ହସ
ହସ
ଆଜିକାଲି ସବୁ ମିଳି ତ ଗଲାଣି
ଗୋଟିକୁ ସର୍ବେ ଖୋଜନ୍ତି,
ଘରେ ହେଉ ଅବା ବାହାରକୁ ଯାଅ
ମିଳୁନି ଟିକିଏ ଶାନ୍ତି
ଜୀବନର ଅର୍ଥ ଅନ୍ୟକୁ ହସାଇ
ସେ ହସରେ ମିଶି ଯିବା,
ଅନ୍ତର ମଧ୍ୟରେ ଏ ଭାବ ରଖିଲେ
ହିଂସା କ୍ରୋଧ ହରାଇବା
ହିଂସା ଆଉ କ୍ରୋଧ କରେ ସର୍ବନାଶ
ସବୁ ଅଶାନ୍ତି କାରଣ,
ମୋ ଛୋଟ ବୁଦ୍ଧିରେ ଶାନ୍ତି ମିଳିବାର
ହସ ହିଁ ମୁଖ୍ୟ ନିଦାନ
ଚିତ୍ତ ରଞ୍ଜନ ଲେଙ୍କା (କଟକ)©