Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଖରାକୁ ସାବଧାନ

ଖରାକୁ ସାବଧାନ

1 min
7.0K



ଗୋବିନ୍ଦ ଚନ୍ଦ୍ର ମହାରଣା


ବେଳକୁ ବେଳ ଖରା ହେଉଛି ପ୍ରବଳ

ଶୁଖାଇ ଦେଲାଣି କୂପ , ନଈ , ନାଳ ,

ମିଳୁନାହିଁ ଟୋପେ ଜଳ

ପାନୀୟ ଜଳର ସଙ୍କଟ ପଡିଛି

ବିକଳ ପ୍ରାଣୀ ସକଳ ।

ଟାଇଁ ଟାଇଁ ଖରା ଆସୁଅଛି ମାଡି ,

ହାତ ଗୋଡ଼ ମୁହଁ ଯାଉଅଛି ପୋଡ଼ି ,

ତାତିକୁ ସତର୍କ ରୁହ

ଗଛ ଛାଇ ଅବା ପଙ୍ଖା ତଳେ ବସି ,

ଖରାବେଳ କାଟିଦିଅ ।

ପଦାକୁ ଯିବାକୁ କର ଯେବେ ଇଚ୍ଛା ,

ମୁଣ୍ଡେ ବାନ୍ଧିନିଅ ଓଦାର ଗାମୁଛା ,

ଜୋତା ପିନ୍ଧ , ଛତା ଟେକ

ପାଣି ପିଅ ପୁଣି ପାଣିର ବୋତଲ ,

ପାଖେ ପାଖେ ସଦାରଖ ।

ଅଂଶୁଘାତ ପରି ନାହିଁ ତ ବିପତ୍ତି

ବିପଦ ଅଟଇ ଜୀବନର ପ୍ରତି ,

ବେଳୁ ହୁଅ ସାବଧାନ ,

ଝାଞ୍ଜି ଖରାବେଳେ ପଦାକୁ ନ ଯାଅ

ସାନ କୁହା ମୋର ମାନ ।


Rate this content
Log in

Similar oriya poem from Classics