STORYMIRROR

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଯାହାକୁ ଯେପରି ଶିକ୍ଷା

ଯାହାକୁ ଯେପରି ଶିକ୍ଷା

1 min
14.8K


ଗୋଟିଏ ଲୋକର ଦୁଇଟି କୁକୁର ଥିଲା । ସେ ଲୋକଟି ଗୋଟିଏ କୁକୁରକୁ ଶିକାର କରିବାକୁ ସବୁଦିନ ପଠାଏ ଏବଂ ଅନ୍ୟ କୁକୁରଟିକୁ ନିଜ ପାଖରେ ବସେଇ ରଖିଥାଏ । ଶିକାରୀ କୁକୁର ସବୁଦିନେ ଯାଇ କିଛି ଜନ୍ତୁ ମାରିକରି ଆଣେ ଏବଂ ଶିକରୀ ସେଥିରୁ ଆର କୁକୁରକୁ ଅଧେ ଭାଗ ଦିଏ । ଏହା ଦେଖି ସେ ଶିକାରୀ-କୁକୁରର ମନରେ ଭାରି ଦୁଃଖ ହେଲା ଓ ସେ ଅନ୍ୟ କୁକୁରକୁ କହିଲା, “ମୁଁ କଷ୍ଟ କରି ଶିକାର କରୁଛି, ଆଉ ତୁ କିଛି ବି ନକରି ଏଇଠି ବସିଛୁ, କିନ୍ତୁ ମୋ ଶିକାରରୁ ଭାଗ ପାଉଛୁ ।”

ଏକଥା ଶୁଣି ସେ ଆର କୁକୁରଟି କହିଲା, “ମୋତେ କାହିଁକି ଗାଳି ଦେଉଛୁ, ଆମକୁ ଯାହା ବି ଶିକ୍ଷା ଦିଆ ହୋଇଛି ଆମେ କେବଳ ସେୟା ହିଁ କରୁଛୁ, ତୋତେ ଶିକାର କରିବାକୁ ଏବଂ ମୋତେ ଖାଲି ବସିବାକୁ ଶିକ୍ଷା ଦିଆହୋଇଛି ।”

ପିଲାଙ୍କୁ ଯେଉଁ କାମ ଶିଖାଇବ, ସେମାନେ ତ ସେଇ କାମ ହିଁ ଶିଖିବେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children