Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Inspirational

4.3  

Ranjan Kumar Brahma

Inspirational

ଟଙ୍କାଟିଏ

ଟଙ୍କାଟିଏ

1 min
6.7K


ମୁଁ ଜାଣି ନାହିଁ

ଏବେ ବି ଜାଣିବାକୁ ଇଛା କରୁନାହିଁ

ଆପଣ ଟଙ୍କା ଟିଏ

ଦେଇଛନ୍ତି କି ନାହିଁ ?

ଆଜି ଏହାର ମୂଲ୍ୟ

କାହା ପାଇଁ ମାମୁଲି ତ

ଆଉ କାହା ପାଇଁ

ବେଶ ମୂଲ୍ୟବାନ । ୧।

ଦେବ ଯଦି ଚଞ୍ଚଳ ଦିଅ

ରାଷ୍ଟ୍ରର ହିତରେ ଆସିବ ।

ଉତ୍ସବ ବ୍ୟସନେ ରାଷ୍ଟ୍ର ବିପ୍ଳବ

ବେଳରେ ସାଥିଟିଏ ହୁଅ

ରାଷ୍ଟ୍ର ପୁରୁଷ ସାଜିବ ।୨।

ପଡିଗଲେ ଯାଉଛି

ସାଙ୍ଗ ମେଳରେ

ଖାଇଦେଲେ ଯାଉଛି ।

ସୋସିଆଲ ମିଡିଆ ଚାଟିଙ୍ଗରେ

ନ କହିବା ଭଲ

କିଏ ତାର ହିସାବ ରଖିଛି ।୩।

ଦାନରେ ଯେଉଁ ଶାନ୍ତି

ତାହା ଗ୍ରହଣରେ ନାହିଁ ।

ଦାନ ହାତର ଭୂଷଣ

ଆଭୂଷଣ ରେ ନାହିଁ ।୪।

ମନ ଦିଅ ନିଜ କାର୍ଯ୍ୟରେ

ତାହା ସେବା ଦାନ ଧର୍ମ ଠୁଁ ବଳି ।

ଅର୍ଜନରୁ କିଞ୍ଚିତ

ନିଶ୍ଚୟ ଦିଅ

ତାହା ତୁମ ବଳିଦାନ ଠୁଁ ବଳି ।୫।

ବଜେଟ ବେଳର

ଚିତ୍ରକୁ ନିଶ୍ଚୟ ଦେଖ ,

ଟଙ୍କାଟିଏ

କେଉଁଠୁ କିପରି ଆସୁଛି

ଗଲାବେଳେ କିପରି ଯାଉଛି ।୬।

ଆସିବା ଯଦି ଏତେ କଷ୍ଟ

ଆମ ବଦ ଖର୍ଚ୍ଚ କାହିଁକି ?

ଯିବା ଯଦି

ସତ୍ ସୁନ୍ଦର

ଟଙ୍କା ଟିଏ କିମ୍ବା ତାଠୁଁ ଅଧିକା

ନ ଦେଇ ରହିବା କାହିଁକି ? । ୭।

ରଞ୍ଜନ କୁମାର ବ୍ରହ୍ମା

ଶିକ୍ଷକ, ସି ଆର ସି ସି, ଚିକିଟୀ ଗଡ଼


Rate this content
Log in

Similar oriya poem from Inspirational