STORYMIRROR

❤️ur sahu ❤️

Romance

3  

❤️ur sahu ❤️

Romance

ତୁମେ ଗଲା ପରେ

ତୁମେ ଗଲା ପରେ

7 mins
189

ଖାସ୍ ତୁମକୁ ସେଦିନ ଛାଡିନଥାନ୍ତି, ତେବେ ତୁମେ ମୋ ପାଖରେ ବର୍ତ୍ତମାନ ରହିଥାନ୍ତ ଆଉ ତୁମ ପାଇଁ ମୁଁ ପାଗଳିଙ୍କ ପରି ଦିନ ରାତି ଅପେକ୍ଷା କରିବାକୁ ପଡିନଥାନ୍ତା । ପୁଣି whatappକୁ ଖୋଲି ତୁମର last seenଟି ଦେଖିଲି, ତିନି ମାସ ହେଲାଣି ସେହି ଗୋଟିଏ ଦେଖୁଚି last seen 2 april, 10.14 Am । ବେଳେବେଳେ ଲାଗେ ମୋ ଫୋନ ଖରାପ କି ?କିନ୍ତୁ ଫୋନ ତ ବିଲ୍ କୁଲ୍ ଠିକ୍ ଅଛି । ଘରେ ବସି ବସି ବିରକ୍ତ ଲାଗୁଥିବା ହେତୁ ଛାତ ଘର ବାହାରେ ଥିବା ଦୋଳି ଉପରେ ବସିପଡ଼ିଲି । ତୁମେ ଚାଲିଗଲା ପରେ ସେ ହିଁ ତ ଶେଷ ସାଥି । ତୁମ ସହିତ କଥା ହେଲାବେଳେ ସେହି ଦୋଳିର ଲୁହା ରେଲିଂକୁ ତୁମେ ବୋଲି କେତେଥର ଯେ ଚୁମ୍ବନ କରିଥିଲି ତୁମେ ଗଲା ପରେ ସେହି ଲୁହାରୋଲିଂରେ ସବୁ ଲୁହ ଢାଳିଦେଇଥିଲି । ବୋଧହୁଏ ହୁଏ ପୂର୍ଣ୍ଣିମା ତିଥି ଥିଲା । ପୂର୍ଣ୍ଣିମା ତିଥି ହୋଇଥିଲେ ସୁଦ୍ଧା ମନ ଭିତରେ ଅମବାସ୍ୟାର କଳା ଅନ୍ଧାର ଘୋଟି ହୋଇ ରହିଥିଲା । ଫୋନରେ ତୁମର ସେହି ପ୍ରିୟ ସଙ୍ଗୀତ ' ଜହ୍ନରେ ତତେ ପୁନେଇ ରାଣ ' ଗୀତଟି ଆଖି ବନ୍ଦ କରି ତୁମକୁ ଅନୁଭବ କରିବାରେ ଲାଗିଲି । ତୁମେ ଥିଲା ବେଳେ ସେହି ଗୀତଟି ଶୁଣି ଜୀବନର ଆଗାମୀ ଦିନଗୁଡ଼ିକ ମନେମନେ ଭାବିସରିଥିଲି । ଦୁଃଖ ଗୀତ ଶୁଣି ମଧ୍ୟ ସେହି ଗୀତକୁ ଅନୁଭବ କରି ବହୁତ ଖୁସି ଲାଗିବାର କିନ୍ତୁ ଏବେ ପ୍ରେମ ସଙ୍ଗୀତ ଶୁଣି ସୁଦ୍ଧା କାନ୍ଦ ଲାଗିଯାଏ । 

   ତୁମକୁ ପ୍ରଥମେ ଅଜାଙ୍କ ଗାଁରେ ଦେଖିଥିଲି । ସେତେବେଳେ ତୁମକୁ ମାତ୍ର ଏକୋଇଶ ବର୍ଷ ହୋଇଥିଲା । ମୋ ଠାରୁ ଚାରି ବର୍ଷରେ ବଡ ଥିଲ । ଅଜାଙ୍କ ଗଳି ସିଧା ଯୋଉ ମନ୍ଦିରଟି ଥିଲା ତାରି ପାଖରେ ଜଣେ ଭିକାରୀ ସହିତ ବସି ନିଜର ଦୁଃଖ କହୁଥିଲା । ସେ ମଧ୍ୟ ଶୁଣୁଥିଲା । ଶେଷରେ ତାକୁ ୫୦ ଟଙ୍କିଆ ନୋଟଟେ ଦେଇ ଚାଲିଗଲ । ପୁଣି ସେହି ସମୟକୁ ସବୁ ଦିନ ମୁଁ ଅପେକ୍ଷା କରିବାରେ ଲାଗିଲି, ତୁମେ ମଧ୍ୟ ଆସ, କିନ୍ତୁ ମନ୍ଦିର ନ ଯାଇ ସେହି ଭିକାରୀ ପାଖରେ କିଛି ସମୟ ବସି ଚାଲିଯାଅ । କିନ୍ତୁ ପରେ ଜାଣିବାକୁ ପାଇଲି ତମେ ଅଜାଙ୍କ ଘର ପଡୋଶୀ । 

  ତୁମକୁ ପ୍ରଥମ ଦେଖାରେ ହିଁ ଭଲପାଇ ବସିଥିଲି । ତୁମକୁ ସବୁଦିନ ଲୁଚିଲୁଚି ଦେଖିବାର କିନ୍ତୁ ତୁମେ ...... । ଦିନେ ସ୍ନେହାକୁ ତୁମ ବିଷୟରେ କହିଲି ସେ କହିଲା ତାକୁ ଭୁଲିଯା ତୁ, କାରଣ ସେ କୋଉ ଝିଅକୁ ଆଖି ଉଠେଇ ମଧ୍ୟ ଦେଖେନି । ମୁଁ ଭାବିଲି ଭଲପାଇବା ଅସୁବିଧା ବୋଧହୁଏ । କିନ୍ତୁ ସେ ମେଳାପୀ ସ୍ୱଭାବର ଲୋକ । ସବୁଦିନ ହସହସ ମୁହଁ । ତଥାପି ଗୋଟିଏ ଦିନ ସାହସ କରି ତୁମକୁ କହିଦେଲି କିନ୍ତୁ ତୁମେ କିଛି ନ କହି ଚାଲିଯାଉଥିଲ ମୁଁ ଉଚ୍ଚ ସ୍ୱରରେ ଡାକି କହିଲି କାହାକୁ ଭଲପାଉଛ ଯଦି ମୋତେ କହିଦିଅ, ମୁଁ ସାହାଯ୍ୟ କରିପାରିବି । ତୁମେ ରାଗିଯାଇ ବୁଲିପଡି କହିଲ ସବୁ ପୁଅ ଖାଲି ଝିଅଙ୍କ ପାଇଁ କାନ୍ଦନ୍ତିନି । ଆହୁରି କିଛି କାରଣ ଥାଏ । ଏତିକି କହି ଚାଲିଗଲ । 

   ମୁଁ ଧୀରେଧୀରେ ତୁମ ମାଆଙ୍କ ସହ କଥା ହୋଇ ତାଙ୍କ ସହ ସାଙ୍ଗ ହୋଇଗଲି । ଓ ତୁମକୁ ଦେଖିବା ବାହାନାରେ ତୁମ ଘରକୁ ବାରମ୍ବାର ଯିବାର ମଧ୍ୟ । ଦିନେ ମୁଁ ତୁମ ଘରକୁ ଗଲାବେଳେ ତୁମେ ବସି କାନ୍ଦୁଥାଅ ମୋତେ ଦେଖି ଆଖିରୁ ଲୁହ ପୋଛିଦେଲ । ମୁଁ ସିଧା ତୁମ ମାଙ୍କ ପାଖକୁ ଯାଇଥାନ୍ତି କିନ୍ତୁ ତୁମକୁ ଦେଖି ମୋପାଦ ସେଇଟି ଅଟକି ଗଲା । ସେଇଠି ବସିପଡ଼ି କାନ୍ଦିବାର କାରଣ ପଚାରିଲି ? କିଛି କହିଲନି । ସେଥିପାଇଁ ମୁଁ ପୁଣି କହିଲି ଶୁଣିଥିଲି ଯୋଉ ମାନେ ନିଜର କଥା ଯାହାକୁ କହିପରନ୍ତିନି ସେମାନେ ହିଁ ଅଧିକ ରାଗନ୍ତି, ଠିକ ତୁମ ପରି । ତୁମେ ଚାହିଁଲେ ତୁମର କଥା ମୋତେ କହିପାର । ତୁମ ଉତ୍ତରକୁ ଅପେକ୍ଷା ନ କରି ମୁଁ ତୁମ ମାଆଙ୍କ ପାଖକୁ ଚାଲିଗଲି । 

  ଧୀରେଧୀରେ ତୁମେ ମୋ ସହିତ କଥା ହେବା ସହ ତୁମର ପ୍ରତ୍ୟେକଟି କଥା ମୋତେ କହିଲ । ଏତେ ଦୁଃଖ ଯେ ଭଗବାନ କାହାକୁ ଦିଅନ୍ତି ମୋ କଳ୍ପନା ବାହାରେ ଥିଲା । ଏତେ ଦୁଃଖ ଥାଇ ସୁଦ୍ଧା କେହି ଜଣେ ହସିପାରେ ଜାଣିନଥିଲି । ପରିବାର ଅସୁବିଧା, ବାପାଙ୍କ ଦେହ ଖରାପ, ପୁଣି ତୁମର ପାଠପଢା ପାଇଁ ଖର୍ଚ୍ଚ ଏମିତି ଅନେକ କଥା କହି କାନ୍ଦିଥିଲ । ଧୀରେଧୀରେ ଆମ ବନ୍ଧୁତା ପ୍ରେମର ରୂପ ନେଲା । ତୁମର ସେହି ସରଳ ହୃଦୟ ପାଇଁ ତୁମ ପ୍ରତି ମୋ ପ୍ରେମ ଦୁଇଗୁଣ ହୋଇଯାଉଥିଲା ଜଣେ ରାଗି ମଣିଷ ଭିତରେ ଯେ ଛୋଟ ସରଳ ହୃଦୟ ଟେ ଥାଏ ତାହା ତୁମଠୁ ଜାଣିବାକୁ ପାଇଥିଲି । 

    ପାଞ୍ଚ ବର୍ଷ କେତେ ଝଗଡା ଓ ଭଲପାଇବାରେ କଟିଯାଇଥିଲା ଏହାରି ଭିତରେ ତମର ଚାକିରୀ ପାଇଁ ଆବେଦନ ଓ ରିଜେକ୍ସନ । ବାରମ୍ବାର ହାରିବା ପରେ ମୋର ତୁମକୁ ସେହି ଭରଷା ଦେବା ଓ ଦୁହେଁ ଦୁହିଁଙ୍କୁ ବୁଝିବା । ପ୍ରତ୍ୟେକଟି ଛୋଟ ଛୋଟ କଥା କହିବାରେ ବିତିଯାଇଥିଲା । ଅଜାଙ୍କ ଘରକୁ (ଭୁବନେଶ୍ୱର) ଆମ ଘରକୁ (ବ୍ରହ୍ମପୁର)ମୋର ପ୍ରାୟ ଯିବା ଆସିବା ଲାଗିରହିଥାଏ । ମୁଁ ବ୍ରହ୍ମପୁରକୁ ଆସିଲାବେଳେ ଦେଖିକି ଯିବ, ପୁଣି କେବେ ଆସିବ କହି କାନ୍ଦିବାଠୁ ଭୁବନେଶ୍ୱର ପହଞ୍ଚିବା ଓ ମୋତେ ଦେଖି ତୁମର ଖୁସି ହେବା... ଲାଗିରହିଥିଲା । କିନ୍ତୁ ଏଥର ମୋ ସହିତ ଆସିବା ପାଇଁ ଜିଦ୍ଦି କରି ବସିଥିଲେ । କିନ୍ତୁ ଆଉ ପାଞ୍ଚ ଦିନ ଗଲେ ତୁମର ଯେ ଇଣ୍ଟରଭିୟୁ ଥିଲା କହିଲି ମୋ ପ୍ରଶ୍ନରେ ରାଗିଯାଇ କହିଥିଲ ମୋତେ ଚାକିରୀ ଦରକାର ନାହିଁ । ମୁଁ କହିଥିଲି ତୁମର ମନେ ଅଛି ତ! ଚାକିରୀ ନ କଲେ ଘରେ ବାବା ମା ବାହାଘର ପାଇଁ ରାଜି ହେବେନି । 

  ତୁମେ ଟିକିଏ ଭାଙ୍ଗିପଡ଼ିଲା ଭଳି ମୁହଁ ଶୁଖାଇ ପଚାରିଲ - ତା ହେଲେ କଣ କରାଯିବ ? ତମ ସହିତ ମୋର ଏତେ ବର୍ଷର ଭଲପାଇବା ହୃଦୟ ଦିଆ ଦେଇ । କିନ୍ତୁ ଆଜି କହୁଛ - ଚାକିରୀ ନ ପାଇଲେ ଅବଶିଷ୍ଟ ଜୀବନ ଅସ୍ପୃଶ୍ୟ ହୋଇ ରହିଯିବୁ । ଆଗକୁ କିଛି ନ କହିବା ପାଇଁ ମୁଁ ତୁମ ପାଟିରେ ହାତ ଦେଇ ଚୁପ୍ କରାଇ କହିଥିଲି - କଳ୍ପନା ଶକ୍ତିକୁ ଆଉ ବେଶୀ ଦୂର ଲମ୍ବାଅ ନାହିଁ । ତମ ସରଳତାରେ ଯେପରି କୌଣସି ଭେଜାଲ୍ ମିଶିନାହିଁ, ମୋ ଭଲପାଇବାରେ ମଧ୍ୟ ସେଇ ଭଳି କୌଣସି ପ୍ରଲୋଭନର ଅପମିଶ୍ରଣ ଘଟିନାହିଁ । କିନ୍ତୁ ତୁମର ଏକା ଜିଦ୍ଦି ଥିଲା କାଲି ମୁଁ ବ୍ରହ୍ମପୁର ଆସିଲାବେଳେ ତୁମେ ମଧ୍ୟ ମୋ ସହିତ ଆସିବ । 

  ମୁଁ ମନା କରି କହିଥିଲି -ତମେ କାହିଁକି ସାଙ୍ଗରେ ଯିବ ? ଦିନବେଳେ ବସରେ ଯିବାବାଟରେ ମୋତେ କେହି ଅପହରଣ କରି ନେବାର ଭୟ ନାହିଁ । 

 ତୁମେ କହିଥିଲ - ହରଣ ଗୁଣନ କଥା ନୁହେଁ ; ତୁମେ ପୁଣି ଯାଇ ମାସେ ପରେ ଆସିବ, ମୋତେ ଏକୁଟିଆ ରହିବାକୁ ହେବ । ତାର କ୍ଷତି ପୂରଣପାଇଁ ମୁଁ ତୁମ ସହିତ ତିନି ଘଣ୍ଟା ବସରେ ପାଖରେ ବସି କରି ଯିବାକୁ ଚାହେଁ । 

 ତୁମର ଏହି ପ୍ରକାର କଥା ଶୁଣି ମୁଁ ବିରକ୍ତ ହୋଇ କହିଥିଲି - ମୋତେ ବସଷ୍ଟାଣ୍ଡରୁ ନେବା ପାଇଁ ଶିଲା ଦିଦି ଆସୁଛନ୍ତି । ତମ ସହିତ ମୋତେ ଦେଖିଲେ ସେ କଣ ଭାବିବେ ? ତମସହିତ ମୋର ନିଃସଙ୍କଚରେ ପରିଚୟ ଦେଲା ଭଳି କୌଣସି ସାମାଜିକ ସମ୍ପର୍କ ଏ ପର୍ଯ୍ୟନ୍ତ ପ୍ରତିଷ୍ଠିତ ହୋଇନାହିଁ । 

 ମୋର ଏହି କଥାକୁ ବୃଥା ଭୟର ନାମ ଦେଇ କହିଥିଲ - ଆମର ବାହାଘର ହୋଇନାହିଁ ସତ, ହେଲେ ଯେ କୌଣସି ବିବାହିତ ପତି- ପତ୍ନୀଙ୍କ ଠାରୁ ଆମ ଭଲପାଇବା କୌଣସି ଗୁଣରେ ଉଣା ନାହିଁ । ତୁମେ ମୋର ହୃଦୟର ସ୍ପନ୍ଦନ, ମୁଁ ତୁମ ଛାତିତଳର ତାତି ! ଠିକ ନା ?

  ମୁଁ ତୁମର ଏହି କଥା ଶୁଣି ଖାଲି ହସିଥିଲି । 

ପୁଣି ଉତ୍ସାହିତ ହୋଇ କହିଥିଲ - ମୁଁ ତୁମକୁ ଖାଲି ବସରେ ଓହ୍ଲାଇ ଦେଇ ତୋ ଶିଲା ଦି ଆସିବା ପର୍ଯ୍ୟନ୍ତ ଦୂରରେ ଜଗି ରହି ଶିଲା ଦି ଆସିଗଲେ ମୁଁ ପୁଣି ଚାଲିଆସିବି । ତୋ ଶିଲା ଦିଦି ମୋ ଚେହେରା ସୁଦ୍ଧା ଦେଖିପାରିବ ନାହିଁ । 

  ମୁଁ ତୁମକୁ ବୁଝାଇବାକୁ ଯାଇ କହିଥିଲି ଖାଲି ଶିଲା ଦି ଭୟ ନୁହେଁ । ବସ ପାଖରେ ବସିଗଲେ ତୁମକୁ ମଧ୍ୟ ମୋର ପ୍ରାଣ ଭୟ । ସବୁବେଳେ ତମ ହାତ ଗୋଡ କଥା କହୁଥିବ । ଵସରେ ମତେ ସମସ୍ତେ ଚିହ୍ନନ୍ତି । ମୁଁ ଅପଦସ୍ତ ହେବି । 

 ଏହା ଶୁଣି ତୁମେ କହିଥିଲ - ଠିକ୍ ଅଛି, ତମେ ଲେଡିଜ୍ ସିଟରେ ବସିବ । ମୁଁ ତମ ପଛସିଟରେ ବସିବି । ପାଖରେ ବସିଲେ ସିନା ହାତ ଗୋଡ ଖୁଜୁ ବୁଜୁ ହେବ । 

 - ନା, ନା - ପଛରେ ବସିଲେ ବି ଗୋଡ ଲମ୍ବ ହୋଇଯିବ । ତୁମକୁ ଏସବୁ କଥାରେ ମୋର ଆଦୌ ବିଶ୍ୱାସ ନାହିଁ । ଯଦି ଦୁଇଟା ସିଟ୍ ଛାଡି ପଛରେ ବସିବ ତେବେ ଚାଲ -

 ତୁମେ ଖୁସି ହୋଇଗଲ, କିନ୍ତୁ ମୋତେ ଭଲ ଲାଗିଲାନି ପୁଣି କହିଲି - ନ ଗଲେ ଚଳନ୍ତା ନାହିଁ ? ଦୂର ସିଟରେ ବସି ମୋତେ ଖାଲି କଲ ବଲ କରି ଦେଖୁଥିବ - ମୋତେ ଆଦୌ ଭଲ ଲାଗିବ ନାହିଁ । 

  - ନା, ନା ତତେ ଖୁବ ଭଲ ଲାଗିବ । ମୁଁ ପ୍ରତି ବସଷ୍ଟପରେ ଓହ୍ଲାଇ ତୋ ପାଇଁ କୋକାକୋଲା, କିଟ୍ କାଟ୍ ଚକୋଲେଟ କିଣି ଆଣିଦେବି । ତମେ ଖାଲି ମଝିରେ ମଝିରେ ମତେ ଚାହିଁ ହସିଦେଉଥିବ । ତମ ହସ ଦେଖିଲେ ମୋର ସବୁ ଦୁଃଖ ଜଳ ହୋଇଯିବ । 

 ମୁଁ ଆଉ ମନା କରିବା ପାଇଁ ଚୁକ୍ତି ଖୋଜିପାଇଲି ନାହିଁ । ଶେଷରେ ମୋ ସହିତ ତମେ ଯିବା ପାଇଁ ସ୍ଥିର ହୋଇଗଲା । 

 ତା ଆର ଦିନ ଗୋଟିଏ ଲମ୍ବା ନାଲିରଙ୍ଗର ବସରେ ଅଲଗା ଅଲଗା ବସି ଆମେ ଗୋଟିଏ ଲକ୍ଷ୍ୟ ସ୍ଥଳ ଉଦ୍ଦେଶ୍ୟରେ ଯାତ୍ରାରମ୍ଭ କରିଲୁ । 

 ଭଗବାନଙ୍କ ଦୟାରୁ ଦୁହେଁଙ୍କୁ ଝରକା ପଟେ ସିଟ୍ ମିଳିଗଲା । ମୋ ପାଖ ସିଟରେ ଜଣେ ଅଳ୍ପ ବୟସୀ ଝିଅଟେ ବସିଥିଲା । ଆଉ ତୁମ ପାଖରେ ତା ସହ ଯାତ୍ରା କରୁଥିବା ତାର ଜେଜେବାପା ବସିଥିଲେ । ଝିଅଟିକୁ ବସରେ ବସିଲେ ବାନ୍ତି ଲାଗୁଥିବା ହେତୁ ସେ ମୋତେ ଝରକା ପଟ ସିଟ୍ଟି ମାଗିଥିଲା କିନ୍ତୁ ମୋର ମଧ୍ୟ ସେହି ବସରେ ବସିଲେ ବାନ୍ତି ଅସୁବିଧାଟି ଥାଏ । ଶେଷରେ ତା ଜେଜେବାପା ତୁମକୁ କହିଥିଲେ ତୁମେ ମଧ୍ୟ ତମ ସିଟ୍ଟି ତାକୁ ଦେଇ ତା ସିଟ୍ - ମୋ ପାଖରେ ଆସି ବସିପଡିଲ । ରାସ୍ତାସାରା କିଛି ନ କହିଲେ ମଧ୍ୟ ବଲବଲ କରି ମୋତେ ହିଁ ଚାହିଁରହିଲ । 

 ଶେଷରେ ବସଷ୍ଟାଣ୍ଡ ଆସିଗଲା । ମତେ ତ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ଦେଲ । ଠିଆ ହୋଇ ରହିଛ କାହିଁକି ?ଏବେ ତ ଯାଅ ନ ହେଲେ ବସ୍ ଚାଲିଯିବ ଆଉ ଶିଲା ଦିଦି ମଧ୍ୟ ଆସିଯିବେ -ରାଗିକି କହିଦେଇଥିଲି । କିନ୍ତୁ ବିଶ୍ୱାସ କର ଏତେ ଦୂର ଯିବାପାଇଁ କହିନଥିଲି .... । ତୁମେ କିଛି ନ କହି ମୁଣ୍ଡ ତଳକୁ କରି ଠିଆ ହୋଇ ରହିଲ । ଶେଷରେ i love you କହିଥିଲ ଦୀର୍ଘ ତିନିବର୍ଷ ଭଲପାଇବା ଭିତରେ ଏହି ଶବ୍ଦଟି ତୁମ ପାଟିରେ ଥରୁଟିଏ ମଧ୍ୟ ଶୁଣିବାକୁ ପାଇନଥିଲି । ମୁଁ ମଧ୍ୟ ହସିଦେଇଥିଲି । ଶିଲା ଦିଦି ଆସି ଅଟୋ ଭଡା କରି ଆମେ ଗାଁ ଅଭିମୁଖେ ବାହାରି ପଡିଲୁଣି କିନ୍ତୁ ସେମିତି ଲୁହ ଜଳଜଳ ଆଖିରେ ସେମିତି ଚାହିଁରହିଥିଲ ଛୋଟ ପିଲାଙ୍କ ପରି । 

  ଗାଁରେ ପହଞ୍ଚିବାର ଠିକ ପନ୍ଦର ଦିନପରେ ଦିନେ ସକାଳୁ ମା, ଆଇଙ୍କ ସହ କଥା ହେଉଥିଲେ ଆଉ ମୁଁ ଶୁଣିବାକୁ ପାଇଲି ତୁମେ ଆତ୍ମହତ୍ୟା କରିଦେଇଛ । ମୋ ପାଦତଳୁ ମାଟି ଖସିଗଲା ପରି ମନେହେଲା । କୌଣସି ମତେ ନିଜକୁ ସମ୍ଭାଳି ପାଖରେ ଥିବା ଚୌକି ଉପରେ ବସିପଡ଼ିଲି । 

   ମନେମନେ ତୁମ ଉପରେ ବହୁତ ରାଗିଲି ସାମାନ୍ୟ ଚାକିରୀ ମିଳୁନି ବୋଲି କିଏ କେବେ ଆତ୍ମହତ୍ୟା କରେ କି ? ଏମିତି ଘୃଣ୍ୟ କାମ କରିବାକୁ ଗଲାବେଳେ ତୁମେ ତମ ମାଆ, ବାପା, ପରିବାର, ସାଙ୍ଗସାଥିଙ୍କୁ ବିଷୟରେ ଥରୁଟିଏ ମଧ୍ୟ ଭାବିଲାନି । ତୁମ ଶବକୁ ଦେଖି ଯେ କେତେ ଜଣ ଜୀଅନ୍ତା ଶବ ପାଲଟି ଯେବେ ଭାବିପରିଲାନି । ଆତ୍ମହତ୍ୟା ହିଁ ସବୁ ସମସ୍ୟାର ସମାଧାନ ନୁହେଁ । 

   ହଠାତ ମାଆଙ୍କ ଡାକରେ ପ୍ରକୃତିସ୍ଥ ହୋଇ ବସିପଡ଼ିଲି ସେତେବେଳେ ସବୁଦିନ ପରି ମୋ ହାତରେ କେହି ଜଣେ ଅଦୃଶ୍ୟ ହାତ ଛନ୍ଦିହେଲା ପରି ମନେହେଲା । ସେହି ସ୍ପର୍ଶ, ତୁମେ ଗଲାପରେ ମୁଁ ଯେତେବେଳେ ମଧ୍ୟ କାନ୍ଦେ ସେହି ଅଦୃଶ୍ୟ ହାତ ଆସି ମୋ ହାତରେ ଛନ୍ଦି ହୋଇଯାଏ । ତୁମେ ବୋଧହୁଏ ହୁଏ ସିଏ ......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from ❤️ur sahu ❤️

Similar oriya story from Romance