ଜୀବନ ଗୀତା-୪୪୮
ଜୀବନ ଗୀତା-୪୪୮
ଅଜବ ଜୀବନ ଭଳି
ଅଜବ ଏ ଆଜିର ସମୟ
ଭିତରେ ନୀରବ ସର୍ବେ
ବାହାରଟା କେତେ ଶବ୍ଦମୟ ॥୦॥
ମନକୁ ଛୁଏଁନି ଏବେ
କାହାରି ଦରଦ
ଦୁନିଆଟା ପୂରାପୂରି
ସିନା ବେଦରଦ
ଅନ୍ତରେ ଅଳନ୍ଧୁ ଜମା
ବାହାରଟା କେତେ ଶୁଭ୍ରମୟ ॥୧॥
ଭିତରଟା ଭୟଙ୍କର
ଭାବରେ ଅଂଧାର
ଦୀପଟିଏ ଜାଳିବାକୁ
ଇଚ୍ଛାନାହିଁ କାର
ଅନ୍ତରେ କାଳିମା ରଖି
ବାହାରକୁ କେତେ ଜ୍ୟୋତିର୍ମୟ ॥୨॥