Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଆଲୁରୁ ବାଲୁରୁ ଗୀତ

ଆଲୁରୁ ବାଲୁରୁ ଗୀତ

1 min
6.4K


ମାଧବ ଚନ୍ଦ୍ର ଦାଶ


ଧାଇଁ ଗିଡ଼ିଗିଡ଼ି ଧାଙ୍ଗିଡ଼ି ,

ସଜ ମଲ୍ଲୀଫୁଲ ଚାଙ୍ଗୁଡ଼ି ,

ଧାଙ୍ଗିଡ଼ି କରିଛି ବେସର ,

ଖାଇବା ବେଳରେ ଜମିଯିବ ଆଜି ,

ତରକାରୀ ଖିଆ ଆସର ।

ସୁନୁ ସୁନୁ ସୁନୁ ସୁନିଆ ,

ଶେଉଳ ଧଇଲା ସନିଆ ,

ବୋଉ ରାନ୍ଧିଲାଣି ତିଅଣ ,

ଶେଉଳ ଝୋଳକୁ ହାପୁଡ଼ି ଖାଇବା ,

ଆଉ ଲୋଡ଼ା ଅବା କ’ଣ ।

କୁତୁ କୁତୁ କୁତୁ କୁତିଆ ,

ଚାଳରେ ବଇଚି ଚଟିଆ ,

ମାଆ ସାଥେ ହୁଏ ଗେଲ ,

ଇଆଡେ ଦେଖରେ ଫୁଲେଇ ହେଇକି ,

ଉଡୁଚି ମାଟିଆ ଚିଲ ।

ଗୁଡୁ ଗୁଡୁ ଗୁଡୁ ଗୁଡିଆ ,

ଗୁଡୁ ପଢେ ପାଠ ବଢିଆ ,

ବୋଉକୁ ଟିକିଏ ଚାହୁଁଚି ,

ବଡ ହେଲେ ହବ ଡାକତର ବୋଲି ,

ଦାନ୍ତକୁ ନେଫାଡି କହୁଚି ।


Rate this content
Log in

Similar oriya poem from Classics