ ଏଇ ଦୁଷ୍ଟ ଡାହା ବାଳୁଙ୍ଗା ପିଲା କୁ ବାଡେଇବା କୁ ଉଠିଗଲା ବେଳ କୁ ତାଙ୍କ ଧୋତି ଚିରି ଗଲା ଏବଂ ଏ ଡାହା ବାଳୁଙ୍ଗା ଅଜୁ ତାଙ୍କୁ ତାଚ୍ଛଲ୍ୟ କରି କହିଲା

 ଏ ମଉସା 

ମାଉସୀ ଯାଇଛି ଢେଙ୍କାନାଳ

ନିଜ ଧୋତି ତୁମେ ନିଜେ ସମ୍ଭାଳ

ଅନା ଅନା ଟିକେ ତଳକୁ ଅନା 

ଖସି ଗଲାଣି ତମ ର କନା ।। 


Rate this content
Log in

Similar oriya story from Comedy