STORYMIRROR

Pragyan Padminee

Abstract Fantasy

3  

Pragyan Padminee

Abstract Fantasy

ମନ ବଡ ଅବାନ୍ତର

ମନ ବଡ ଅବାନ୍ତର

1 min
277

ଅକୁହା କଥା, ଅକୁହା ମନ

ଜୀବନଟା ବଡ ଛଟ ପଟ...

ପୁରୁଣା ଶତାବ୍ଦୀର ବଂଶଧର ଆମେ

ଜାଣିଛୁ ମାଟିରାସ୍ତାର ମହକ,

ପିଲାବେଳୁ ଶୁଣିଅଛୁଁ ଭୂତର ଗଳ୍ପ

ତଥାପି ଆଜିର ଦୁନିଆରେ,

ମଣିଷ ହିଁ ଭୂତ..

ଛୋଟ ବେଳର ଅଭୁଲା ଅନୁଭୂତି,

ଆଉ ମା'ର ଗାଳି ଆଜି ବି ବଦଳି ନାହିଁ

ଜେଜେମାର ସ୍ନେହ ଜେଜେବାପାର ଗପରେ

ଆଜି ବି ପଡିନାହିଁ ପୂର୍ଣ୍ଣଛେଦ

ଅଛୁ ଆମେ ଆଜି ବିଜ୍ଞାନ ଯୁଗରେ

ତଥାପି ମନ ଖୋଜେ ସେକାଳ ପଖାଳରେ

ଅକୁହା କଥା କହି ହୁଏନାହିଁ

ସ୍ମୃତି ହୋଇ ରହିଯାଏ ଚିରଦିନ ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract