Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sabyasachee Pradhan

Abstract Drama Inspirational

4.7  

Sabyasachee Pradhan

Abstract Drama Inspirational

ଜଳୁଛି ଆଜି ବି !

ଜଳୁଛି ଆଜି ବି !

1 min
453


ଅନ୍ଧାରକୁ ଡର ବୋଲି ବୋଧହୁଏ

ହୃଦୟେ ମୋର ବିରହ ନିଆଁଟେ ଜାଳି ଦେଇ ଚାଲିଗଲ ,

ଜାଣିଦେବ କିଏ କାଳେ ମୋ ଚିହ୍ନ ତୁମ ମନେ ,

ବିଦଗ୍ଧ ସ୍ମୃତିର ପାଉଁଶ ଲେପକୁ ନିଜ ଦେହେ ବୋଳିଦେଲ ।

 ବୟସ ଶ୍ରାବଣ ଝରି ପ୍ରତିକ୍ଷଣ ଓଦାକରେ ମନ ହେଲେ ଲିଭୁନିତ ସେ ନିଆଁ,

ଫଗୁଣ ଚାହିଁରହିଛି ଆସିବ ହେଲେ ପଲକେ ତୋ ଛବି ଭରି ଆଣେ ଲୁହର ବନ୍ୟା ।

ଚାଲୁଛି ଏକା ମୁଁ ସେ ଚିହ୍ନା ଗହଳିରେ ଆଜି ଅଲୋଡ଼ା ସାଜି

 ସ୍ମିତ ହାସ୍ୟର ଛାଉଣୀ ନେଇ ,

ପଚାରିଲେ କେହି କିଛି କେବେ ମୋତେ,

ଆଗକୁ ବଢେ ମୁଁ ନିରବତାର ପରିଧାନ ଓଢେଇ ।

ନିର୍ଲିପ୍ତ ନାବିକ ନିର୍ଭୀକ ପ୍ରେମିକ ସାଇତା ଯେ ସ୍ୱପ୍ନାବଶେଷ

ନିଜ ଛଡ଼ା ଆଉ କେହି ନାହିଁ,

ତଥାପି କାହିଁକି ମନେ ପଡୁ ତୁ ସବୁ ଭୁଲି ପୁଣି ନିରୋଳାରେ 

ଖୋଜେ ତୋ ଭିତରେ ମୁଁ ମୋର ଛାଇ ।


Rate this content
Log in

Similar oriya poem from Abstract