Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Horror Others Tragedy

2  

ଓଡ଼ିଆ ଗଳ୍ପ ଓ କବିତା - ୩

Horror Others Tragedy

ଢଣ ଢଣିଆ ଭୁତ

ଢଣ ଢଣିଆ ଭୁତ

2 mins
7.6K


ପ୍ରତାପ କୁମାର ଦ୍ଵିବେଦୀ

ଖଲିଆ ନନା ପୁରୋହିତ କାମ କରନ୍ତି l ଯାହା ଯେଉଁଠି ଚାଉଳ ପାଆନ୍ତି ସବୁ ଗୋଟିଏ ଡ୍ରମ ଭିତରେ ରଖନ୍ତି l ଡ୍ରମଟି ଉଚ୍ଚା ହୋଇଥିବାରୁ ଟିକିଏ ତଳକୁ ଗୋଟିଏ ଛୋଟ କଣା କରିଥାନ୍ତି l ସେହି ବାଟ ଦେଇ ଚାଉଳ ବାହାର କରନ୍ତି l ଚାଉଳ ବାହାର କରି ସାରିଲା ପରେ ପୁଣି ବାଟ ବନ୍ଦ କରିଦିଅନ୍ତି l କାଳେ ମୂଷା ଖାଇଯିବେ l

ଦିନକର କଥା l ସୂର୍ଯ୍ୟ ଦେବତା ବୁଡିଯାଇ ରାତି ଘନେଇ ଆସିଲାଣି l ଖଲିଆ ନନା ଘରେ ନଥାନ୍ତି l ପୁରୋହିତ କାମରେ ବାହାର ଗାଁକୁ ଚାଲି ଯାଇଥିଲେ l ଏକମାତ୍ର ପୁଅ ଲିଟୁ ଓ ସ୍ତ୍ରୀ ଘରେ ଥିଲେ l ରାତି ଖାଇ ପି ମା’ ପୁଅ ସୋଇ ପଡିଲେ l ଅଳପ ସମୟ ଯାଇଛି କି ନାହିଁ ରୋଷେଇ ଘରୁ ଗୋଟିଏ ବିକଟାଳ ଶବ୍ଦ ଶୁଣାଗଲା l ଶବ୍ଦ ଶୁଣି ଲିଟୁଆର ମଧ୍ୟ ନିଦ ଭାଙ୍ଗିଗଲା l ଲିଟୁ ମା’ କୋଳକୁ ଆଉଜି ପଡିଲା l ଆଉ ଭୟରେ ଥରି ଉଠିଲା l ଲିଟୁ କହିଲା, ମା’ ଲୋ ମା’ ଆମ ଘରକୁ ଢଣ ଢଣିଆ ଭୁତ ଆସିଛି l ବାହାରକୁ ଯିବା ନାହିଁ l ଏହି ଘର ଭିତରେ ବସିଥିବ l ମା’ ପୁଅର ଆଉ ନିଦ ନାହିଁ l କରିବେ କଣ ? ମା’ ମଧ୍ୟ ଭୟ କରୁଥାନ୍ତି l ହେଲେ ପୁଅ ମନରେ ସାହାସ ଦେବା ପାଇଁ କିଛି କହିପାରୁ ନଥାନ୍ତି l ଟିକି ଲିଟୁଆର ଆଖିରୁ ଧାର ଧାର ହୋଇ ଲୁହ ବହି ଯାଉଥାଏ l ହେଲେ ଭୁତ ଭୟରେ ପାଟି କରି କାନ୍ଦି ପାରୁ ନଥାଏ l

ସକାଳ ହେଲା l ଖଲିଆ ନନା ଘରକୁ ଆସିଲେ l ଘରକୁ ଆସୁ ଆସୁ ମା’ ପୁଅ ସବୁ କଥା ଖୋଲି କହିଲେ l ଦେଖୁ ଦେଖୁ ପୁଣି ଢଣ ଢଣିଆ ଭୁତ ଶବ୍ଦ l ଖଲିଆ ନନା କାଳ ବିଳମ୍ବ ନକରି ଧାଇଁ ଯାଇ ଦେଖିଲେ ବଡ ମୂଷାଟିଏ ଡ୍ରମର ସେଇ କୁନି ବାଟରେ ଲାଗି ରହିଛି l ବାହାରି ନ ପାରି ଛଟପଟ ହେଉଛି l ଆଉ ଡ୍ରମ ଭିତରେ ଅସଂଖ୍ୟ ମୂଷା ଖାଲି ଢଣ ଢଣ ଶବ୍ଦ କରୁଛନ୍ତି l

ମା’ ମନେ କରି କହିଲେ ଗତକାଲି ରାତିରେ ଡ୍ରମର ବାଟଟି ବନ୍ଦ କରି ନଥିଲେ l ଏଇ ବାଟ ଦେଇ ମୂଷାମାନେ ପଶି ଚାଉଳ ଖାଇଲେ l ହେଲେ ବଡ ମୂଷାଟି ଖାଇ ସାରିବା ପରେ ପେଟଟି ବାହାରି ପଡିଛି l ଆଉ ବାହାରି ପାରିନାହିଁ l ମା’ ପୁଅ ଢଣ ଢଣିଆ ଭୁତ

ପ୍ରତ୍ୟକ୍ଷ ଦେଖି ହସି ହସି ଗଡିଗଲେ l

ଖଲିଆ ନନା ଡ୍ରମଟିକୁ ଧରିଧରି ବାହାରକୁ ନେଲେ l ଆଉ ଡ୍ରମ ଭିତରେ ପାଣି ଭର୍ତ୍ତି କରିଦେଲେ l ଫଳରେ ପାଣିରେ ଅଣ ନିଶ୍ଵାସୀ ହୋଇ ସବୁତକ ମରିଗଲେ l ବଡ କଷ୍ଟରେ ଡ୍ରମଟି ନେଇ ଘର ବାହାରକୁ ଗଲେ l ସବୁମୂଷା କଷ୍ଟ ମଷ୍ଟରେ ବାହାର କରି ତଳେ ଗଦେଇ ଦେଲେ l ପାଖାପାଖି ୧୦୦ ମୂଷା l ମୂଷା ପଲକୁ ଦେଖି କାଉ, ବିଲେଇ, କୁକୁରଙ୍କ ଭିଡ଼ ଲାଗିଗଲା l ଏକଥା ଶୁଣି ମୂଷା ତଥା ଢଣ ଢଣିଆ ଭୁତ ଦେଖିବାକୁ ପଡିଶା ଘର ଆଉ ସାଇ ଭାଇ ସଭିଏଁ ଧାଇଁ ଆସିଲେ l ଢଣ ଢଣିଆ ଭୁତ କଥା ଶୁଣି ସାଇ ପଡିଶା ଲୋକେ ହସି ହସି ବେଦମ ହୋଇଗଲେ l ଲିଟୁଆ ହସି ହସି କହି ଉଠିଲା,ବୋଉଲୋ ଏ ବୋଉ ଏ ଢଣ ଢଣିଆ ଭୁତ l


Rate this content
Log in

Similar oriya story from Horror