Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଆମ ଉତ୍କଳ

ଆମ ଉତ୍କଳ

1 min
6.9K


ଅରୁପ କୁମାର ବିଶ୍ଵାଳ

କଳାରେ ଉତ୍କର୍ଷ ଲଭିଥିଲା ଦିନେ

ଏଇ ଭୂଇଁ ଆମ ଥିଲା ଉତ୍କଳ ।

କୋଣାରକ ଠାରୁ ରାଜରାଣୀ ଯାଏ

ଅତୀତ କୀରତି ଗାଏ ସକଳ ।

ସୂଚୀ ମୁନେ ଦିନେ ଗଢ଼ିଥିଲା ଶିଳ୍ପୀ

ଆମ ଜାତି ନୁହେଁ କେବେ ଦୂର୍ବଳ

ଅଭୂଲା କୀରତି ବିଶ୍ୱରେ ପ୍ରସିଦ୍ଧି

ଥିଲା ଏଇ ଜାତି ଦିନେ ସଫଳ ।

ବୀର ଭୂଇଁ ଏଇ ତୂଳନା ଯା’ ନାହିଁ

ପାଇକ ପୁଅ ଯେ ଯୁଦ୍ଧେ ପ୍ରବଳ ।

ଚଣ୍ଡାଶୋକ ହେଲେ ଧର୍ମାଶୋକ ଏଠି

କଳିଙ୍ଗ ଯୁଦ୍ଧରେ ଅଛି ପ୍ରମାଣ ।

ମଧୂବାବୁ ପୁଣି ଫକୀରମୋହନ

ଉତ୍କଳ ମଣି ଓ ଗୌରୀ ଶଙ୍କର ।

କେତେ କବି କେତେ ଲେଖକ ଏଇଠି

ଏ ମାଟିରେ ଜନମି ହେଲେ ସଫଳ ।

ଇତିହାସ ଗାଏ ଏ ମାଟି ଅତୀତ

ଯତନ କରିବା ଆସ ସଅଳ ।

ଏଇ ମାଟି ପାଇଁ ଦେବାରେ ଜୀବନ

ବିଶ୍ୱରେ ପଡ଼ିବ ସିନା ଚହଳ ।

ଏ ମାଟିକୁ ଛୁଇଁ ନେବାରେ ଶପଥ

ଆମ ଦେହେ ଅଛି ଶକ୍ତି ପ୍ରବଳ ।

କେତେ ନଦନଦୀ କେତେ ବନ ଭୂଇଁ

ଭରା ଅଛି ପରା ଏହାର କୋଳ ।

ଉତ୍କଳ ମାଆର ଆମେରେ ସନ୍ତାନ

ସାଇତି ରଖିଛି କେତେ ସମ୍ବଳ ।


Rate this content
Log in

Similar oriya poem from Classics