ଯୋଗ ଦିବସ
ଯୋଗ ଦିବସ
ଆଜି ହେଉଛି ଯୋଗ ଦିବସ ନିରଞ୍ଜନ ସାହୁ
ଯୋଗ କରିବାକୁ ଇଛା ହେଉଛି
ଯୋଗ କଲେ ଦେହ ସୁସ୍ଥ ରହିବ
ଗୀତା ଭାଗବତ କହିଛି
ସଂସାରରେ ଅଛି ଯେତେ ମୂଲ୍ୟବାନ ଧନ
ଶରୀର ସହିତ ନୁହେଁ ସମାନ ||
ଶରୀର ଯଦି ଅସୁସ୍ଥ ରହିଲା
ସମସ୍ତେ କରିବେ ହୀନିମାନ
ନିଜଦେହ ଯଦି ଭଲରେ ଅଛି
ଦୁନିଆଁଟା ଭଲ ଆମପାଇଁ
ସୁସ୍ଥ ଶରୀର ବିନା ଏଦୁନିଆଟା
ଆମ ପାଇଁ ମୂଲ୍ୟ କିଛିନାହିଁ ||
ଆଜିର ଦିନରେ ସବୁକିଛି
ଭେଜାଲରେ ହିଁ ଚାଲିଛି
ପରିବେଶ ଓ ଖାଦ୍ୟପେୟ ଯୋଗୁଁ
ଶରୀର କ୍ଷତି ହେଉଛି,
ପରିଶ୍ରମ ସବୁ ଚୁଲିକି ଗଲାଣି
ସୌଖିନି ଯୁଗ ଚାଲିଛି ||
ସୌଖିନି ଯୋଗୁ ଆମ ଶରୀରଟା
ଦୁର୍ବଳ ହେବାରେ ଲାଗିଛି
ଅନୁରୋଧ କରେ ମୋ ଭାଇ ମାନଙ୍କୁ
ନିୟମିତ ଯୋଗ କରିବ
ସୁସ୍ଥ ଶରୀର ସଙ୍ଗରେ ନେଇ
ଖୁସିରେ ଦିନ କାଟିବ ||