ଟ୍ରେନ ରେ ଡକାୟତୀ
ଟ୍ରେନ ରେ ଡକାୟତୀ
ଉଣେଇଶ ଶତାନବେ ଅଠାନବେ ମସିହାର କଥା, ମୁଁ ସେତେବେଳେ,
ହାଟ ଡ଼ିହି ଟ୍ରେଜେରିରେ କାର୍ଯ୍ୟରତ, ମୋ ସ୍ତ୍ରୀ ର ଭାରି ଇଚ୍ଛା ସେ କଲିକତା ଦୁର୍ଗା ପୂଜା ଦେଖିବ, ମୁଁ ମଧ୍ୟ ତାକୁ କଥା ଦେଇଥିଲି, ଏହିଥର ଦୁର୍ଗା ପୂଜାରେ ତାକୁ କଲିକତା ବୁଲେଇ ନେବି ସେହି ସମୟ ହେଲା ମୁଁ ଦୁର୍ଗା ପୂଜା ଛୁଟି କୁ ମିଶାଇ ଆଉ ଚାରିଦିନ ଛୁଟି ଆଣିଲି, ଆମେ ସମସ୍ତେ ଦୁର୍ଗା ପୂଜାର ଦୁଇଦିନ ପୂର୍ବରୁକଲିକତା ଯିବାକୁ ବାହାରିଲୁ, ଆମେ ଭଦ୍ରକ ଷ୍ଟେସନ ରୁ ଗାଡ଼ିକି ଉଠିବା ମୁସ୍କିଲି, ଯାହାହେଉ ବହୁ କଷ୍ଟ ରେ ଆମେ ସମସ୍ତେ ଗାଡିକୁ ଚଢିଗଲୁ, ବହୁ ଚେଷ୍ଟା ପରେ ଗେଞ୍ଜା ଗେଂଜି ହୋଇ ଆମେ ଦୁହେଁ ଦୁଇଟି ଜାଗାରେ ବସିଲୁ, ଆଉ ଆମର ଦୁଇ ପୁଅ ଓ ଗୋଟିଏ ଝିଅ ସେମାନଙ୍କୁ ମଧ୍ୟ ପାଖରେ ବସେଇ ବହୁ କଷ୍ଟ ରେ ସେ ରାତି କଟେଇ ତାପର ଦିନ ହାୱାଡା ଷ୍ଟେସନ ରେ ଓହ୍ଲେଇଲୁ,, ତାପରେ ପ୍ଲାଟଫର୍ମ ରୁ ବାହରି ମୋ ସାନ ଭାଇ ଦୀନବନ୍ଧୁ ରହୁଥିବା ଜାଗାକୁ ଗଲୁ !
ସେଠାରେ ମୋ ସାନଭାଇ ତା ସ୍ତ୍ରୀ ରମା ବଡ଼ ପୁତୁରା ମୁନା ତିନିବର୍ଷ ଓ ସାନ ପୁତୁରା କୁନା ବର୍ଷ କର ହୋଇଥାଏ, ଆମେ ସମସ୍ତେ ସେଦିନ ସେଇଠି ସାଙ୍ଗ ହୋଇ ରହିଲୁ, ତା ପର ଦିନ ଦିନବେଳା ବିଭି ନ୍ନ ତୀର୍ଥ ସ୍ଥାନ ବୁଲି ଦେଖିଲୁ ଆଉ ରାତି ବେଳା ଦୁର୍ଗା ମଣ୍ଡପ ବୁଲିଲୁ ଏମିତି ପୂଜା ଚାରି ଦିନଯାକ ହସ ଖୁସିରେ କଟିଗଲା , ସେଠାରେ ମା ଦୁର୍ଗା ଙ୍କର ଭସାଣି ସରିଲା, ଆଉ ମୋ ଅଫିସି ଖୋଲି ଯାଇଥିବାରୁ ଆମେ ସମସ୍ତେ ଭସାଣି ର ଗୋଟାଏ ଦିନ ପରେ ଗାଁ କୁ ବାହାରିଲୁ, ମୋ ସାଥିରେମୋ ସାନ ଭାଇର ପିଲା ମାନେ ମଧ୍ୟ ଘରକୁ ଆସୁଥାନ୍ତି, ଆମେ ସମସ୍ତେ ସକାଳ ଟ୍ରେନରେ ଗାଡ଼ିରେ ବସିଲୁ, ଆମେ କଲିକତା ଯିବାବେଳେ ଗାଡି ଯେମିତି ଭିଡ଼ ଥିଲା ଆସିଲା ବେଳେ ମଧ୍ୟ ସେହି ଭିଡ, ସେଠି ସାନଭାଇ ଆଗରୁ ଜଣକୁ ପଠେଇ ପୁରା ଗୋଟିଏ ଚାରି ଜଣିଆ ସିଟ ରଖିଥିବାରୁ ଆମେ ସମସ୍ତେ ସେହି ସିଟ ରେ ବସିଥାଉ, ଆଉ ମୋ ବାମ ପାଖକୁ ଥିବା ଜଣକିଆ ସିଟରେ ଜଣେବଙ୍ଗାଳି ଭଦ୍ର ଲୋକ ବସି ଥିଲେ ଆଉ ତାଙ୍କ ସମ୍ମୁଖ ଜଣକିଆ ସିଟରେ ତାଙ୍କ ସ୍ତ୍ରୀ ଓ ତାଙ୍କର ଗୋଟିଏ ଦଶ ବାରବର୍ଷରଝିଅ ବସିଥାନ୍ତି !ଆଉ ସମସ୍ତ ସିଟ ପୁରା ଥିବା ବେଳେ କେତେକ ଯାତ୍ରୀ ମଧ୍ୟ ଛିଡା ହୋଇଥାନ୍ତି! ଏହି ସମୟରେ ମୋର ସାନ ପୁଅ ମୁକ୍ତିକାନ୍ତ ଛ, ସାତ ବର୍ଷ ର ପିଲା, ମୁଁ ଆଗରୁ କଥା ପ୍ରସଙ୍ଗରେ କହିଥିଲି ଟ୍ରେନରେ ଡ଼କା୍ୟତି ହୁଏ ସିଏ ସେହି କଥା କୁ ମନରଖି ମୋତେ ପଚାରୁଥାଏ ବାପା, କାହି
ଡ଼ କାୟତ ତ ଆସୁନାହାନ୍ତି, ମୁଁ ତାକୁ ସନ୍ତୁନା ଦେବାକୁ କହିଲି ଅପେକ୍ଷା କର
ଡ଼ କାୟତ ନିଶ୍ଚୟ ଆସିବ! ମୋ ପାଟିରୁ କଥା ସରି ନଥାଏ ଆପଣ ମାନଙ୍କୁ ମିଛ ମୋତେ ସତ ସେହି ସମୟରେ ଜଣେ କୋଡିଏ ପଚିଶି ବର୍ଷର ପିଲା, ଆମ ବଗୀକୁ ପଶିଆସିଲା ଆଉ କିଛିକ୍ଷଣ ଭିତରେ ନିଜ ପକେଟରୁ ତାର ରୁମାଲ ବାହାର କରି ତାକୁ କଣକରୀ ଭାଙ୍ଗି ମୁଣ୍ଡରେ ବାନ୍ଧିଲା ଆଉ ତାପରେ ତା ପଛ ପକେଟରୁ ଗୋଟିଏ ସ୍ପ୍ରିଙ୍ଗ ଛୁରୀ ବାହାର କରି ଟିପିବା ସଙ୍ଗେ ସଙ୍ଗେ ଚାରି ଆଡ଼କୁ ନିର୍ଦେଶ କରି ବଡ଼ ପାଟି ରେ କହୁଥାଏ ନିକଲୋ ନିକଲୋ, ଆରେ ରହିମ, ମୋର ବନ୍ଧୁକ ଟା ଲେଇଆ, ଭୁଜାଲିଟା ଆମକେ ଦାଓ! ଆମେ ତାର ଅଭିନୟ ଦେଖୁଥିବା ବେଳେ ବିଚରା ବଙ୍ଗାଳି ଭଦ୍ର ମହିଳା ଜଣକ ପିନ୍ଧିଥିବା ତାର ସମସ୍ତ ଗହଣା ଖୋଲି ତା ବ୍ଲାଉଜର ଛାତି ଭିତରକୁ ପକେଇ ସାରି ଶେଷରେ ଆଙ୍ଗୁଳିରୁ ମୁଦି ଟି କାଡି ତା ଛାତିଭିତରକୁ ପକେଇବା ପୂର୍ବରୁ ସେ ଡ଼କାୟତ ତାଙ୍କ ହାତ ରୁ ମୁଦି ଟି ନେଇ ପଳେଇଗଲା ଗାଡି ସେତେବେଳେ ସଂତରା ଗାଛି ପୋଲ ପାରି ହେଉଥାଏ ଗାଡି ଧୀମାରେ ଚାଲୁଥିବାରୁ ସେ ଗାଡ଼ିରୁ ଡେଇଁ ଚାଲିଗଲା, ଚୋର ଯାଇ ସାରିବା ପରେ ଆମେ ସମସ୍ତେ ମିଛରେ ହୋହାଲ୍ଲା କରିବା ସହିତ ଚେନ ଟାଣି ଗାଡି ଅଟକାଇଲୁ , ଟି ଟି ଆଇ ଓ ରେଳ ପୋଲିସି ଆସି ଘଟଣାର ପୁଙ୍ଖାନୁ ପୁଙ୍ଖ
ତ ଦା ରଖ କଲେ, ହେଲେ ଭାଗ ଶେଷ ଶୂନ, ବିଚାରି ସ୍ତ୍ରୀ ଲୋକଟି ମୁହଁ ଶୁଖେଇ ବସିଥିବା ବେଳେ, ଡ଼କାୟତ ଛୁ !