Bhagabat Sahoo

Others

3  

Bhagabat Sahoo

Others

ନିଲାମ

ନିଲାମ

3 mins
164


ଏଠି ନାହିଁ ନାହିଁରେ କଟୁଛି ଜୀବନ

ଚାରିଆଡେ ଖାଲି ଖାଲି ପୁରା ନିଶ୍ଵନ


ଘର ଭିତର ଗୁମୁରି କାନ୍ଦୁଚି ଭୋକିଲା ପେଟ ! ପେଟର ଭୋକ ପାଇଁ ରାହା ଛୁଟେଇ କାନ୍ଦୁଛି ଅବୋଧ ଶିଶୁଟା ।


ତାଠାରୁ ବଡ଼ ଝିଅଟା ଛିଡା କପଡାରେ ଦେହକୁ ଢଙ୍କେଇ, ମା ପାଖରେ ଅଳି କରୁଛି ମା ଭୋକ ହେଲାଣି ଖାଇମି!


ଆର ପାଖ ଭଙ୍ଗା ଚାଳିଆରେ ରୋଗ ବିଛଣାରେ ଶୋଇଶଶୁର ବୁଢା , ରହି ରହି ଡାକ ଛାଡ଼ୁଛି ବୋହୁ ଗଲୁ କୁଆଡେ ମୋତେ ଖାଇତେ ଦେ, ମୋତେ ଭାରି ଭୋକ !


ଭୁଆଶୁଣି ତ୍ରିଲଟା ଗାଁ ସାରା ହାତ ଯୋଡି କାନି ପତେଇ ମାଗି ମାଗି ଥକିଲାଣି କେହି ତା ଦୁଃଖ ଶୁଣିଲେ ନାହିଁ କେହି ।


ତା କାନିରେ ଦେଲେ ନାହିଁ ପୋଶେ ଚାଉଳ, ତା ଭଙ୍ଗା ସିଲିଭର ବେଲାରେ କେହି ଢ଼ାଳିଲେ ନାହିଁ ମୁନ୍ଦେ ବାସି ତୁରାଣୀ!


ସମସ୍ତଙ୍କ ମୁହଁରେ ସେହି ଗୋଟି ଶବ୍ଦ, ଆମର ବି ତୋରି ଦଶା ଆମର ଖାଇବାକୁ ନାହିଁ! କେହି ତା ଦୁଃଖ ବୁଝିଲେ ନାହିଁ!


ଅଧୁଆଡ଼ି ସ୍ତ୍ରୀ ଲୋକ ତା ଛିଡା ଶାଢ଼ୀରେ ଦେହକୁ ଲୁଚେଇ ଯାଇ ପାରୁନି କଉ ଦୋକାନ କିମ୍ବା ମହାଜନ ପାଖକୁ, ଚାଉଳ ବଦଳରେ ତାଙ୍କର ଟଙ୍କା ଦରକାର, ନହେଲେ ବିନିମୟରେ ତା ଶୁଖିଲା ଦେହର ଦଉଡିଆ ମାଂସ ଦରକାର ।


ଖାଲି ସୁଯୋଗ ପାଇଲେ ଚିଲ ଶାଗୁଣା ପରି ଝାମ୍ପି ପଡିବେ ତା ଅବଶ ଦେହ ଉପରେ, ଦରକାର ହେଲେ ଚିତା ବାଘ ପରି ତାକୁ ଶୁନ୍ୟ ଶୁନ୍ୟ ଟେକି ନେଇଯିବେ କେଉଁ ନିଝାଟିଆ ବୁଦା ଉହାଡ଼କୁ ନହେଲେ କେଉଁ ଅର୍ଦ୍ଧ ନିର୍ମିତ କିମ୍ବା କେଉଁ ଭଙ୍ଗା ଘର ଭଗ୍ନ କୋଠରୀ ଭିତରକୁ ।


ଯେଉଁଠି ତାର ସେଇ ଦଉଡିଆ ମାଂସକୁ ନିର୍ଭୟରେ ଝୁଣିଝୁଣି ଖାଇପାରିବେ ସେମାନେ!


ଉପାୟ ଶୁନ୍ୟ ପିଲା ଛୁଆଙ୍କ ଭୋକିଲା ପେଟରେ ଦିନକୁ ମୁଠାଏ ଭାତ ଦେବା ପାଇଁ ମଙ୍ଗୁଳି ଯାଇଥିଲା ଦାଦନ ଖଟିବାକୁ ଦୂର ବିଦେଶ, ଘରୁ ଗଲା ବେଳେ ବାପକୁ କହିଯାଇଥିଲା ବାଆ ଲୋ.. ମୁଁ ବିଦେଶରୁ ଟଙ୍କା ପଠେଇଲେ ତୁ ଡାକ୍ତର ଦେଖେଇ ଉଶୁଧ ଆଣି ଖାଇବୁ ତୋ ଦିହ ଭଲ ହେଇଯିବ, ଆଉ ଛୁଆ ମାନଙ୍କୁ ଗେଲ କରି କହି ଯାଇଥିଲା ଏ ଝିଅ ଝରା ଆଉ ସାନପୁଅ ସାଉଁଟାକୁ ତୁମେ କେହି ତୁମ ମାକୁ ହଇରାଣ କରିବ ନାହିଁ ମୁଁ ଟଙ୍କା ପଠେଇଲେ ତୁମେ ଦୁହେଁ ଭଲରେ ଖାଇ ପାଠ ପଢିବ, ବଡ଼ ହାକିମ ହବ, ମୋର ସବୁ ଦୁଃଖ ଦୂର ହେଇଯିବ, ମୁଁ ଆଉ ଦାଦନ ଖଟିବାକୁ କଉ ସୁରାଟ ବମ୍ବେ, ଯିବିନାହିଁ, ଆଉ ଭାରିଜା ମାଳତି କି ବୁଝେଇ ଯାଇଛି,ଲୋ ମାଳ ତୁ ଆଉ କଉ ଗଇନ୍ତିଆ ଘରକୁ ବାସି ପାଇଟି କରିବାକୁ ଯିବୁନି,ମୁଁ ଟଙ୍କା ପଠେଇଲେ ସେହି ଟଙ୍କାରେ ଡାଲି ଚାଉଳ କିଣି ଖାଇବୁ !


ସିଏ ଆଜକୁ ଚାରିମାସ ହେଲା ଘରୁ ଗଲାଣି । ଗଲାବେଳେ ଆଜି ଯାଏ ତାଙ୍କର କିଛି ଖବର ଅନ୍ତର ନାହିଁ । ଗଲାବେଳେ ଠିକାଦାର ର ଦଲାଲ୍ ଦେଇ ଯାଇଥିବା ପଞ୍ଚ ଶହ ଟଙ୍କା କେବେ ଠୁଁ ସରି ଗଲାଣି, ଆଉ ସିଏ ଦେଇ ଯାଇଥିବା ତା ଫୋନ ନମ୍ବର ଲଗେଇଲେ ଲାଗୁନି । ବିଚରା ସ୍ତ୍ରୀ ଲୋକଟା କଣ କରିବ ଏଠି ମୁଲ ଲାଗିବାକୁ ଇଚ୍ଛା କଲେବି କାମ ମିଳୁନି ।


ସରକାରଙ୍କର ଗରିବ ହଟାଅ ଯୋଜନା ଏଠି ଫେଲ ମାରିଛି ! ସରକାର ଦେଇଥିବା ପନ୍ଦର ଦିନର କର୍ମ ଯୋଜନା ମଧ୍ୟ ନାହିଁ , ବ୍ଲକ ପଂଚାୟତକୁ ଆସୁଥିବା ମଣିଷ ମାନଙ୍କ କାମକୁ ଠିକାଦାର ମାନେ ମେସିନି ଲଗେଇ କରି ଦେଉଛନ୍ତି । ତେଣୁ ଏଠି ସମସ୍ତେ ମୁଲିଆ ଆଉ ମୂଲର ଅଭାବ, ଏଠି ସମସ୍ତଙ୍କ ଘରେ ଚୁଲି ଅଜଳା, ଅନ୍ୟର ଚୁଲି ପାଇଁ କିଏ ଦେବ କାହାକୁ ଚାଉଳ ! ସରକାରଙ୍କର ମାଗଣା ଚାଉଳ ସମୁଦ୍ରକୁ ଶଙ୍ଖେ, ମାସକୁ ପଞ୍ଚ କିଲୋ ଚାଉଳ, ଦିନକୁ କେତେ ଆଉ ବକ୍ତକୁ କେତେ ଅଭାବ ଘରକୁ ବେଶି ଭୋକ ।ଥିଲା ଵାଲା ଘରେ କିଲେ ଚାଉଳର ଭାତକୁ ଆଠ ଜଣ ଖାଆନ୍ତି ଆଉ ନଥିଲା ଲୋକ ଜଣେ ଛୁଆ ଭୋକିଲା ବେଳେ ଏକା ଅଧାକିଲ ଖାଏ, ସେ କଥା କିଏ ଜାଣେ, କାହାକୁ କହିବ କିଏ ଶୁଣିବ ତା ଦୁଃଖ, ଖାଲି କାନିରେ ଘରକୁ ଫେରୁ ଫେରୁ ଛୁଆ ଦିଟା ଖାଇବା ପାଇଁ ତା ପାଖକୁ ଦଉଡି ଆସିବେକହିବେ ମା କଣ ଆଣିଚୁ ଖାଇବାକୁ ଦେ ବୋଲି ଅଳି କରିବେ, ଶଶୁର ବୁଢା ପାଟି ଶୁଣୁ ଶୁଣୁ ଡ଼ାକିବ ବୋହୁ ମୋତେ ଖାଇବାକୁ ଦେ, ମୋତେ ଉଷୁଧ ଦେ.. ଏଭଳି ପରିସ୍ଥିରେ ସେ କେମିତି ଖାଲି ହାତରେ ଘରକୁ ଯିବ କେମିତି ସମସ୍ତଙ୍କର ଭରସା ବିଶ୍ୱାସକୁ ।


ଶୁନ୍ୟ ଥାଳ ଦେଖେଇ ଭାଙ୍ଗିଦେବ, ଆଉ ଥାଳ ପୁରା କରିବାକୁ ଗଲେ ତା ସ୍ୱାମୀର ସାଇତା ସମ୍ପଦ ପରହସ୍ତ ହେବ ସେ ନାରୀରୁ ନର୍କ, ସତୀରୁ ଅସତୀ, କୁଳ ବୋହୁରୁ, କଳଙ୍କିନୀ ପାଲଟିଯିବ, ସତୀ ଅସତୀ, ପାପ ପୁଣ୍ୟର ବିଚାରକୁ ଧରି ବସିଲେ ତିନି ତିନିଟା ଜୀବନ, ଅକାଳରେ ଝଡିଯିବ, ଜୀବ ହତ୍ୟା ମହାପାପ ତାକୁ ହି ମୁଣ୍ଡେଇବାକୁ ପଡିବ! କଣ କରିବ ସେ ଏଭଳି ପରିସ୍ଥିତିରେ ଯିବ କୁଆଡେ ଯୁଆଡେ ଗଲେବି ତା ପାଇଁ ବିପଦ, ନଦୀରେ କୁମ୍ଭୀର କୂଳରେ ବାଘ ! ସେ ହେବ ଶଶୁର ସୁନାନାକି ବୋହୁ, ସନ୍ତାନର ଉପଯୁକ୍ତ ମାଆ ଆଉ ଏ ଘରର ମୁରବି, ସେହି ହେବ ତା ନାରୀ ଜୀବନର ଅଗ୍ନି ପରୀକ୍ଷା!


ସବୁ ପରିସ୍ଥିର ମୁକାବିଲା କରିବା ପାଇଁ ପାପ, ପୁଣ୍ୟ, ଧର୍ମ, କର୍ମର ବିଚାର ନକରି ସେ ନିଜକୁ ନିଲାମ କରିଦେବ ନିଲାମ !! ମନରେ ଦମ୍ଭ ଧରି ଆଗେଇ ଯାଇଥିଲା ସେହି କଂସେଇ ଖାନାକୁ ଆଉ ନିଜକୁ ବଳୀ ପକେଇ ଡାଲି, ଚାଉଳ କାନିରେ ବାନ୍ଧି ଘରକୁ ଫେରିଥିଲା ମଣିଷ ରୂପରେ ଗୋଟାଏ ଜିଅନ୍ତା ଶଵ !!



Rate this content
Log in