ବୀଜ
ବୀଜ
ମେଘରୁ ଝରିପଡ଼େ ଯେବେ
ଧରିତ୍ରୀ ବକ୍ଷରେ
ଟିପି ଟିପି ବରଷାର ବୁନ୍ଦା,
ଚମକି ଉଠିପଡ଼େ
ତା ଗର୍ଭରେ ଚିର ନିଦ୍ରାରେ ଶୋଇଥିବା
ଛୋଟିଆ ବୀଜଟିଏ
ବର୍ଷାର ସୁଶୀତଳ ସ୍ପର୍ଶରେ ।।
ମହୀ ଗର୍ଭରୁ ମୁଣ୍ଡ ଟେକି
ଆଖି ପହଁରାଏ
ରବି ରଶ୍ମିରେ ଚକ୍ ଚକ୍
କରୁଥିବା ଚତୁର୍ପାର୍ଶ୍ବକୁ ବାରେ,
ନିଦ୍ରା ତ୍ୟାଗୀ
ଧଡ଼ପଡ଼ ହେଇ ଉଠିପଡ଼େ ସେ
ସୂର୍ଯ୍ୟଙ୍କ ସ୍ମିତ ହସରେ ।।
ଆଉ
ଆଗେଇ ଯାଏ ସେ
ତାର ବର୍ଷ ପୁରୁଣା କାର୍ଯ୍ୟ
ବୀଜରୁ ବୃକ୍ଷର ଯାତ୍ରାରେ ।।