ଅନ୍ତଃସ୍ୱର-୨୮ #ଜାଡ଼
ଅନ୍ତଃସ୍ୱର-୨୮ #ଜାଡ଼
#ଜାଡ଼
●
ରଣଭେରି, ଗୁଡ଼ାଏ ପବନକୁ
ନିଜ ଭିତରକୁ ଟାଣି ଜବରଦସ୍ତ ଭର୍ତ୍ତିକରି ପ୍ରସ୍ତୁତ ରହିଛି
ବିକଟ ଚିକ୍ତାର ସହ
କରିବାକୁ ଘୋଷଣା
ଜୀବନ-ମୃତ୍ୟୁର ମହାଯୁଦ୍ଧ,
●●
ଆସନ୍ନପ୍ରାୟ ଡିସେମ୍ବର ମାସର ଶେଷ ରାତ୍ରି,
କାଳ
ପ୍ରସ୍ତୁତି ପଥେ ଏକ ନୂତନ ଆରମ୍ଭର
କିଛିକ୍ଷଣ ଅନ୍ତରାଳେ ଆସିବ
ଅନ୍ତରମୁଖୀ
ସମ୍ମୁହ ଆଲୋକପୁଞ୍ଜ,
●●●
ନିମ୍ନଗାମୀ ସମସ୍ତ ଚେତନାଗ୍ରସ୍ତ ପ୍ରାଣ,
ସ୍ନାୟୁଜାତ ବିକାର ଖୋଜି ଚାଲିଛି
ଦ୍ୱାର ମୋକ୍ଷ ,ମୁକ୍ତିର
●●●●
ଆଟଲ୍ଲାଣ୍ଟିକା
ହିମଶିଖର ତରଳାଇବା ପ୍ରକ୍ରିୟା
ତା ଚରଚରିତ ପଦ୍ଧତିରେ
ଜାରି ରଖିଛି,
ଆଲୋକର
ସଂରକ୍ଷଣ,ବିକ୍ଷେପଣ,ପ୍ରତିଫଳନ,ବିକିରଣ,
ଖାଲି ଯାହା ଦାବି କରେ
ସମୟ,
●●●●●
କାଳ ,ପବନ ପ୍ରାୟ ଆବଦ୍ଧ,
ଚିନ୍ତାରେ ପ୍ରକୃତି ପ୍ରେମି
ଯେତେ ଆବେଗ,
କେବେ ହେବ,
ରଣଭେରିରୁ ଉଚ୍ଚାରିତ ହେବାକୁ ଥିବା
ଗୋଟିଏ ଶବ୍ଧର ପ୍ରକମ୍ପନ,
#ଜାଡ଼
ଆଜି ପ୍ରାୟ ପ୍ରାଣ
ଶୀତର
ପ୍ରକୋପରେ--(ଶେଷ ).
©®କାଶ୍ୟପ,ରାୟଗଡା ।