Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Titi Sarangi

Inspirational Others

3  

Titi Sarangi

Inspirational Others

ସମୟର ଗୀତ

ସମୟର ଗୀତ

1 min
6.5K


ଦିନ ସରେ ରାତି ସରେ

ସରି ସରି ଯାଉଥାଏ ଆୟୁଷ ବି ଅଳ୍ପ ଅଳ୍ପ କରି,

ସମୟ କିନ୍ତୁ ସରେନା କେବେ ବି

ସେ ତାର ବହୁଥାଏ ଅନ୍ତହୀନ ସୁଅଟିଏ ଧରି |

ନୂଆ ରୂପ ନିତ୍ୟ ଧରି ଆସେ

ସତେ କେଉଁ ସୁଚିନ୍ତିତ ପ୍ରେରଣାରେ ବ୍ରତୀ,

ଭେଟି ଦିଏ ଭିନ୍ନ ଭିନ୍ନ ଅନୁଭବ ସବୁ

ଜୀବନ ଦର୍ଶନ ପାଇଁ ସେଇ ହିଁ ତ ଏକମାତ୍ର ସାଥୀ |

ସରି ସରି ଯିବାପାଇଁ

ନ ଆସୁ ମନର ତଳେ ନାମହୀନ ଶୋଚନା କି ଗ୍ଳାନି,

ନିଜକୁ ସାରି ଦେବା ହିଁ ଜୀବନର ଲକ୍ଷ୍ୟ

ସେଇଥିରେ ଲେଖାହୁଏ ଜୀବନର ମହାର୍ଘ କାହାଣୀ |

ସମୟର ଏଇ ଗୀତ

ଛୁଇଁଯାଉ ଖୋଲିଦେଇ ହୃଦୟର ଅନ୍ଧାରୀ ଦରଜା

ଜୀବନକୁ ଜୀଇଁବାରେ

ମଗ୍ନ ହୋଇ ପ୍ରତିପ୍ରାଣ ଲୁଟି ନେଉ ବଂଚିବାର ମଜା |


Rate this content
Log in

Similar oriya poem from Inspirational