Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramod Kumar Jena

Inspirational

2  

Pramod Kumar Jena

Inspirational

କି କାଳ ହେଲା

କି କାଳ ହେଲା

10 mins
6.7K


ଆସିଥିଲେ ଆମ ପାଖ ମାଉସୀ

ମନରେ ନଥିଲା ଆଗର ଖୁସି

ପଚାରିଲେ ମୋର ଆଉଁସି ପିଠି

ରହିଲା ମୋହର ଦୋଷ କେଉଁଠି

ଆଣିଛନ୍ତି ନୂଆ ବୋହୁ ସରସା

ଖାଇବେ ବୋହୁର ହାତ ପରସା

ଜବାବ ଦଉଛି କଥା କଥାରେ

(ଯେମିତି) ନାଗିଗଲା ନିଆଁ କିରାସିନିରେ

ପୁଅ କଥା ଯଦି ଦିଏ ପଚାରି

ମାଡି ବସୁଛି ସେ ଘାଉଁ କରି

ପେରେମ ସୁଆଗ ଘରେ ରଖିଥା

ଅଯଥା କରନା ମୋ ମୁଣ୍ଡ ବଥା

ରୋଷେଇ ଘରରେ କି କଟକଣା

ନାଗିଲେ ବାସନ ହେବ ଅସନା

ଚାହିଁଥାଅ ତାଙ୍କ ଫେରିବା ବାଟ

ଅଧା ରାତି ପରେ ଖୋଲ କବାଟ

ଭୋକ କଲେ ହେବ ଛଅଟ ପଟ

ଖିଆ ପିଆ ହେବ ସରିଲେ ନାଟ

ମୋ ପାଇଁ କିଆଁ ନାଗିବ ପାଲା

ନଗେଇ ଦେଇଛି ମୁହଁରେ ତାଲା

ହଇହେ ପୁଅ !

ଆମ କାଳେ କ’ଣ ଏଇୟା ଥିଲା ?

ଏ କାଳକୁ ସବୁ ଚୁଲିକୁ ଗଲା ।


Rate this content
Log in

Similar oriya poem from Inspirational