Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ବେଲପଣା

ବେଲପଣା

1 min
6.6K


ଡ॰ ସଦାନନ୍ଦ ପରିଡ଼ା


ମାମୁ ଆଣିଦେଲେ ଗାଆଁରୁ ଦୁଇ ପାଚିଲା ବେଲ,

ବୋଇଲେ ବେଲପଣା ପିଅ ପେଟ ରହିବ ଭଲ ।

ନାନୀ କୋରିଦେଲା ବେଲକୁ ମଞ୍ଜି ବାହାର କରି,

ବେଲ ଶସ ସଫା କରିଣ ଦେଲା ଗଞ୍ଜରେ ଭରି ।

ମାଆଙ୍କ ବରାଦେ ଆଣିଲେ ବାପା ପାଣିଆ ଗୁଡ,

ତା’ ସଙ୍ଗେ ପାଚିଲା କଦଳୀ ପାଟକପୁରା ବଡ଼ ।

ଗୋଲମରିଚ ଛେନା ମଧୁ ପୁଣି କଷି ନଡିଆ,

କାଜୁ ଖଣ୍ଡ ଖଣ୍ଡ ପଡିଲା ହେଲା ବଢିଆ ।

ସ୍ଵାଦ ଅନୁସାରେ ମିଶାଇ ଗୋଲମରିଚ ଗୁଣ୍ଡ,

ପକାଇଲେ ଗୁଡ ସାଙ୍ଗରେ କିଛି ନବାତ ଖଣ୍ଡ ।

ଘାଣ୍ଟିଦେଲା ତାକୁ ଡଙ୍କିରେ କିଛି ମିଶାଇ ଛେନା,

ପୁଣି ପକାଇଲା ତହିଁରେ ଗୁଜୁରାତିର ଚୂନା ।

ମାଠିଆରୁ ଆଣି ମିସାଇଦେଲୁ ବିଶୁଦ୍ଧ ଜଳ,

ପଣା ହୋଇଗଲା ତୟାର ମୁଖୁଁ ବହିଲା ଲଳ ।

ଗିଲାସରେ ପଣା ଭରିଣ ଦେଲୁ ନଡିଆକୋରା ,

ଚେରିକୋଳି ଖଣ୍ଡ ସଜାନ୍ତେ ଆହା ! ଦିଶିଲା ତୋରା ।

ଆନନ୍ଦେ ପିଇଲୁ ସଭିଏଁ ସେଇ ବେଲର ପଣା,

ପେଟ ପାଇଁ ଉପକାରୀ ଏ ଏହା ସଭିଙ୍କି ଜଣା ।


Rate this content
Log in

Similar oriya poem from Classics