STORYMIRROR

Devilraj Chinmaya

Romance

3  

Devilraj Chinmaya

Romance

ଯଶୋଦା

ଯଶୋଦା

3 mins
240

ନିଜକୁ ନିର୍ଦୋଷ ସାବ୍ୟସ୍ତ କରିବାକୁ ଯାଇ ମଣିଷ ଦୋଷ କରେ। ଲୁଚିଲୁଚି ସମାଜଠାରୁ ଦୂରକୁ ଗଲାବେଳେ ମଣିଷ ଅଜଣା ନଦୀପଠା ରେ ପାଦଚିହ୍ନ ଛାଡିଯାଏ। ସମୟର ଗଡନ୍ତି ଟ୍ରେନ ରେ ମଣିଷ ଖାଲି ଦୀର୍ଘ ନିଶ୍ବାସ କଳା କୋଇଲାର କଳା ଧୂଆଁ ଛାଡୁଥାଏ।ସେମିତି ଏକ ଟ୍ରେନରେ ବସିଥାଏ ଯଶୋଦା ଆଉ ଫେରୁଥାଏ ତା ଘରକୁ କଟରୁ ବାଲେଶ୍ଵର ଭିତରର ଯାତ୍ରା ତା ପୁଣି ଦୀର୍ଘ ଦୁଇବର୍ଷ ପରେ। ଆଜି ଯଶୋଦା ଭାରି ଶାନ୍ତ ଆଉ ଚିକ୍କଣ ବି । କଟକର ମହାନଦୀରେ ଦେହର ସବୁଦକ ମଳିଧୂଳିକୁ ଧୋଇଧାଇ ଘରକୁ ଫେରୁଚି । ଝରକା ଫାଙ୍କରୁ ସବୁଦେଖୁଚି ସେ ଦେଖୁଚି ସମସ୍ତେ କେମିତି ଧାଉଁଛନ୍ତି ଗଛପତ୍ର ନଈ ନାଳ ସବୁ ଧାଉଁଛନ୍ତି। ସେବି ଧାଇଁଯିବ ଅତିତକୁ ପଛରେ ପକେଇ ଠିକ୍ ଏ ଟ୍ରେନ ପରି । ତାହାହିଁ ହେଲା ଷ୍ଟେସନରେ ପହଞ୍ଚିଲା ଯଶୋଦା ତା ପରେ ନିଜ ଗାଁ ପାଇଁ ଅଟୋଟାଏ ଧରି ଘରକୁ ଗଲା । ଘରେ ପହଁଞ୍ଚିବା କ୍ଷଣି କେତେ ସ୍ନେହ କେତେ ଶ୍ରଦ୍ଧା ତା ନକହିବା ଭଲ । ଭାଇ ଭଉଣୀ ମା ବାପା ସମସ୍ତେ ଖୁସି ବଡଝିଅ ଯଶୋଦା ଦୀର୍ଘ ଦୁଇବର୍ଷ ପରେ ଫେରିଚି ଘରକୁ ଖୁସି ହେବେନି।

ଗପସପରେ ସମସ୍ତେ ମାତିଗଲେ ପୁରୁଣା କଥା ସହ କିଛି ନୂଆ କଥା କୁ ଯୋଡିଦେଇ ସମସ୍ତେ ହସିବାକୁ ଲାଗିଲେ । ସେତିକି ବେଳେ ମାର ଡାକ ଆଲୋ ମା ଯଶୋଦା ଗଲୁ ତୁ ଆଗେ ଗାଧୋଇ ପଡିବୁ ମୁଁ ତୋ ପସନ୍ଦ ର ଭେଣ୍ଡି ଭଜା ବଢିଚୁରା ଆଉ ନେଉଟିଆ ଶାଗ କରିଚି ତୁ ଖାଇଲା ପରେ ଯେତେ ଗପୁଚ ଗପ ମୋର ମନା ନାହିଁ। ତାହାହିଁ ହେଲା ଯଶୋଦା ଗାଧୋଇ ଫ୍ରେସ ହେଇ ଆସିଲା ସମସ୍ତଙ୍କ ପାଇଁ ପଖାଳ ବଢାହେଲା ସମସ୍ତେ ଖାଇବାକୁ ବସିଲେ ଏତିକି ବେଳେ ସାନ ମା ତରବର ହୋଇ ଗୋଟିଏ ପ୍ଲେଟରେ ମାଛଭଜା ଆଣି ପହଞ୍ଚିଲେ। ଆଉ ସେ ମାଛ ଭଜାବି ଯଶୋଦା ପାଇଁ ତା ସାନ ମା କରିଚି ଛୋଟବେଳେ ସେ ତା ସାନମା ମାଛଭଜା ଛଡା ଆଉ କୋଉଠି ଵି ମାଛ ଖାଏନାହିଁ।ସମସ୍ତେ ଖାଇବସିଲେ ଆଉ ମା ଦେଖୁଥାଏ ଯଶୋଦା ମାଛ ଖାଉନାହିଁ । ଆଲୋ ମା ଯଶ ତୁ କଣ ଆଜିଯାଏ ମାଛ ଖାଇଶିଖିଲୁଣି ଏତେ ବଡ ହେଲୁଣି କଟକରେ ଚାକିରୀ କଲୁଣି ତଥାପି ଛୋଟ ହେଇ ଅଛୁ ହଉ ଆଣିଲୁ ମୁଁ କଣ୍ଟା ଛଡେଇ ଖୋଇଦିଏ।

ମା ଯଶୋଦାକୁ ଖୋଇ ଦେଲା ଠିକ୍ ଛୋଟବେଳ ଭଳି। ଖାଇବା ସରିଲା ପରେ ସମସ୍ତେ ପୁଣି ମଜା ମସ୍ତି ରେ ଲାଗିଗଲେ। ଏମିତି ଦିନ ଯାଈ ରାତିହେଲା । ଯଶୋଦା ଆଉ ତା ମା ସାଙ୍ଗ ହୋଇ ଶୋଇଲେ ଯଶୋଦା ର ମୁଣ୍ଡ ଆଉଁଶି ଦେଇ ମା ଶୋଇଦେଲା । ଠିକ୍ ଅଧରାତି ହେବ ଯଶୋଦା ଦେହରେ ଖଇଫୁଟା ଜର ଆଉ ଛାତିରେ ଅସହ୍ୟ ଯନ୍ତ୍ରଣା। ଯଶୋଦା ସହି ନପାରି ମାକୁ ଡାକିଲା ମା ବି ଭାରି ବ୍ୟସ୍ତ ହୋଇ ଉଠିଲା । ମୁଣ୍ଡରେ ପାଣିପଟି ଦେଲା ହେଲେ ଜର କମୁଚି ନା ଛାତି ଯନ୍ତ୍ରଣା ସବୁ କିଛି ବଢିବାକୁ ଲାଗିଲା। ମା ବି ଭାରି ବ୍ୟସ୍ତ ହୋଇ କହୁଥାଏ ତୋ ପାଇଁ କାହିଁକି ମୁଁ ପଖାଳ କଲି ତୁ ଜରରେ ପଡିଲୁ। ଏମିତି ଯନ୍ତ୍ରଣା ରେ ରାତି ପାହିଲା । ସକାଳକୁ ଆହୁରି ଛାତିରେ ଯନ୍ତ୍ରଣା । ତାକୁ ନେଇ ମେଡିକାଲ ଗଲେ ମା ବି ସାଙ୍ଗରେ ଯାଇଥାଏ।ଡାକ୍ତର ଜର ପାଇଁ ଯାହା ଉପଚାର କରିବାର କରି ଗଲେ ହେଲେ ଏତ ଜର ନୁହେଁ କମିବ ବା କାହିଁକି। ଯଶୋଦା ଭାରି ଅସ୍ତବ୍ୟସ୍ତ ହୋଇ କହିଲା ମା କହିଲୁ ତୋର କେବେ ଏମିତି ହେଇଚି । ମା କହିବାକୁ ଆରମ୍ଭ କଲା ତୁ ଛଅ ସାତ ଦିନର ହୋଇଥିଲୁ ଆଉ ତତେ ଯଣ୍ଡିସ୍ ହେଇଥିଲା ତୁ ମୋ ପାଖରୁ କ୍ଷୀର ଖାଲୁନି ବୋଲି ସେ ସବୁ ଯମାଟ ବାନ୍ଧି ମୋର ଏମିତି ଯର ଆଉ ଛାତି ଯନ୍ତ୍ରଣା ହଉଥିଲା। ହଲେ ତୁ ତ ଝିଅଟେ ତୋର କାହିଁକି ଏମିତି ହଉଚି ମୁଁ ବୁଝି ପାରୁନାହିଁ । ଯଶୋଦା କେମିତି ଅଲଗା ଦୁନିଆରେ ହଜିଗଲା ସବୁ ଯନ୍ତ୍ରଣା ମଧ୍ୟ ବି ନୀରବି ଗଲା । ମା ଟିକିଏ ଯଶୋଦାକୁ ହଲେଇ ଦେଇ ଡାକିବାରୁ ଯଶୋଦା ର ସଚେତନ୍ ହେଲା ଆଉ। ତା ପରେ ଡାକ୍ତର ଆସିଲେ ଯଶୋଦା ସମସ୍ତଙ୍କୁ ସେ ରୁମ୍ ରୁ ବାହାରି ଯିବାକୁ କହିଲା ଆଉ ଡାକ୍ତଙ୍କ ସହ ନୀରୋଳାରେ କଥା ହେଲା । ତା ପରେ ଡାକ୍ତର ଔଷଧ ଦେଲେ ଆଉ ଚାଲିଗଲେ । ଗୋଟେ ଦିନ ପରେ ଯଶୋଦା ପୁରା ସୁସ୍ଥ । ଆଉ କେଜାଣି କେମିତି ଅଲଗା ଅଲଗା ଲାଗୁଥାଏ । ଆଉ ତରବର ହୋଇ କଟକ ଫେରିବାକୁ କହିଲା ସମସ୍ତେ ମାନା କରିବା ସତ୍ତ୍ଵେ ମଧ୍ୟ ମାନିଲାନି । କଟକ ରେ ପହଞ୍ଚି ଯଶୋଦା ମହାନଦୀ ପଠାର କଡରେ ଥିବା ତଣ୍ଡି ବଣକୁ ଧାଇଁ ଗଲା ଆଉ କପଡା ବୁଜୁଳା ଭିତରୁ ଜନ୍ଦା ପିମ୍ପୁଡିକୁ ଝାଡି ଭୋ ଭୋ କି କାନ୍ଦି ବାକୁ ଲାଗିଲା ।ନିଜ ଛାତିରେ ତାକୁ ଚାପିରଖି ପାଗିଳିଙ୍କ ପରି ଗଡିବାକୁ ଲାଗିଲା । ତା ପରେ ମହାନଦୀ ପାଣିରେ ତାକୁ ପକାଇବା ଫେରିଲାବାକୁ ଚାହିଁଲା ହେଲେ ଫେରିଲା ନାହିଁ ସେ ମହାନଦୀ ର ମହାଶ୍ରୋତରେ ନିଯକୁ ଭସେଇ ଦେଲା।


Rate this content
Log in

More oriya story from Devilraj Chinmaya

Similar oriya story from Romance