STORYMIRROR

Pragyan Padminee

Abstract Fantasy

3  

Pragyan Padminee

Abstract Fantasy

ଅକୁହା କଥା

ଅକୁହା କଥା

1 min
327

ଅକୁହା କଥା, ଅକୁହା ମନ

ଏ ବଡ ପୃଥିବୀରେ ଅସୁମାରି ସ୍ୱପ୍ନ..

ଅକୁହା ହୃଦୟର, ଧିମା ଧିମା ସ୍ପନ୍ଦନ...

ସ୍ମୃତି ଖୋଜି ଖୋଜି, ମନେ ପଡୁଥାଏ

ପିଲାଦିନର ଗପ!!

ଆଜି ସିନା ଆମେ ବିଜ୍ଞାନ ଯୁଗରେ

ତଥାପି ଆମେ ସେହି ପୁରୁଣା ଶତାବ୍ଦୀର ବଂଶଧର..

ଆଜିର ସନ୍ଧ୍ୟାର "ମୋମୋ" ବାସ୍ନା ଫିକା ପଡିଯାଏ

ସେଦିନ ସନ୍ଧ୍ୟାର "ପକୁଡ଼ି" ଆଗରେ..

ଆଜିର "ବ୍ଲାକ୍ କଫି" ଧିମା ପଡିଯାଏ ସେଦିନର "ନାଲି ଚା" ଆଗରେ..!!

ସ୍ମୃତି ସୁନ୍ଦର ଏକ ଅକୁହା ବାସ୍ନା...

ଲେଖିଦେଲେ ହେଇଯାଏ କବିତା,

ଭାବିଦେଲେ ଅକୁହା କଥା!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract