ଲକ୍ଷ୍ୟ ଓ ସାଧନା
ଲକ୍ଷ୍ୟ ଓ ସାଧନା
ସଭିଙ୍କ ଜୀବନେ ଲକ୍ଷ୍ୟ କିଛି ଥାଏ
ହାସଲ କରିବା ପାଇଁ
ସାଧନା ନିହାତି ଲୋଡ଼ା ପଡିଥାଏ
ସେଠି ପହଞ୍ଚିବା ପାଇଁ ।
ହାରିଗଲା ପରେ ଭାଙ୍ଗି ପଡନାହିଁ
ଜାରି ରଖିଥିବ ଚେଷ୍ଟା
ସବୁ ଚେଷ୍ଟା ଦିନେ ସଫଳ ହୋଇବ
ରହିଥିବ ଯଦି ନିଷ୍ଠା ।
ହାରିବାଟା ପରା ବାଟ ଖୋଲିଦିଏ
ଆଗକୁ ବଢିବା ପାଇଁ
ନିଜର ଭୁଲକୁ ନିଜେ ପାଇଗଲେ
ଆଉ କିଛି ଲୋଡ଼ା ନାହିଁ ।
ଥରକରେ କେହି ପହଞ୍ଚି ପାରେନା
ସଫଳତାର ଶୀର୍ଷରେ
ସଫଳତା ପରେ ମିଳିଥାଏ ଏଠି
ସାଧନା ଆଉ ଚେଷ୍ଟାରେ ।
ନିଜର ଲକ୍ଷ୍ୟକୁ ମାରିଦିଅ ନାହିଁ
କେବେ ନିଜର ଭିତରେ
ଭୁଲକୁ ସୁଧାରି ଚେଷ୍ଟା ଜାରି ରଖ
ରହିବ ତୁମେ ଶୀର୍ଷରେ ।