ମମତାମୟୀ
ମମତାମୟୀ


ମାଆଗୋ ମମତାମୟୀ
ମାଆଗୋ ସିନେହମୟୀ
ଅସୀମ ମହିମା ସୁଷମାମୟୀଗୋ
ମାଆଗୋ କରୁଣାମୟୀ ।
ତୁମେ ସରଜିଛ ଏ ସୁନ୍ଦର ଧରା
ତୁମରି ଆଶିଷେ ଏଦୁନିଆ ତୋରା
ଭକତ ର ଦୁଃଖ କରୁଛ ହରଣ
ଘୋର ବିପଦରୁ କରୁଛ ତାରଣ
ମାଆଗୋ ମଙ୍ଗଳମୟୀ ।
ତୁମ ଆଗମନେ ହସଇ ଧରଣୀ
ମୁଖରିତ ହୁଏ ତୁମ ଜୟ ଧ୍ବନି
ପୂଜା ଅରଚନା ବ୍ରତ ଉପାସନା
ପୂର୍ଣ୍ଣ କର ମାଆ ସବୁରି ବାସନା
ହେ ମାଆ ମୋ ମହାମାୟୀ ।
ତୁମେ ଭରିଦିଅ ପରାଣରେ ଶାନ୍ତି
ତୁମେ ଦିଅ ଶକ୍ତି ତୁମେ ଦିଅ ମୁକ୍ତି
ଅଶରଣ ଜନେ ଦିଅଗୋ ଶରଣ
ଜଗତ ବନ୍ଦଇ ତୁମରି ଚରଣ
ତୁମରି ନାମକୁ ଧ୍ଯାଇ ।