Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ମିଳନ-ମାଧୁରୀ

ମିଳନ-ମାଧୁରୀ

1 min
7.2K


ରୋମାଣ୍ଟିକ କବି ମାୟାଧର ମାନସିଂହ


କିଶୋରୀ ଗୋ ତବ ବକ୍ଷ -କମଳ

ମୋ ହୃଦ-କମଳ ପରେ

ରଖିଲ ଯା, ଟିକେ ରହ ଥିର ହୋଇ,

ଅନୁଭବ ତାହା କରେ ।

ପୁଲକିତ ଦେହ, ପୁଲକିତ ମନ

ଆଲୋକିତ ଅନ୍ତର,

କ୍ଷୁବ୍ଧ-ଶୋଣିତ,ଅଙ୍ଗେ ଅଙ୍ଗେ

ଆନନ୍ଦେ ଥର ଥର ।

କ୍ଷୁଦ୍ର ଜୀବନ ମହା ଜୀବନରେ

ଧୀରେ ଧୀରେ ଧୀରେ ମିଶେ

ଭାସିଯାଏ ଆମ ମିଳନ-ମାଧୁରୀ

ସୃଷ୍ଟିର ଦଶ ଦିଶେ ।

ଧରା ଜୀବନର ଜଡ ଅନୁଭବ

ଦେହ ମନୁ ଧୀରେ ତୁଟେ

ହୃଦୟ-ଦଳରୁ ସୌରଭ ସମ

ମହିମ୍ନ ସ୍ତବ ଫୁଟେ !

"ଜୟ ଈଶ୍ୱରି,ପତିତ ପାବନି,

ଲକ୍ଷ୍ମୀ ଗୋ, ଜୟ ନାରୀ,

ମଙ୍ଗଳ କର,ଜାଗ୍ରତ କର

କଲ୍ୟାଣ ତବ ଢାଳି ।

ତୋହର ପ୍ରଣୟ-ଉଷାର ପରଶେ

ମୋର ମନ ଶତଦଳ,

ବିକଶିତ ହେଉ ବସନ୍ତ ସମ

ସୌରଭେ ଟଳମଳ ।

ତୋହର ପାବନ ପୁଣ୍ୟ-ଶିଖାରେ

ନିର୍ମଳ କର ମତେ,

ଧରି ହାତ ମୋର, ଘେନିଯାଅ ଯହିଁ

ଚିତ୍ତ ତୋ ଯେଉଁ ପଥେ ।"

ସମାପ୍ତ


Rate this content
Log in

Similar oriya poem from Classics