Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Classics

5.0  

ବି. ନିରୁପମା

Classics

ମରତକୁ ଶୀତ ଆସିଲା

ମରତକୁ ଶୀତ ଆସିଲା

1 min
395



ଥୁରୁ ଥୁରୁ ହୋଇ ଦେହ ଥରିଲାଣି

ମରତକୁ ଶୀତ ଆସିଲା ,

ନାନା ଜାତି ଫଳ,ଫୁଲ ପରିବାରେ

ଧରଣୀ ରାଣୀଟି ହସିଲା ।


କୁହୁଡ଼ି କାକର ପରଶକୁ ପାଇ

ଗଛରୁ ପତର ଖସିଲା ,

ଜାତି ଜାତି କେତେ ପୂଜା ପରବର

ସମୟଟି ଚାଲି ଆସିଲା ।


ଉଷୁମ କମ୍ବଳ ଘୋଡ଼େଇ ହୋଇକି

ରତନା ଦାଦିଟି କାଶିଲା ,

ସକାଳ ସଞ୍ଜରେ ନିଆଁ ପୋଇଁବାକୁ

ଠାଏ ଠାଏ ଭିଡ଼ ବସିଲା ।


ଆମ୍ବଗଛ ସାରା ନେନ୍ଥି ନେନ୍ଥି ହୋଇ

ବଉଳ ଯେ ଭାରି ବାସିଲା ,

ବାରମାସୀ ସେଇ ଟିକି ଚଢ଼େଇଟି

ସରାଗରେ ମହୁ ଶୋଷିଲା ।


ଚାଷୀଭାଇ ମନ କୁଣ୍ଢେମୋଟ ଏବେ

ଖଳାକୁ ତା' ଲକ୍ଷ୍ମୀ ଆସିଲା ,

ବରଷକ ଲାଗି ଦାନା ଗଣ୍ଡାକର

ଚିନ୍ତାଟି ମୁଣ୍ଡରୁ ଖସିଲା ।


ପ୍ରକୃତିରାଣୀର ପରିବର୍ତ୍ତନରେ

ଧରଣୀଟି ଶୋଭା ଦିଶିଲା ,

ବିଶ୍ୱ ବିନ୍ଧାଣିଙ୍କ ମଧୁମୟ ସୃଷ୍ଟି

ଅନେକଙ୍କ ମନ ତୋଷିଲା ।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in

Similar oriya poem from Classics