STORYMIRROR

shibaram dalai

Tragedy

3  

shibaram dalai

Tragedy

ଉତ୍ତମ ଦାୟଦ

ଉତ୍ତମ ଦାୟଦ

2 mins
202


ଚିଠି ଖଣ୍ଡେ ଧରି ବେଙ୍ଗ ବୁଢ଼ା ପଶ୍ଚିମ ଓଡ଼ିଶାର ଏକ ଅଜଣା ବସ ଷ୍ଟାଣ୍ଡ ରେ ବସି ରହିଥିଲା ସକାଳୁ ସଞ୍ଜ ଯାଏ । ମନରେ ଦୃଢ଼ ବିଶ୍ୱାସ ତାହାର ପୁଅ ଆସି ପାଛୋଟି ନେବ ।

   ମାଆ ମରିଗଲା ପରେ ଅତି ଗେହ୍ଲା ଆଦରରେ ବେଙ୍ଗ ବୁଢ଼ା ପୁଅଟିକୁ ବଡ଼ କରିଛି । 

   ସଞ୍ଜ ଗଡ଼ି ରାତି ମାଡ଼ିଆସିଲା ହେଲେ ପୁଅ ଆସିଲା ନାହିଁ । ହଠାତ ମନରେ ଧୂଳିଝଡ଼ ମାଡି ଆସି ବେଙ୍ଗ ବୁଢ଼ା ର ବିଶ୍ୱାସ କୁ ଭାଙ୍ଗିବାକୁ ଲାଗିଲା । ଶ୍ରାବଣ ର ବର୍ଷା ପରି ଅଶ୍ରୁ ଆଖିର ନିମ୍ନ ଭାଗକୁ ଛୁଟି ଚାଲିଲା ।ତା ମନରେ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଲା ।  କେହି କେହି ପଚାରୁଥିଲେ ତୁମର କ'ଣ ହେଇଛି ମଉସା ? କେଉଁଠି କି ଯିବେ ? ବେଙ୍ଗ ବୁଢ଼ା କେବଳ ଉତ୍ତର ଦେଉଥାଏ ମୋ ପୁଅ ଆସିବ ମୋତେ ସାଥିରେ ନେଇ ଯିବ ।

  ପ୍ରାଏ ରାତି ସାଢ଼େ ଏଗାରଟା ବାଜି ଯାଇଥିଲା ବସ ଷ୍ଟାଣ୍ଡ ରେ ଆଉ ମାତ୍ର ଦୁଇଟି ଦୋକାନ ଖୋଲା ଥାଏ ।ସେମାନେ ମଧ୍ୟ ଦୋକାନ ବନ୍ଦ କଲେ ।ସେମାନେ ଦେଖୁଥିଲେ ସକାଳ ପହରୁ ବୁଢ଼ା ଟା ବସି ରହିଛି। ପାଖକୁ ଯାଇ ସେମାନେ ବେଙ୍ଗ ବୁଢ଼ା କୁ ସବୁକଥା ପଚାରିଲେ । ମୋ ପୁଅ ମୋତେ ବସ ରେ ବସେଇ ଦେଇ କହିଲା "ବାପା ମୋର କାମ ଟିକିଏ ସରିଲା ନାହିଁ ତୁମେ ଆଗ ଗାଡ଼ିରେ ଯାଅ ଆଉ ମୁଁ କାମ ସାରି ପଛ ଗାଡ଼ିରେ ଯାଇ ଟିକିଏ ବିଳମ୍ବରେ ପହଁଚିଯିବି" ।ଗାଡି ଯେଉଁଠି ରହିବ ବସ ଷ୍ଟାଣ୍ଡ ରେ ମୋତେ ଅପେକ୍ଷା କରିଥିବ । ଯଦି ମୋର ଅଧିକ ବିଳମ୍ବ ହୁଏ ମୋତେ ଅପେକ୍ଷା ନ କରି ଏହି ଠିକଣା ପଚାରି ପଚାରି ମୋ ଭଡା ଘରକୁ ଚାଲିଯିବ । ସେ ଦୋକାନୀ ଭିତରୁ ଜଣେ କହିଲା ମଉସା ମୋତେ ସେ ଠିକଣା ଟିକିଏ ଦେଖେଇବେ । ବେଙ୍ଗ ବୁଢ଼ା ଠିକଣା କାଗଜ ଟିକୁ ବଢ଼େଇ ଦେଲା ।

  ଦୋକାନୀ ଜଣଙ୍କ ଠିକଣା କାଗଜ ପଢ଼ି ଚମକି ପଡିଲା । ଭାବିଲା ଏପରି ବାପା ର ଉତ୍ତମ ଦାୟଦ ନିଶ୍ଚେ , ନଚେତ ଏ ବୟସ ରେ ବୁଢ଼ା ପ୍ରତି ଏପରି କରିବାକୁ କ'ଣ ମନ କରିଥାନ୍ତା ।

  ବେଙ୍ଗ ବୁଢ଼ାକୁ ଦୁହେଁ କାଳ ବିଳମ୍ବ ନକରି କାଗଜରେ ଲେଖାଥିବା ଠିକଣା ଜାଗାକୁ ନେଇ ଗଲେ । କାଗଜ ରେ ଲେଖା ଥିଲା ଯେ କୌଣସି ସହୃଦୟ ବ୍ୟକ୍ତି ଯଦି ଏ ବୃଦ୍ଧ ବ୍ୟକ୍ତିଙ୍କୁ ପାଆନ୍ତି ତେବେ ତାଙ୍କୁ ଆଖପାଖରେ ଥିବା ବୃଦ୍ଧାଆଶ୍ରମ ରେ ଛାଡି ଦେବେ ।

    ଦୋକାନୀ ଦୁହେଁ ଘରକୁ ଯିବା ରାସ୍ତାରେ ବେଙ୍ଗ ବୁଢ଼ାକୁ ଗୋଟେ ବୃଦ୍ଧାଆଶ୍ରମ ରେ ଛାଡି କହିଲେ ରାତି ଅନେକ ହେଲାଣି ଆପଣ ଏହିଠି ଆଜି ରହି ଯାଆନ୍ତୁ କାଲି ଆସି ଆମେ ଆପଣଙ୍କୁ ସଠିକ ଜାଗାରେ ପହଞ୍ଚାଇ ଦେବୁ । ପରଦିନ ଦୋକାନୀ ଦୁହେଁ ବେଙ୍ଗ ବୁଢ଼ା ଠାରୁ ତା ଗାଁ ଢେ଼ଙ୍କାନାଳ କାମାକ୍ଷାନଗର ଅଞ୍ଚଳରେ ଜାଣିବାକୁ ପାଇବା ସହ ବୃଦ୍ଧାଆଶ୍ରମ ର କର୍ମଚାରୀ ଦୋକାନୀ ଦୁହେଁ ବେଙ୍ଗ ବୁଢ଼ାକୁ ତା ଗାଁ କୁ ଫେରାଇ ଆଣିଲା ବେଳକୁ ଦୀର୍ଘ ଦିନ ରୁ ବ୍ଲଡ଼ କ୍ୟାନ୍ସରରେ ପୀଡ଼ିତ ବୁଢ଼ା ର ପୁଅ ଶେଷ ନିଶ୍ଵାସ ତ୍ୟାଗ କରିସାରିଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy