Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational Others

5.0  

BISWESWAR MAJHI

Inspirational Others

ସ୍ୱାଗତ ନବବର୍ଷ ସତର

ସ୍ୱାଗତ ନବବର୍ଷ ସତର

1 min
7.0K



ଷୋହଳ ପୁରିକି ସତର ଚାଲିଲା ଏକବିଂଶ ଶତାବ୍ଦୀକୁ

ନହୁଲି ବୟସ ତଥାପି ଯାଇନି ରଂଗରସ ଛାଡିବାକୁ ।

ଓବାମା ଖସିଲେ ଡୋନାଲ୍ଡ ପଶିଲେ ହ୍ୱାଇଟ୍ ହାଉସ୍ ଠାରେ

ଜୟଲଳିତାଙ୍କ ଜୟଗାନ ହେଲା ଶୋଇଲେ ମହାନିଦ୍ରାରେ ।

ରିଓ ଅଲିମ୍ପିକ୍‌ରେ କନ୍ୟାରତ୍ନ ତିନି ରଖିଲେ ଦେଶର ମାନ

ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଲା ସଫଳ ଶତ୍ରୁ ମୁଖେ ବୋଳି ଚୁନ ।

ମୋଦି ସାଇଁ ଶେଷେ ବିମୁଦ୍ରିକରଣ ପେଶିଲେ ଅମୋଘ ବାଣ

ନିରିହ ଜନତା ଚକ୍କର କାଟୁଛି ବ୍ୟାଙ୍କର ହଇରାଣ ।

ପଚାଶ ଦିନର କଷଣ କେବେହେଁ ଭୁଲିବେ ନାହିଁ ବ୍ୟାଙ୍କର

ଦୁଇ ଦିନ ଛୁଟି ଲଲିପପ୍ ଭେଟି ଅନୁକଂପା ଦିନ ଚାର ।

ସତର ବେଳକୁ ପତରେ ପତରେ ସରକାର ଚାଲିବାର

ଜି.ଏସ୍.ଟି. ବିଲ୍ ଅପ୍ରେଲ୍ ରୁ ଯେବେ କରିବ କମାଲ୍ ତା'ର ।

କ୍ୟାସ୍ ଲେସ୍ କାରବାର କରିବାକୁ ସରକାର ତରବର

ଫୋର୍ ଜି ଧରି ବାଇଆ ସଭିଏଁ ହାଇସ୍ପିଡ୍ କାରବାର ।

ସ୍ୱଛତା ସପନ ସତ କରିବାକୁ ଆଗଭର ନରେନ୍ଦର

କ୍ଷମତା ଅଳିନ୍ଦେ ଛନ୍ଦି ହୋଇଯାଏ କିକରିବ ଝାଡୁଦାର ।

ସତର ବରଷେ ସ୍ନାତକ ଆରମ୍ଭ ଦେଶ ହେବ ସଚେତନ

ଛାଡି ଷୋହଳର ଉନ୍ମାଦନା ଯେତେ ସ୍ଥିର ହେବ ପରା ମନ ।

ନିଜେ ବଦଳିଲେ ଦେଶ ବଦଳିବ ସଭିଏଁ କରିବା ହେଜ

ସ୍ୱଚ୍ଛ ଭାରତ ଦେଖିବା ପାଇଁକି ଝାଡୁ ଧରି ହେବା ସଜ


Rate this content
Log in

Similar oriya poem from Inspirational