ହଜିଯାଇଥିବା ମୋ ପିଲାଦିନ
ହଜିଯାଇଥିବା ମୋ ପିଲାଦିନ
ହଜିଯାଇଥିବା ମୋ ପିଲାଦିନକୁ
ଖୋଜିବାର ବୃଥା ପ୍ରୟାସରେ
ପହଞ୍ଚିଲି ବୋଉ ପାଖରେ
ଗାଁ କୋଳରେ ।
ବୋଉର ହାତରନ୍ଧା
ଭାରି ସୁଆଦିଆ
ବଳେଇ ବଳେଇ ଖୁଆଇଲା
ମନେପଡ଼ିଗଲା ପିଲାଦିନ . . .
ଦେଖିଲି ଦିନରେ ଗାଁ ଖାଁ ଖାଁ
ନାହିଁ ବୋହୂଚୋରି କି ଡାହୁପୁଆ ଖେଳ
ପୋଖରୀ ତୁଠରେ ନାହିଁ
ମାଉସୀ ପିଉସୀ ମେଳ
ସବୁ କେମିତି ଗୋଟେ
ଖାପଛଡ଼ା ଲାଗୁଛି
ସତରେ କଣ ମୋ ଗାଁ
ବଦଳିଯାଇଛି . . . . . . ।।
ପଦ୍ମାଳୟା